Posted inଖେଳ

୨୦୨୨ ପିଫା ବିଶ୍ୱକପ୍‌: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବ

ଅସୁନ୍‌ସିଅନ,୧୮।୪(ଏଏଫ୍‌ପି)- ଖୁବ୍‌ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା ଫୁଟବଲ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ ଆରମ୍ଭ ହେବ ବୋଲି ଦକ୍ଷିଣ ଆମେରିକା ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ଏହି କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା।
ସେପ୍ଟେମ୍ବର ୪ରୁ ୮ ତାରିଖ ମଧ୍ୟରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟରେ ସବୁ ୧୦ଟି ଯାକ ଦଳ ଘରୋଇ ପରିବେଶ୍‌ ଓ ବାହାରେ ପରସ୍ପର ମଧ୍ୟରେ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଫଳରେ ଦକ୍ଷିଣ ଆମେରିକାରେ ମୋଟ ୧୮ଟି କ୍ୱାଲିଫାଇଙ୍ଗ ମ୍ୟାଚ୍‌ ଖେଳାଯିବା ସ୍ପଷ୍ଟ ହୋଇଛି। ଏହା ଅନ୍ୟ ମହାଦେଶୀୟ ଫେଡେରେଶନ ତୁଳନାରେ ଅଧିକ ବୋଲି କୁହାଯାଇଛି। ପ୍ରଥମ ଦୁଇ ରାଉଣ୍ଡ ମ୍ୟାଚ୍‌ଗୁଡିକ ପୁନଃ ନିର୍ଦ୍ଧାରିତ ହେବା ଜରୁରୀ। ତେବେ ଫିଫା ଏହି ଦୁଇ ରାଉଣ୍ଡର ମ୍ୟାଚ୍‌ର ନୂଆ ତାରିଖ ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ଅନ୍ୟପଟେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହି ଦୁଇ ରାଉଣ୍ଡ ମ୍ୟାଚ୍‌ର ନୂଆ ତାରିଖ ସ୍ଥିର କରିବା ଅବଶ୍ୟ କଷ୍ଟକର ବୋଲି କନ୍‌ମେବୋଲ ତରଫରୁ କୁହାଯାଇଛି।
ବିଶ୍ୱକପ୍‌ କ୍ୱାଲିଫାୟର୍ସର ଦୁଇ ରାଉଣ୍ଡ ମ୍ୟାଚ୍‌ ଜୁନ୍‌ ୩ ଓ ୮ ତାରିଖରେ ଏବଂ କୋପାଆମେରିକାର ଜୁନ୍‌ ୧୧ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେହିପରି କ୍ଲବ ପ୍ରତିଯୋଗିତା ଯଥା- କୋପା ଲିବେର୍ଟାଡୋର୍ସ ଓ କୋପା ସୁଦାମେରିକାନାର ନୂଆ ତାରିଖ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ ଦକ୍ଷିଣ ଆମେରିକାର କ୍ଲବ ଟୁର୍ନାମେଣ୍ଟ ଓ ୟୁଇଏଫ୍‌ଏର ଚାମ୍ପିୟନ୍ସ ଲିଗ୍‌ ଓ ୟୁରୋପା ଲିଗ୍‌ର ୨୦୨୦ ସଂସ୍କରଣ ଶେଷ କରାଯିବ ବୋଲି ବାରବାର କୁହାଯାଇଛି। ତେବେ ଟୁର୍ନାମେଣ୍ଟ ଅପେକ୍ଷା ଦକ୍ଷିଣ ଆମେରିକା ଫୁଟବଲ ଜଗତ ସହିତ ଜଡିତ ଥିବା ସବୁ ଲୋକଙ୍କର ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ ବୋଲି କନ୍‌ମେବୋଲ କହିଛ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri