Posted inଖେଳ

୨୦୧୧ ବିଶ୍ୱକପ୍‌ ଫାଇନାଲ ବିକ୍ରି ହୋଇଥିବା ଅଭିଯୋଗ

କଲମ୍ବୋ, ୧୮ା୬ (ପି.ଟି.)- ବିଶ୍ୱକପ୍‌ ୨୦୧୧ ଫାଇନାଲ ତାଙ୍କ ଦେଶ ଭାରତକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥ୍‌ଗାମେଜ। ତେବେ ପୂର୍ବତନ ଅଧିନାୟକ କୁମାର ସଙ୍ଗକାରା ଓ ମାହେଲା ଜୟବର୍ଦ୍ଧନେ ତାଙ୍କଠାରୁ ଉପଯୁକ୍ତ ପ୍ରମାଣ ଦାବି କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଅଲୁଥ୍‌ଗାମେଜ କହିଛନ୍ତି, ଫାଇନାଲ ଫିକ୍ସ ହୋଇଯାଇଥିଲା। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ୨୭୫ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗୌତମ ଗମ୍ଭୀର(୯୭) ଓ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୯୧)ଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଭାରତ ବିଜୟ ସହ ଟ୍ରଫି ହାସଲ କରିନେଇଥିଲା। ମୁଁ ସେତେବେଳେ କ୍ରୀଡ଼ାମନ୍ତ୍ରୀ ଥିଲି। ଦେଶର ସମ୍ମାନ ଦୃଷ୍ଟିରୁ ଏହା ପ୍ରକାଶ କରିବାକୁ ଚାହିଁ ନ ଥିଲି। କିନ୍ତୁ ଆମେ ଏହି ମ୍ୟାଚରେ ବିଜୟ ଲାଭ କରିପାରିଥାନ୍ତୁ ବୋଲି ରାଜନେତା ଜଣକ କହିଛନ୍ତି। ଅଲୁଥ୍‌ଗାମେଜ ବର୍ତ୍ତମାନର କାମଚଳା ସରକାରରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଆସନ୍ତା ଅଗଷ୍ଟ ୫ରେ ହେବାକୁଥିବା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଅଲୁଥ୍‌ଗାମେଜ କହିଛନ୍ତି ମୁଁ ଜାଣେ ଲୋକମାନେ ସେତେବେଳେ ଏ ବିଷୟରେ ଚିନ୍ତା କରିଥିବେ। ଏହି ପ୍ରସଙ୍ଗରେ ଯଦି କୌଣସି ବିତର୍କ ହୁଏ ସେଥିରେ ମୁଁ ଭାଗ ନେବାଲାଗି ପ୍ରସ୍ତୁତ ଅଛି। ଅନ୍ୟପକ୍ଷରେ ସେ ସମୟରେ ଶ୍ରୀଲଙ୍କା ଅଧିନାୟକ ଥିବା ସଙ୍ଗକାରା ମନ୍ତ୍ରୀଙ୍କୁ ଦୁର୍ନୀତି ନିବାରଣ ତଦନ୍ତ ପାଇଁ ଆବଶ୍ୟକ ପ୍ରାମାଣିକ ତଥ୍ୟ ଦାଖଲ କରିବା ଲାଗି କହିଛନ୍ତି। ଜୟବର୍ଦ୍ଧନେ ମଧ୍ୟ ଜଣେ ପୂର୍ବତନ ଅଧିନାୟକ। ସେ ଏହି ମ୍ୟାଚ୍‌ରେ ଏକ ଶତକ ହାସଲ କରିଥିଲେ। ମନ୍ତ୍ରୀଙ୍କ ଅଭିଯୋଗକୁ ନେଇ ସେ ଉପହାସ କରିଛନ୍ତି। ଆଗକୁ ନିର୍ବାଚନ ହେବାକୁ ଥିବାରୁ ଅଲୁଥ୍‌ଗାମେଜ ଏଭଳି ବୟାନବାଜି କରୁଛନ୍ତି। ଯଦି ସେ ଫିକ୍ସିଂ କଥା କହିଛନ୍ତି ତେବେ ଏହାର ପ୍ରମାଣ ଦିଅନ୍ତୁ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରନ୍ତୁ। ଗେମ୍‌ରେ ଫିକ୍ସିଂ ହୋଇଥିବା ଅଲୁଥ୍‌ଗାମେଜ୍‌୍‌ ଏହା ପୂର୍ବରୁ ମଧ୍ୟ ଥରେ କହିଥିଲେ। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ଏଥିପାଇଁ ଅଲୁଥଗାମେଜ ଓ ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ୨୦୧୧ ବିଶ୍ୱକପ୍‌ ଫାଇନାଲରେ ମ୍ୟାଚ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଏକ ତଦନ୍ତ କରାଯିବା ଲାଗି ପୂର୍ବତନ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ଏବେ କଷ୍ଟକର, ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ…

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା। ଗତ ରବିବାର (୨୨ ଫେବୃଆରୀ), ଅହମ୍ମଦାବାଦର ନରେନ୍ଦ୍ର…

୦,୦,୦,୦,୦,୦,୦,୦,୦,୦,୦,୦…ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୭୬ ରନରେ ଶୋଚନୀୟ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୧୮୭…

କମବ୍ୟାକ କରିବେ Sanju Samson?ଅଭିଷେକ-ତିଲକ ଫ୍ଲପ ହେବା ପରେ କୋଚ ଦେଲେ…

ନୂଆଦିଲ୍ଲୀ,୨୩।୨: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଲଜ୍ଜିତ ପରାଜୟ ଟିମ ଇଣ୍ଡିଆର ଟେନସନକୁ ବୃଦ୍ଧି କରିଛି। ଏହି ପରାଜୟ ସହିତ…

ଫାଇନାଲରେ କେଉଁ ଟିମ ସହ ଖେଳିବ ଭାରତ? ରାହୁଲ ଦ୍ରାଭିଡ଼ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୨: ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଏକ ସାହସିକ ଭବିଷ୍ୟବାଣୀ…

ମ୍ୟାଚ୍‌ ହାରିବା ପରେ ରାଗିଗଲେ ସୂର୍ଯ୍ୟକୁମାର: ଝାଡ଼ିଲେ ଦୋଷ

ନୂଆଦିଲ୍ଲୀ,୨୩।୨: ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡରେ ଟିମ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାଜୟବରଣ କରିଥିଲା। ଏପର୍ଯ୍ୟନ୍ତ…

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮…

Video: ଭାରତ-ଦକ୍ଷିଣ ଆଫ୍ରିକ ମ୍ୟାଚରେ ହେଲା ଖୁବ ଝଗଡା! ଡେଭିଡ ମିଲରଙ୍କ ସହ ଲାଗିଗଲେ ଓ୍ବାଶିଂଟନ ସୁନ୍ଦର, ଶୁଣିଲେନି…

ନୂଆଦିଲ୍ଲୀ,୨୩।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ଲେଇଂ ଇଲେଭେନରେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଯାଉଛି। ଏହି ମ୍ୟାଚରେ ତାଙ୍କୁ ଅକ୍ଷର ପଟେଲଙ୍କ…

୧୨୦୦ ଦିନ ପରେ ଭାଙ୍ଗିଲା ଭାରତର T20 ବିଶ୍ୱକପ ରେକର୍ଡ’, ଏବେ କେମିତି ସେମିଫାଇନାଲରେ ପହଞ୍ଚିବ ଟିମ ଇଣ୍ଡିଆ? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨୩।୨: ICC T20 ବିଶ୍ୱକପ ୨୦୨୬ ର ପ୍ରଥମ ସୁପର ୮ମ୍ୟାଚ ରେ ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା। ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri