୨୪ରେ ଭୁବନେଶ୍ୱରର ୪୦୦ ପୂଜା କମିଟିଙ୍କ ଆଲୋଚନା : ପୂଜାରେ ପ୍ରାକୃତିକ ପରିବେଶ, ପ୍ଲାଷ୍ଟିକ୍‌ ମୁକ୍ତ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ) : ଆଗକୁ ଆସୁଥିବା ମା’ଙ୍କ ପୂଜାକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା, ମଣ୍ଡପ ଚାରିକଡ଼େ ବୃକ୍ଷ ଲଗାଇ ପ୍ରାକୃତିକ ପରିବେଶ ସୃଷ୍ଟି କରାଯିବ। ପ୍ରତି ଜିଲାରେ ‘ମାତା କୀ ଜାଗରଣ’ ଓ ‘ମାତା କୀ ଚୌକୀ’କୁ ଉଜ୍ଜୀବିତ କରାଇବା, ଲୁଚି ଯାଉଥିବା ପାରମ୍ପରିକ ନୃତ୍ୟ ଓ ଲୋକକଳାର ଆଦାନ ପ୍ରଦାନ କରିବାକୁ ଭୁବନେଶ୍ୱର ଦୁର୍ଗା ପୂଜା ଚାରି ଟେବୁଲ୍‌ ଟ୍ରଷ୍ଟ ଲକ୍ଷ୍ୟ ରଖିଛି। ଏ ନେଇ ଆସନ୍ତା ୨୪ ତାରିଖ ଜନ୍ମାଷ୍ଟମୀ ତିଥିରେ ରାଜ୍ୟର ୪ ଶହ ଛୋଟବଡ଼ ପୂଜା କମିଟିଙ୍କୁ ଏକାଠି ହେବାକୁ ଟ୍ରଷ୍ଟ ନିମନ୍ତ୍ରଣ କରିଛି। ଭୁବନେଶ୍ୱର, କଟକ ସମେତ ଓଡ଼ିଶାରେ ଥିବା ମା’ ଦୁର୍ଗା, ମା’ ଲକ୍ଷ୍ମୀ ଓ କାଳୀପୂଜା ଆୟୋଜନ କରୁଥିବା ଅନୁଷ୍ଠାନ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିବାକୁ ଟ୍ରଷ୍ଟ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ବୋଲି ସଭାପତି ନାରାୟଣ ମହାପାତ୍ରଙ୍କ କହିଛନ୍ତି। ରବିବାର ଏକ ଖବରଦାତା ସମ୍ମିଳନୀରେ ଟ୍ରଷ୍ଟର ଆଭିମୁଖ୍ୟ ଉପରେ ଆଲୋକପାତ କରି ମହାପାତ୍ର କହିଛନ୍ତି, ଗତବର୍ଷ ୧୫୦ ଦୁର୍ଗାପୂଜା ସମିତି ଓ ୧୦୦ଟି ଲକ୍ଷ୍ମୀପୂଜା ସମିତିର କର୍ମକର୍ତ୍ତାଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଏକ ଭ୍ରାତୃଭାବ ସୃଷ୍ଟି କରାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତବର୍ଷ ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି। ଜୟଦେବ ବିହାରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆସନ୍ତା ୨୪ ତାରିଖରେ ପୂଜା କମିଟି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା। ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିବା ସେ କହିଛନ୍ତି। ଆୟୋଜିତ ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉମାନାଥ ମିଶ୍ର, ଲଳିତ ମୋହନ ପଣ୍ଡା, ଲଳିତ ଖୁଣ୍ଟିଆ, ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆସୁଛନ୍ତି ବିଘ୍ନରାଜ, ଶହୀଦନଗରରେ ୪୬ ଫୁଟ୍‌ର ମୂର୍ତ୍ତି : ଦଶାବତାର ରୂପ, ୫୦ କେଜି ଲଡ଼ୁ ମୁଖ୍ୟ ଆକର୍ଷଣ

ଦଶାବତାର ରୂପ, ୫୦ କେଜି ଲଡ଼ୁ ମୁଖ୍ୟ ଆକର୍ଷଣ
ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ହେଲାଣି ପୂଜା ମଣ୍ଡପ। ହାତରେ ଆଉ କିଛି ଦିନ ଥିବା ବେଳେ ଗଜାନନଙ୍କ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ପ୍ରତିବର୍ଷ ପରି ଏଥର ମଧ୍ୟ ନିଆରା ଢ଼ଙ୍ଗରେ ଗଣେଶ ପୂଜା ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଶହୀଦନଗରର ୱିନର୍‌ ଆସୋସିଏଶନ। ଚଳିତଥର ଏଠାରେ ୪୬ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଥିବା ବେଳେ ୫୦ କେଜିର ଲଡୁ ଓ ଗଜାନନଙ୍କ ଦଶାବତାର ରୂପ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରକାଶ ପାଇଛି। ଭୁବନେଶ୍ୱର ଚାରିଟେବୁଲ ଟ୍ରଷ୍ଟ ସଭାପତି ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ମିଳନୀରେ ଆସୋସିଏଶନ୍‌ର ସାଂସ୍କୃତିକ ସମ୍ପାଦକ ନିରୋଜ କୁମାର ସାହୁ କହିଥିଲେ, ଅନ୍ୟବର୍ଷ ପରି ଚଳିତବର୍ଷ ମଧ୍ୟ ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗର ବ୍ୟବହାର କରାଯାଉନାହିଁ। ଚଳିତଥର ଆସୋସିଏଶନ ପକ୍ଷରୁ ଉନ୍ନତମାନର ଆଲୋକ ସଜ୍ଜା ସାଙ୍ଗକୁ ମିନାବଜାର ଏବଂ ୭ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଶେଷରେ ସେପ୍ଟେମ୍ବର ୮ରେ ପାରମ୍ପରିକ ବାଜା ଯୋଡ଼ିଶଙ୍ଖ, ଘଣ୍ଟ, ଶିଙ୍ଘ ସହ ଘୋଡ଼ାନାଚ, ପାଇକ ନାଚ ମାଧ୍ୟମରେ ନଗର ପରିକ୍ରମା ସହ ଭସାଣି ଉତ୍ସବ ସମ୍ପନ୍ନ ହେବ। ଏହାଛଡ଼ା ଆସୋସିଏଶନ ପକ୍ଷରୁ ଅନ୍ଧ, ମୂକ, ବଧିର ଏବଂ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଆଣି ପ୍ରସାଦ ସେବନ ଏବଂ ମନୋରଞ୍ଜନ କରାଇବାକୁ ବ୍ୟବସ୍ଥା ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ୫ ତାରିଖ ସନ୍ଧ୍ୟା ଆଳତିରେ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଉଲ୍ଲେଖଥାଉ କି, ୨୦୧୦ରୁ ଶୃଙ୍ଖଳାର ସହ ଗଜାନନଙ୍କ ପୂଜା ଏଠାରେ ସମ୍ପାଦନ କରୁଥିବା ବେଳେ ଗତ ୬ ବର୍ଷ ହେଲା ବଡ଼ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ ରହୁଛି।

ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ପୂଜା ପ୍ରସ୍ତୁତି ବୈଠକ

ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଦେବ ପୂଜା କମିଟିର ସାଧାରଣ ସଭା ଓ ପୂଜା ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ୟୁନିଟ ୧ ସ୍ଥିତ କସ୍ତୁରବା ମହଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଗୟାଧର ସ୍ବାଇଁଙ୍କ ସଭାପତିତ୍ୱ କରିଥିଲେ। ସମ୍ପାଦକ ଦେବରାଜ ମହାନ୍ତି ଗତବର୍ଷ ପୂଜାର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଚଳିତବର୍ଷ ପୂଜାର ସଫଳ କରିବା ଲାଗି ସମସ୍ତଙ୍କ ସାହାଯ୍ୟ ଓ ସହାୟତା ଆଶା କରିଥିଲେ। ଏହି ଅବସରରେ ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ରସୁଲଗଡ଼ ପୂଜା କମିଟିର ଶୁଭ ଖୁଣ୍ଟି ପୂଜା
ରସୁଲଗଡ଼ ପୂଜା କମିଟି ପକ୍ଷରୁ ଶୁଭ ଖୁଣ୍ଟି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତୋରଣ ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ ବର୍ଷ କମିଟି ଦ୍ୱାରା ଏହି ପୂଜା କରାଯାଉଥିବା ବେଳେ ରବିବାର ପୂର୍ବାହ୍ନରେ ପୂଜାର ଆୟୋଜନ କରାଯାଇଥିଲା। ସଭାପତି ଅନିଲ କୁମାର ବଳିଆରସିଂ, ସମ୍ପାଦକ ପ୍ରଶାନ୍ତ ଶ୍ରୀଚନ୍ଦନ ରାୟ ଓ କମିଟିର ବହୁ କର୍ମକର୍ତ୍ତା ସେଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri