୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୨୦-୯(ବ୍ୟୁରୋ):୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାନ ସମୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ବୈଠକରେ ମୁଖ୍ୟତଃ ବାଲେଶ୍ୱର ଜିଲାର ୪ଟି ପୌରାଞ୍ଚଳର ସମୀକ୍ଷା କରାଯାଇଥିଲା। ବିଦ୍ୟୁତ୍‌ ଖୁଣ୍ଟ ନ ଥିଲେ ନୂତନ ଖୁଣ୍ଟ ବସାଯାଇ ଏହି ଆଲୋକୀକରଣ ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି କୁହାଯାଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର, ସୋର ଓ ଜଳେଶ୍ୱର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳ ଯୋଗାଣ, ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ ସେଣ୍ଟର), ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା। ସମୀକ୍ଷାରୁ ଜଣାଯାଇଛି ଯେ, ନୀଳଗିରିର ସୋନ ନଦୀରୁ ନୀଳଗିରି ବ୍ଲକ୍‌ ଓ ଏନ୍‌ଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ଏକ ବୃହତ୍‌ ପ୍ରକଳ୍ପ କରାଯାଇଛି। ଏହାସହ ଉତ୍ସ ଓ ଷ୍ଟୋରେଜ୍‌ ଉନ୍ନତୀକରଣ ପାଇଁ ଏଷ୍ଟିମେଟ୍‌ ପ୍ରଦାନ ଓ ନୀଳଗିରିର ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ବାଲେଶ୍ୱର ପୌରାଞ୍ଚଳରେ ୨୬୦ କି.ମି. ପାଇପ ଲାଇନ୍‌ ବିଛାଯିବାକୁ ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରୁ ୧୮୩ କି.ମି.ର କାର୍ଯ୍ୟ ସରିଛି। ପୁରୁଣା ପାଇପ ସବୁ ବଦଳାଯାଇଛି। ୪ ଜଳଭଣ୍ଡାରର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଓ ୨ ଜଳଭଣ୍ଡାରର କାର୍ଯ୍ୟ ଆସନ୍ତା ଫେବୃୟାରୀ ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ସୋର ପୌରପରିଷଦରେ ପାଇପ ଲାଇନ୍‌ ବିଛାଯାଇଛି ଓ ଏଠାରେ ୧୪ଟି ଉତ୍ସ ରହିଥିବାବେଳେ ୨ଟି ଉତ୍ସକୁ ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ସଂଯୋଗ କରାଯିବ। ଜଳେଶ୍ୱର ପୌରପରିଷଦର ସୁବର୍ଣ୍ଣରେଖା ନଦୀରୁ ପାନୀୟ ଜଳ ପ୍ରକଳ୍ପ କରିବା ପାଇଁ ବ୍ୟବସ୍ଥା କରାଯିବ। ସୋରସ୍ଥିତ ଟାଉନହଲ୍‌ ନବୀକରଣ, ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନକୁ ଅତ୍ୟାଧୁନିକ ଏବଂ ବ୍ରିଟ୍‌ କଲ୍ୟାଣ ମଣ୍ଡପର ଉନ୍ନତୀକରଣ କରିବାକୁ ମନ୍ତ୍ରୀ କହିଥିଲେ। ୪ଟି ପୌରାଞ୍ଚଳକୁ ସ୍ମାର୍ଟ ପାର୍କ ଓ ଶ୍ମଶାନ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ମାର୍ଟ ପାର୍କ ପାଇଁ ୪ ପୌରାଞ୍ଚଳକୁ ଏକ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri