୨୦୨୦-୨୧ ଆର୍ଥିକ ବର୍ଷ:ବଜେଟ ପାଇଁ ମତାମତ ଆହ୍ବାନ କଲା ଅର୍ଥ ବିଭାଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହଭାଗିତାକୁ ଏଥିରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ସଚିବ ଅଶୋକ ମୀନାଙ୍କ ପକ୍ଷରୁ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ କରାଯାଇ ସାଧାରଣ ଜନତାଙ୍କ ମତାମତ ଲୋଡ଼ାଯାଇଛି। ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ୍‌ ପୋର୍ଟାଲ, ଇ-ମେଲ, ହ୍ବାଟ୍ସ ଅପ୍‌ ଏବଂ ସ୍ବତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି।
ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବଜେଟ ପ୍ରସ୍ତୁତି ସମ୍ପର୍କିତ ଯେ କୌଣସି ପରାମର୍ଶ odisha.budget@gov.in ଇ-ମେଲକୁ ପଠାଇ ପାରିବେ। ସେହିପରି ୯୪୩୮୧୬୧୧୧୧ ନମ୍ବରରେ ହ୍ବାଟ୍ସ ଅପ୍‌୍‌ ଏବଂ ଏସ୍‌ଏମ୍‌ଏସ୍‌ କରିପାରିବେ। ଏଥିପାଇଁ ୧୯ ଡିସେମ୍ବରରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ସମୟସୀମା ରହିଛି। ଆସନ୍ତା ଫେବୃୟାରୀ ୧୫ ସୁଦ୍ଧା ବଜେଟ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଫେବୃୟାରୀ ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ ବଜେଟ ଆଗତ ହେବାର ସମ୍ଭାବନା ରହିଛି। ତେଣୁ କେନ୍ଦ୍ର କେତେ ଅର୍ଥ ପ୍ରଦାନ କରୁଛି, ତାହାକୁ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ୟୟବରାଦ କରାଯିବ ବୋଲି ଜଣାପଡ଼ିଛି। ବଜେଟ ପ୍ରସ୍ତୁତି ପୂର୍ବରୁ ସମସ୍ତ ଅଂଶୀଦାରଙ୍କ ମତାମତ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବ ବୋଲି ଆଶା କରାଯାଉଛି। ୯ଟି ବିଭାଗର ବଜେଟ ପ୍ରସ୍ତୁତି ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ପୂର୍ବ ବଜେଟଗୁଡ଼ିକରୁ ଶିକ୍ଷା ନେଇ ଯେତିକି ଖର୍ଚ୍ଚ ଆବଶ୍ୟକ ସେତିକି ଅର୍ଥ ମାଗିବା ପାଇଁ କୁହାଯାଇଛି। ଥରେ ପୂର୍ଣ୍ଣକାଳୀନ ବଜେଟ ଆସିବା ପରେ ଯେପରି ଅତିରିକ୍ତ ବଜେଟରେ ବ୍ୟୟବରାଦ ଆବଶ୍ୟକ ନ ପଡ଼େ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗଗୁଡିକୁ ପରାମର୍ଶ ଦିଆଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରାମର୍ଶ ଅନୁଯାୟୀ ବଜେଟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ଆସନ୍ତା ୨୧ ସୁଦ୍ଧା ବିଭାଗଗୁଡ଼ିକ ମତାମତ ଦେଇପାରିବେ ବୋଲି ଜଣାପଡ଼ିଛି। ଜିଏସ୍‌ଟି ବାବଦକୁ ଗତ ଅଗଷ୍ଟ/ସେପ୍ଟେମ୍ବର ରାଜ୍ୟ ୧୧୪୨ କୋଟି କେନ୍ଦ୍ରଠାରୁ ପାଇଛି। ଅନୁରୂପଭାବେ ଅକ୍ଟୋବର/ନଭେମ୍ବର ବାବଦକୁ ରାଜ୍ୟ ପ୍ରାୟ ୧୧୫୦ କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ଚିଟ୍‌ଫଣ୍ଡ ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ଫେରାଇବା ପାଇଁ ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ସରକାର ସକାରାତ୍ମକ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ କର୍ମଚାରୀଙ୍କୁ ଗତ ୨୦୧୭ ବର୍ଷରେ ନୂତନ ଦରମା ଦେବା ପରେ, ୨୦୧୬ ପହିଲାରୁ ୨୦୧୭ ଅକ୍ଟୋବର ପର୍ଯ୍ୟନ୍ତ ବର୍ଦ୍ଧିତ ଦରମାର ବକେୟା ବାବଦ ପ୍ରାପ୍ୟରୁ କର୍ମଚାରୀମାନେ ମାତ୍ର ୪୦ ପ୍ରତିଶତ ପାଇଛନ୍ତି। ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ବି ୬୦ ପ୍ରତିଶତ ବକେୟା ଦରମା କର୍ମଚାରୀମାନେ ପାଇନାହାନ୍ତି। ଏହି ଅର୍ଥ ପ୍ରଦାନ ନେଇ ଶୀର୍ଷସ୍ତରରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri