୨୦୨୫ ସୁଦ୍ଧା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବ ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ଯୁଦ୍ଧ ହେଲେ ସୃଷ୍ଟି ହେବ ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ

ଇସଲାମାବାଦ୍‌,୧୬।୧୧: ଆସନ୍ତା ୨୦୨୫ ସୁଦ୍ଧା ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଭାବେ ପାକିସ୍ତାନ ଉଦ୍ୟମ ଜାରି ରଖିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜର୍ମାନୀ ଏବେ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ଏନେଇ ପାକିସ୍ତାନ ଯୋଗାଯୋଗରେ ରହିଥିବା କୁହାଯାଉଛି। ସମ୍ପ୍ରତି ପାକିସ୍ତାନ ପାଖରେ ୧୩୦ରୁ ୧୪୦ ଆଣବିକ ଯୁଦ୍ଧାସ୍ତ୍ର ରହିଥିବା ଅନୁମାନ କରାଯାଉଛି। କିଛିଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମନ୍ତବ୍ୟ ଦେଇଥିଲେ। ଏହା ପାକିସ୍ତାନ ପାଖରେ ଥିବା ଆଣବିକ ଯୁଦ୍ଧାସ୍ତ୍ରକୁ ଇଙ୍ଗିତ କରିଥିବା ରଏଟର୍ସ ପକ୍ଷରୁ କୁହାଯାଇଛି। ସେହିପରି ଭାରତ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ୨୦୨୫ ସୁଦ୍ଧା ୪ ଶହରୁ ୫ ଶହ ଆଣବିକ ଯୁଦ୍ଧାସ୍ତ୍ରର ଉପଯୋଗ ପରସ୍ପର ବିରୋଧରେ କରାଯିବ ବୋଲି ସାଇନ୍ସ୍‌ ଆଡଭାନ୍ସଡ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହାଦ୍ୱାରା ଅଙ୍ଗାରକାମ୍ଳ କଣିକା ଥିବା ୧୬ରୁ ୩୬ ନିୟୁତ ଟନ୍‌ ଓଜନର କଳା ଧୂଆଁ ସୃଷ୍ଟି ହେବ। ଏହା ବାୟୁମଣ୍ଡଳର ଉପର ଭାଗରେ ବ୍ୟାପି ଯିବ। ପରେ ଏକ ସପ୍ତାହ ମଧ୍ୟରେ ପୃଥିବୀ ସାରା ଖେଳିଯିବ। ଏହାଦ୍ୱାରା ୨୦ରୁ ୩୫ ପ୍ରତିଶତ ସୂଯ୍ୟାଲୋକ ପୃଥିବୀରେ ପହଞ୍ଚିପାରିବ ନାହିଁ। ଫଳରେ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିଯିବ। ସେହିପରି ଏହାର ପ୍ରଭାବରେ ପୃଥିବୀରେ ହେଉଥିବା ବର୍ଷା ପରିମାଣ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri