୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ ଉପଲବ୍ଧ ହେବାକୁ ଥିବା ଏହି ଲୋ କଷ୍ଟ୍‌ ଗ୍ଲୋବାଲ ପେମେଣ୍ଟ ସିଷ୍ଟମ ତିଆରି କରିବା କମ୍ପାନୀର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ସାରା ବିଶ୍ୱରେ ଏହାର ୨୦୦କୋଟି ୟୁଜର ଏହାକୁ ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି। ଲିବ୍ରାକୁ ପ୍ରାୟ ୨୫ ପାର୍ଟନର୍ସର ସମର୍ଥନ ରହିଛି। ଯେଉଁଥିରେ ନନ୍‌ ପ୍ରଫିଟେବଲ କମ୍ପାନୀ, ଫାଇନାନ୍ସିଆଲ ସର୍ଭିସେସ୍‌ ଏବଂ ଅନ୍‌ଲାଇନ ଇ-କମର୍ସ କମ୍ପାନୀ ରହିଛନ୍ତି। ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ଏକ ରିପୋର୍ଟ ଅନୁଯାୟୀ, ଏଥିରେ ଭିସା, ମାଷ୍ଟରକାର୍ଡ, ପେପଲ୍‌ ଓ ଓବର ଭଳି କମ୍ପାନୀ ସାମିଲ ହୋଇଛନ୍ତି। ସେମାନେ ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ଟେଲିକମ୍‌ କମ୍ପାନୀଙ୍କ ସହିତ ମିିଶି କ୍ରିପ୍ଟୋକରେନ୍ସି ଲାଗି ୧ କୋଟି ଡଲାର ନିବେଶ କରିବେ। ଫେସ୍‌ବୁକ୍‌ର ଘୋଷଣା ଅନୁଯାୟୀ, କ୍ରିପ୍ଟୋକରେନ୍ସି ଲିବ୍ରାକୁ ରିଏଲ ଆସେଟ୍ସ ଓ ରେଗୁଲେଟର୍ସଙ୍କ ସମର୍ଥନ ରହିଛି। ବିବିସିର ରିପୋର୍ଟ ଅନୁଯାୟୀ, ଫେସ୍‌ବୁକ ନିଜର କ୍ରିପ୍ଟୋକରେନ୍ସି ଲାଗି ଆମେରିକା ଟ୍ରେଜେରୀ ଓ ବ୍ୟାଙ୍କ ଅଫ୍‌ ଇଂଲଣ୍ଡରୁ ଅନୁମତି ନେଇସାରିଛି। ଏହି କ୍ରିପ୍ଟୋକରେନ୍ସି ଫେସ୍‌ବୁକର ଡିଜିଟାଲ ଓ୍ବାଲେଟ ଓ ଅନ୍ୟ ସେବା ଜରିଆରେ ଉପଲବ୍ଧ ହେବ। ଏହାର ଓ୍ବାଲେଟ୍‌ର ନାମ କାଲିବ୍ରା ରଖାଯାଇଛି। ଭର୍ଚୁଆଲ କଏନକୁ ଡଲାର ଓ ୟୁରୋ ମୁଦ୍ରା ସହ ସମକକ୍ଷ କରି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସ୍ଥାପନ ପାଇଁ ପ୍ରୟାସ କରାଯିବ। ଏହି ନୂଆ କ୍ରିପ୍ଟୋକରେନ୍ସି ଦ୍ୱାରା ବିଟ୍‌କଏନ ଭଳି ବ୍ଲକ୍‌ଚେନ ପ୍ରଯୁକ୍ତି ଆଧାରିତ ମୁଦ୍ରାରେ ଦେଖାଦେଉଥିବା ଅସ୍ଥିରତାରୁ ରକ୍ଷା ପାଇ ହେବ ବୋଲି ଫେସ୍‌ବୁକ୍‌ ମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri