୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ଭାରତରେ ହେକ୍ଟର ପିଛା ହାରାହାରି ୪୨ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି। ତେବେ ପ୍ରତିବର୍ଷ ଦେଶରେ ୨ ମିଲିୟନ ଟନ୍‌ ଧାନ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ କୃଷି ବୈଜ୍ଞାନିକମାନେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଆସନ୍ତା ୩୦ ତାରିଖରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ କଟକର ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଏକ ଜାତୀୟ ସ୍ତରୀୟ କୃଷି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି। ଏହି କର୍ମଶାଳାରେ ଦେଶର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୩୦୦ କୃଷି ବୈଜ୍ଞାନିକଙ୍କ ସମେତ ୨୦୦ ଶିଳ୍ପପତି ଓ ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
ଏହି କର୍ମଶାଳାରେ ମୁଖ୍ୟତଃ ବିଭିନ୍ନ ରାଜ୍ୟ ପାଇଁ କେଉଁସବୁ କିସମ ଧାନ ଉଦ୍ଭାବନ କରାଯାଇଛି ଓ ଆଗାମୀ ଦିନରେ କେଉଁସବୁ କିସମ ଉଦ୍ଭାବନ ପାଇଁ ଗବେଷଣା ଚାଲିଛି ତାହା ଉପରେ ଆଲୋଚନା କରାଯିବ। ସ୍ବାଧୀନତା ପରଠାରୁ ଏନ୍‌ଆର୍‌ଆର୍‌ଆଇରେ ପ୍ରଥମ ଥର ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ହାଇଦ୍ରାବାଦର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ରାଇସ୍‌ ରିସର୍ଚ୍ଚ, ଏନ୍‌ଆର୍‌ଆର୍‌ଆଇ ଓ ଆସୋସିଏଶନ ଅଫ ରାଇସ୍‌ ରିସର୍ଚ୍ଚର ମିଳିତ ଉଦ୍ୟମରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଦେଶର କୃଷି ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଦେଶର ୭୦ଟି କୃଷି ବିଦ୍ୟାଳୟର କୁଳପତିମାନେ ମଧ୍ୟ ଯୋଗଦେବେ। କର୍ମଶାଳାର ସହସଂଯୋଜକ ତଥା ଏନ୍‌ଆର୍‌ଆର୍‌ଆଇର ପ୍ରଧାନ ବୈଜ୍ଞାନିକ ଡ.ଶରତ ପ୍ରଧାନଙ୍କ କହିବା ଅନୁଯାୟୀ, ଦେଶରେ ୨୦୩୫ ମସିହା ପର୍ଯ୍ୟନ୍ତ ଖାଦ୍ୟାଭାବାର ଭୟ ଆଦୌ ନାହିଁ। ଏହାକୁ ୨୦୫୦ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଦେଶ ସ୍ବାଧୀନତା ସମୟରେ ଦେଶର ଜନସଂଖ୍ୟା ପାଖାପାଖି ୩୦ କୋଟି ଥିବାବେଳେ ଦେଶରେ ହାରାହାରି ୨୫ ମିଲିୟନ ଟନ୍‌ ଧାନ ଉତ୍ପାଦନ ହେଉଥିଲା। ଫଳରେ ଦେଶରେ ଭୟଙ୍କର ଭାବେ ନିଅଣ୍ଟିଆ ପରିସ୍ଥିତି ଉପୁଜିଥିଲା। ମାତ୍ର ଏବେ ଦେଶରେ ୧୩୦ କୋଟି ଲୋକ ଥିବାବେଳେ ଦେଶରେ ୧୧୩ ମିଲିୟନ ଟନ୍‌ ଧାନ ଉତ୍ପାଦନ କରୁଛି। କେବଳ ଦେଶ ଧାନ ଉତ୍ପାଦନ କରି ନିଜ ପାଇଁ ସ୍ବାବଲମ୍ବୀ ହେବା ସହିତ ବର୍ଷକୁ ୧୦ ମିଲିୟନ ଟନ୍‌ ଧାନ ରପ୍ତାନ୍ତି କରୁଛି। ବାସୁମତି ଭଳି କିସମର ଧାନ ଇରାନ, ସାଉଦିଆରବ ଓ କୁଏଟ ଆଦି ରାଷ୍ଟ୍ରକୁ ରପ୍ତାନ୍ତି ହେଉଥିବା ବେଳେ ଆଫ୍ରିକୀୟ ଦେଶଗୁଡ଼ିକୁ ଅଣ ବାସୁମତି ଧାନ ରପ୍ତାନି କରାଯାଉଛି। ଏପରିକି ଚାଇନାକୁ ମଧ୍ୟ ଗତ ବର୍ଷ ସମୁଦାୟ ରପ୍ତାନିର ୫ ପ୍ରତିଶତ ଅଣବାସୁମତି ଧାନ ରପ୍ତାନି କରାଯାଇଥିବା ଜଣାପଡ଼ିଛି। ୨୦୫୦କୁ ଆଖି ଆଗରେ ରଖି କୃଷି ବୈଜ୍ଞାନିକମାନେ ଗବେଷଣା ଚଳାଇଥିବା ଡାକ୍ତର ପ୍ରଧାନ କହିଛନ୍ତି। ଉଦାହରଣ ଦେଇ ସେ କୁହନ୍ତି, ଅଦ୍ୟାବଧି ଏନ୍‌ଆର୍‌ଆର୍‌ଆଇ ୩୯ଟି କିସମର ଧାନ ଉତ୍ପାଦନ କରିଛି। ସେଥିମଧ୍ୟରୁ ମଉଡମଣି, ପ୍ରଧାନ ଧାନ, ସିଆର୍‌ ଧାନ ୫୦୦, ସିଆର୍‌ ଧାନ ୧୦୧, ସିଆର୍‌ ଧାନ ୨୦୫ ଇତ୍ୟାଦି କିସମ ଉଦ୍ଭାବନ ହୋଇ ଚାଷୀଙ୍କ ମଧ୍ୟରେ ବେଶ୍‌ ଆଦ୍ରୁତଲାଭ କରିଛି। ମଉଡମଣି ଏବେ ଏକର ପିଛା ୪୦ କୁଇଣ୍ଟାଲ ଅମଳ କ୍ଷମତା ବହନ କରି କୃଷି କ୍ଷେତ୍ରରେ ଏକ ବିପ୍ଳବ ଆଣିଛି। ସେହିପରି ସିଆର୍‌ ୮୦୧ ଓ ସିଆର୍‌ ୮୦୨ ଧାନ ପରିବେଶ ସହିତ ଖାପ ଖୁଆଇ ବଞ୍ଚତ୍ବାର କ୍ଷମତା ରଖିଥିବା ଡ. ପ୍ରଧାନ କହିଛନ୍ତି। ଏହି ଦୁଇଟି କିସମର ଧାନ ବର୍ଷା, ମରୁଡ଼ିକୁ ସହ୍ୟ କରିବାର କ୍ଷମତା ରଖିଛି। ଏହିଭଳି ଭାବେ ଆଗାମୀ ଦିନରେ ଅନେକ ନୂତନ କିସମର ଧାନ ଉଦ୍ଭାବନ ପାଇଁ ଏନ୍‌ଆର୍‌ଆର୍‌ଆଇ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ଡ. ପ୍ରଧାନ କହିଛନ୍ତି ଯେ, ସମ୍ପ୍ରତି ଦେଶରେ ଯୁବକମାନେ କର୍ମସଂସ୍ଥାନ ନ ପାଇ ବେରୋଜଗାର ହୋଇ ବୁଲୁଛନ୍ତି। ତେଣୁ ଅଧିକ ଅମଳକ୍ଷମ ଧାନ ଦ୍ୱାରା ଯେଭଳି ଅଧିକ ଲାଭ ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ଯୁବକମାନେ ଯେଭଳି କୃଷି ଉଦ୍ୟୋଗୀ ହୋଇପାରିବେ ତାହାକୁ ଆଖିଆଗରେ ରଖି ବୈଜ୍ଞାନିକମାନେ ଗବେଷଣା ଚଳାଇଥିବା ଡ. ପ୍ରଧାନ ସୂଚନା ଦେଇଛନ୍ତି। ଅଧିକ ସୂଚନା ଦେଇ ଡ. ପ୍ରଧାନ କହିଛନ୍ତି ଯେ, ଏନ୍‌ଆର୍‌ଆର୍‌ଆଇ ଦ୍ୱାରା ଉଦ୍ଭାବନ କରାଯାଇଥିବା ଧାନ ଚାଷ କରି ଦେଶ ବର୍ଷକୁ ୪୮,୬୦୦ କୋଟି ଟଙ୍କା ପାଉଥିବା ସେ କହିଛନ୍ତି। ତେଣୁ ଉକ୍ତ କର୍ମଶାଳା ଏନ୍‌ଆର୍‌ଆର୍‌ଆଇ ବୈଜ୍ଞାନିକମାନଙ୍କ ସହିତ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଡ. ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri