୨୦ରୁ ୫୦୦ ଟଙ୍କା

ରଜରେ ପାନର ମଜା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ। ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକ, ବନାରସୀ ଓ ଡିଲକ୍ସ ଭଳି ପ୍ରାୟ ୨୦ରୁ ଊଦ୍ଧର୍‌ବ ଭେରାଇଟ୍‌ର ପାନ ଓ ଏହାର ଭଳିକି ଭଳି ମସଲା ଉପଲବ୍ଧ ହେଲାଣି ରାଜଧାନୀ ବଜାରରେ। ଶହୀଦନଗରଠାରେ ଥିବା ବନାରସୀ ପାନଭଣ୍ଡାର ପକ୍ଷରୁ ରଜ ଅବସରରେ ବିଭିନ୍ନ ପ୍ରକାରର ଫ୍ଲେଭର ପାନ ସହ ମିଠା ଓ ଜର୍ଦା ପାନ ଭଳି ଏକାଧିକ ରଜପାନ ବିକ୍ରିପାଇଁ ଉପଲବ୍ଧ ହେଉଛି। କଲିକତା ଓ ବାଙ୍ଗାଲୋରରୁ ସ୍ବତନ୍ତ୍ର ପାନପତ୍ର ଆସୁଛି। ଦିଲ୍‌ଖୁସ୍‌, ଦିଲ୍‌ ବାହାର୍‌, ଦିଲ୍‌ ଦିୱାନା, ଦିଲୱାଲା, ରାଜୱାଡି, ବଣ୍ଟି ବବ୍‌ଲି ପାନ୍‌, ଘୁଙ୍ଗୁରୁ, ମାୱା, ଡାଏଟ୍‌ ପାନ୍‌, ଫାୟାର୍‌ ପାନ୍‌, ଦବଙ୍ଗ ପାନ୍‌ ଭଳି ଆକର୍ଷଣୀୟ ନାମରେ ପାନ ମିଳୁଛି। ଏହାଛଡା ଫ୍ଲେଭର ପାନ ମଧ୍ୟରେ ଷ୍ଟ୍ରବେରୀ, ଚକୋଲେଟ୍‌, ପାଇନଆପଲ୍‌, ବଟରବ୍ଜ୍ରଚ୍‌, ଆପଲ, ଅରେଞ୍ଜ, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରର ପାନ ଏଠାରେ ଗ୍ରାହକମାନେ ପାଇ ପାରୁଛନ୍ତି। ଯାହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରହୁଛି। ଏହି ପାନରେ ସୋଲ ମିକ୍ସ, ରିମ୍‌ଝିମ୍‌, ହଲଚଲ, ସମ୍‌ ସୂପାରି, ଜିଲତାନ, ନଡିଆ ମିକ୍ସ, ଚକ୍‌ଲେଟ୍‌ ମିକ୍ସ, ଲବଙ୍ଗ ସୁପାରୀ ମିକ୍ସ, ମଧୁରୀ ପ୍ରଭୃତି ମସଲା ସହ ସଜାଇବା ପାଇଁ ଚେରୀ ବ୍ୟବହୃତ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଏହି ମସଲାଗୁଡିକ ଅଣାଯାଉଛି। ରଜ ପାଇଁ ସ୍ବତନ୍ତ୍ର ଗିଫ୍ଟ ପ୍ୟାକିଂ ମଧ୍ୟ ହେଉଛି। ଯାହାକୁ ଗ୍ରାହକମାନେ ପରଷ୍ପରକୁ ଉପହାର ସ୍ବରୂପ ଦେବା ପାଇଁ କିଣି ନେଉଛନ୍ତି।
ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri