୨୦୨୦ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସ୍‌ଆଇ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ ସାରାଦେଶର ହଜାରରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ପ୍ରଫେସନାଲ ଓ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ‘ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’ ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯାଇଛି।
ଗୁରୁବାର କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀକୁ ସଭାପତି ତଥା ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ (ସ୍କାଇପି ମାଧ୍ୟମରେ) ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇସିଟିଇର ସଦସ୍ୟ ସଚିବ ରାଜୀବ କୁମାର, ଆଇଏଫଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ ହିନଚେ, କିଟ୍‌ର ଉପକୁଳପତି ପ୍ରଫେସର ଡ. ସସ୍ମିତା ସାମନ୍ତ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମନ୍ତ୍ରୀ ବେହେରା କହିଛନ୍ତି, ଗଣତନ୍ତ୍ର ଓ ସମାଜରେ ଡିଜିଟାଲ ପ୍ରଯୁକ୍ତିର ଅନ୍ତର୍ଭୁକ୍ତୀକରଣ ହେବା ଆବଶ୍ୟକ। ଡିଜିଟାଲ ଡେମୋକ୍ରାସିକୁ ସାକାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଦେଶର ପ୍ରତି ଗାଁକୁ ସଂଯୋଗ କରାଯାଉଛି। ୨୦୨୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜିଲାର ସବୁ ଗାଁରେ ଇଣ୍ଟରନେଟ ସଂଯୋଗ ପହଞ୍ଚିବ। ସେହିପରି ଇ-ପ୍ରଶାସନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ୫ଟି ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ବୋଲି ସେ କହିଛନ୍ତି।
ସମ୍ମିଳନୀର ପ୍ରଥମ ଦିନରେ ସିଏସଆଇ ପକ୍ଷରୁ ସିଏସଆଇ ୨୦୨୦ ଲାଇଫଟାଇମ ପୁରସ୍କାର ଡ. ଉତ୍ପଲ କୁମାର ବାନାର୍ଜୀ, ପ୍ରଫେସର ବିଏଲ. ଦୀକ୍ଷାତୁଲୁ, ଏଚଆର ମୋହନ, ରବୀନ୍ଦ୍ରନାଥ ଲାହିରି, ଫେଲୋ ବି.କେ. ପଟେଲ, ଅନିର୍ବାଣ ମୁଖାର୍ଜୀ, ଫେଲୋ ରାମସ୍ବାମୀ, ପ୍ରଫେସର ଆଲିସେରୀ ଗୋବର୍ଦ୍ଧନ ଓ ଡ.ଏସ.ଅରୁମୁଗନଙ୍କୁ ପ୍ରଦାନ କରାଯାଇଥିଲା। ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଏସଆଇ ଇ-ରତ୍ନ ପୁରସ୍କାର ଦିଆଯିବ। ଏହାଛଡ଼ା ଅନ୍ୟ ଅତିଥିଙ୍କୁ ଲାଇଫଟାଇମ ପୁରସ୍କାର, ଅନରେବଲ ଫେଲୋ ଓ ଫେଲୋ, ଏସଆଇଜି ସିଏସଆଇ ଇ-ପ୍ରଶାସନ ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

ଚାଞ୍ଚଲ୍ୟ: ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର,୨୦ା୨: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱର ସତସଙ୍ଗ ବିହାର ପାର୍କ ନିକଟରେ ଘଟିଥିବା ଏହି…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri