Posted inଖେଳ

୨୦୧୯ ଏଫଆଇଏଚ୍‌ ପୁରସ୍କାର: ମନପ୍ରୀତ ‘ପ୍ଲେୟର ଅଫ ଦି ଇୟର’

ନୂଆଦିଲ୍ଲୀ, ୧୩।୨- ଭାରତୀୟ ହକି ପାଇଁ ଆସିଛି ଆଉ ଏକ ଖୁସି ଖବର। ଅଧିନାୟକ ମନପ୍ରୀତ ସିଂ ପାଇଛନ୍ତି ଏଫଆଇଏଚ୍‌ ‘ପ୍ଲେୟର ଅଫ ଦି ଇୟର’ ପୁରସ୍କାର। ୧୯୯୯ରେ ପୁରସ୍କାର ପ୍ରଚଳନ ହେବାଠାରୁ ପ୍ରଥମ ଭାରତୀୟ ଭାବେ ମିଡ୍‌ଫିଲ୍ଡର ମନପ୍ରୀତ ଏହି ପୁରସ୍କାର ପାଇଛନ୍ତି। ବିବେକ ସାଗର ପ୍ରସାଦ ଓ ଲାଲରେମସିଆମି ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ ‘ରାଇଜିଂ ଷ୍ଟାର ଅଫ ଦି ଇୟର’ ପୁରସ୍କାର ପାଇବାର ଦୁଇଦିନ ପରେ ଜାତୀୟ ହକିକୁ ଗର୍ବିତ କରିଛନ୍ତି ଅଧିନାୟକ ମନପ୍ରୀତ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ୨୦୧୯ ବର୍ଷର ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ମନପ୍ରୀତଙ୍କୁ ମନୋନୀତ କରିଛି। ଚଳିତ ପ୍ରୋ ଲିଗ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଏହି ଖବର ବ୍ୟକ୍ତିଗତଭାବେ ମନପ୍ରୀତ ଓ ଜାତୀୟ ହକି ଦଳର ମନୋବଳକୁ ବଢ଼ାଇ ଦେଇଛି। ଏଫଆଇଏଚ୍‌ ପ୍ଲେୟର ଅଫ ଦି ଇୟର ୨୦୧୯ ପୁରୁଷ କାଟେଗୋରୀ ପାଇଁ ଦୌଡ଼ରେ ଥିବା ବିଶ୍ୱ ଚାମ୍ପିୟନ ବେଲଜିୟମ ଦଳର ଭିକ୍ଟର ଓ୍ବେଗ୍‌ନେଜ ଓ ଆର୍ଥର ଭାନ ଡୋରେନ, ୨୦୧୯ ଏଫଆଇଏଚ୍‌ ପ୍ରୋ ଲିଗ୍‌ ବିଜେତା ଅଷ୍ଟ୍ରେଲିଆର ଆରନ ଜେଲସ୍କି ଓ ଇଡି ଓକେନଡେନ ଏବଂ ଆର୍ଜେଣ୍ଟିନାର ଲୁକାସ ଭିଲାଙ୍କୁ ପଛରେ ପକାଇ ଦେଇଥିଲେ ମନପ୍ରୀତ। ଭୋଟିଂରେ ଭାନ ଡୋରେନ ଓ ଲୁକାସ ଭିଲା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଗତବର୍ଷ ଜୁନ୍‌ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ପୁରୁଷ ହକି ସିରଜ ଫାଇନାଲ୍ସ ଅବସରରେ ମନପ୍ରୀତ କ୍ୟାରିୟରର ୨୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହି ପ୍ରତିଯୋଗିତାରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା। ସେହି ଭୁବନେଶ୍ୱରରେ ଗତ ନଭେମ୍ବରରେ ଅନୁଷ୍ଠିତ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ରୁଷିଆକୁ ହରାଇ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇବା ପଛରେ ମନପ୍ରୀତଙ୍କ ଯଥେଷ୍ଟ ଅବଦାନ ରହିଥିଲା।
”ଏହି ପୁରସ୍କାର ପାଇ ମୁଁ ପ୍ରକୃତରେ ସମ୍ମାନିତ ହୋଇଛି। ଏହାକୁ ମୁଁ ମୋ ଟିମ୍‌ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ମୋ ସପକ୍ଷରେ ଭୋଟ୍‌ ଦେଇଥିବାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ମୋ ଶୁଭେଚ୍ଛୁ ଏବଂ ହକି ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ପରୋକ୍ଷରେ ଲୋକମାନେ ଭାରତୀୟ ହକିକୁ କେତେ ଭଲ ପାଉଛନ୍ତି ତାହା ଏଥିରୁ ଜଣା ପଡ଼ିଛି। ଲୋମାନଙ୍କର ଭଲପାଇବା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛି। ଏହା ହେଲେ ଅଲିମ୍ପିକ୍‌ ବର୍ଷରେ ଆମେ ଆହୁରି ସଫଳତା ପାଇପାରିବୁ“ ବୋଲି ନିଜ ପ୍ରତିକ୍ରୀୟାରେ ମନପ୍ରୀତ କହିଛନ୍ତି। ଏହି ସଫଳତା ପାଇଁ ମନପ୍ରୀତଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅଭିନନ୍ଦନ ଜଣାଇଛନ୍ତି। ”ଏଫଆଇଏଚ୍‌ ପ୍ଲେୟର ଅଫ ଦି ଇୟର ପୁରସ୍କାର ପାଇଁ ମନପ୍ରୀତଙ୍କୁ ଅଭିନନ୍ଦନ। କ୍ରମାଗତ ଖେଳିବାଦ୍ୱାରା ଜଣେ ଖେଳାଳିଭାବେ ସେ ପରିପକ୍ୱ ହୋଇ ଯାଇଛନ୍ତି। ଦଳରେ ତାଙ୍କ ଉପସ୍ଥିତିକୁ ମଧ୍ୟ ସେ ପ୍ରମାଣିତ କରିଛନ୍ତି। ନିକଟ ଅତୀତରେ ଭାରତର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବାନେଇ ଆଶା ରହିଛି“ ବୋଲି ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri