Posted inଫୁରସତ

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି। ଲେକ୍ସିଙ୍କ ମତରେ ଇଣ୍ଟରନେଟ୍‌ଠାରୁ ଦୂରରେ ଥିଲେ, ମାତ୍ର ସାରା ଦୁନିଆ ସହ ଯୋଡ଼ି ହୋଇଛନ୍ତି।

ପିଲାଟି ଦିନରୁ ତାଙ୍କର ଏହି ଇଚ୍ଛା ଥିଲା। ଯାହା ଆଜି ସେ ପୂରଣ କରିଥିବା କହିଛନ୍ତି। ତାଙ୍କ ପରିବାରର କାର୍ଲିଫର୍ଣ୍ଣିଆରେ ଏକ ଟ୍ରାଭେଲ ଏଜେନ୍ସି ଥିଲା। ତାଙ୍କ ମାତା-ପିତା ତାଙ୍କୁ ପ୍ରତି ସପ୍ତାହରେ କୌଣସି ସ୍ଥାନକୁ ପଢ଼ିବା ପାଇଁ ପଠାଇ ଦେଉଥିଲେ।

ଲେକ୍ସି କୁହନ୍ତି, ଯେତେବେଳେ ବୟସ ବଢ଼ିଲା ମାତାପିତା ତାଙ୍କୁ କମ୍ବୋଡିଆ, ଦୁବାଇ, ଆର୍ଜେଣ୍ଟିନା, ମିଶର ଆଦି ଦେଶ ବୁଲାଇ ନେଇଥିଲେ। ଏହା ପରଠାରୁ ବିଭିନ୍ନ ଦେଶ ବୁଲି ସେଠାକାର ଲୋକଙ୍କ ଚଳଣି, ପରମ୍ପରା, ଖାଦ୍ୟପେୟ ସମ୍ପର୍କରେ ଜାଣିବାକୁ ତାଙ୍କର ଆଗ୍ରହ ହେଲା। ୨୦୧୬ ମସିହାରେ ଲେକ୍ସି ପ୍ରଥମେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ୧୮ ବର୍ଷ ବୟସରେ ସେ ୭୨ଟି ଦେଶ ବୁଲି ସାରିଥିଲେ। ମାଟ୍ରିକ ପାସ କରିବା ପରେ ସେ ଏହି ଚେଷ୍ଟା ଜାରି ରଖିଥିଲେ।

ଯେତେବେଳେ କଲେଜରେ ଆସୋସିଏଟ୍‌ ଡିଗ୍ରୀ କରୁଥିଲେ ସେତେବେଳେ ଯାତ୍ରାକୁ ଆଉ ଟିକେ ଆଗକୁ ବଢ଼ାଇଥିଲେ। ଏହି ଯାତ୍ରା କରିବାକୁ ବହୁ ଅର୍ଥର ଆବଶ୍ୟକ ପଡ଼ିଥିଲା। ତେଣୁ ପିଲାଟି ଦିନରୁ ସଞ୍ଚୟ କରି ରଖିଥିବା ଟଙ୍କାରେ ପ୍ରଥମେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସବୁ ଦେଶ ବିଷୟରେ ଜାଣିବା ସହ ସେଠାକାର ଶସ୍ତା ହୋଟେଲ ବିଷୟରେ ଜାଣିଲେ।

ଲେକ୍ସି କୁହନ୍ତି, ପାକିସ୍ତାନ ଏବଂ ଭେନ୍‌ଜୁଏଲାର ପ୍ରାକୃତିକ ଦୃଶ୍ୟ ଖୁବ୍‌ ମନୋରମ। ପଶ୍ଚିମ ଏବଂ ମଧ୍ୟ ଆଫ୍ରିକା ପାଇଁ ଭିଜା ବାହାର କରିଥିଲେ। କେତେକ ଦେଶରେ ତାଙ୍କୁ ଭାଷାଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସବୁ ପରେ ବି ତାଙ୍କୁ ଏହି ସଫଳତା ମିଳିଥିବାରୁ ବହୁତ ଖୁସି ବୋଲି ଲେକ୍ସି ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri