Posted inଜାତୀୟ

୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ

ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପ୍ରଣୟନ କରିଛନ୍ତି। ତଦନୁଯାୟୀ ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାବେ ଆତ୍ମପ୍ରକାଶ କରିବ। ତେଣୁ ଅକ୍ଟୋବର ୩୧ ପରେ ସୀମା ପୁନଃନିର୍ଦ୍ଧାରଣ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିବ। ନଭେମ୍ବର ଶେଷ ଭାଗରୁ ବିଧାନସଭା କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକ୍ରିୟା ଶେଷ ହେବା ଲାଗି ୧୪ ମାସ ସମୟ ଲାଗିଯିବ ବୋଲି କୁହାଯାଉଛି। ତେଣୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
କମିଶନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ନିର୍ଦ୍ଦେଶନାମା ପାଇବା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବ। ସବ୍‌କମିଟି ଗଠନ ଏବଂ ପ୍ରକ୍ରିୟା ପାଇଁ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତିରେ ମାସେ ଲାଗିଯିବ। ସୀମାନିର୍ଦ୍ଧାରଣ ପ୍ରକ୍ରିୟା ୯ରୁ ୧୦ ପର୍ଯ୍ୟାୟରେ ହେବ। ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବାବେଳକୁ ୧୪ ମାସ ଲାଗିଯିବ ବୋଲି ଇସି ସୂତ୍ରରୁ ଜଣାପଡିଛି। ଜମ୍ମୁକଶ୍ମୀରରୁ ଲଦାଖ ଅଲଗା ହୋଇଯିବା ପରେ ବିଧାନସଭା ଆସନ ସଂଖ୍ୟା ୮୭ରୁ ୮୩କୁ ହ୍ରାସ ପାଇବ। କାରଣ ଲେହ, କାର୍ଗିଲ, ଜନସ୍କର ଓ ନୁବ୍ରା ଆସନ ଆଉ ଜମ୍ମୁ-କଶ୍ମୀର ବିଧାନସଭାର ଅଂଶବିଶେଷ ହୋଇ ରହିବ ନାହିଁ। ବର୍ତ୍ତମାନ ଉପତ୍ୟକାରେ ୪୬ ଓ ଜମ୍ମୁ ଡିଭିଜନରେ ୩୭ ବିଧାନସଭା ଆସନ ରହିଛି। ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଜମ୍ମୁରେ ଅଧିକ ୭ଟି ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବ। ଫଳରେ କଶ୍ମୀରରେ ୪୬ ସହ ଜମ୍ମୁର ୪୪ ଆସନକୁ ମିଶାଇ ମୋଟ ବିଧାନସଭା ଆସନ ସଂଖ୍ୟା ୯୦ ହେବ। ଜମ୍ମୁ ଡିଭିଜନରେ ଯେଉଁ ଅଧିକ ୭ଟି ଆସନ ହେବ ସେଥିରୁ କେତେକ ପଶ୍ଚିମ ପାକିସ୍ତାନରୁ ଆସି ବସବାସ କରୁଥିବା ଭୋଟରଙ୍କ ପାଇଁ ସଂରକ୍ଷିତ ରହିବ। ଜମ୍ମୁରେ ପାଖାପାଖି ୩ ଲକ୍ଷ ପଶ୍ଚିମ ପାକିସ୍ତାନୀ ଥଇଥାନ ହୋଇଛନ୍ତି।

ଜାତିସଂଘ ମୁଖ୍ୟଙ୍କ ସହ କଥାହେଲେ କୁରେଶୀ

ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେଙ୍କ ସହ ଶନିବାର ଟେଲିଫୋନରେ କଥା ହୋଇଛନ୍ତି। କଶ୍ମୀର ସ୍ଥିତି ବିଗିଡ଼ିବାରେ ଲାଗିଛି ଓ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୁଦାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ନୂଆଦିଲ୍ଲୀ ଏକପାଖିଆ ଭାବେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ସହ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି। ହେଲେ ଏବେ ସେଠାରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିଛି। ୨୦ ଦିନ ହେବ କର୍ଫ୍ୟୁ ଲଗାଯିବା ପରେ ସେଠାରେ ଲୋକଙ୍କୁ ଖାଦ୍ୟ, ଔଷଧର ଅଭାବ ଦେଖାଦେଇଛି। ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ତେବେ ଗୁଟେରେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ କଥା ହେବେ ବୋଲି କହିଛନ୍ତି। କଶ୍ମୀରରେ ଅଶାନ୍ତି ଦୂର ଲାଗି ଗୁଟେରେ ଏବେ ବି ପ୍ରସ୍ତୁତ ଅଛନ୍ତି ଓ ସେଠାରୁ କର୍ଫ୍ୟୁ ଉଠାଇବା ଲାଗି ଜାତିସଂଘ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉ ବୋଲି କହିଥିବା କୁରେଶୀ ଖବରଦାତାଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri