୨ ରାଜପଥ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ୧୬ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ କେତେକ ଅସାମାଜିକ ଯୁବକ ବୁଧବାର ରାତି ୧୦ଟା ବେଳେ ବିଭିନ୍ନ ଯାନବାହନକୁ ଅଟକାଇ ଲୁଟତ୍‌ରାଜ ଚଳାଇଥିଲେ। ଖବରପାଇ ସବ୍‌ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ଓ ଏଏସ୍‌ଆଇ ଚନ୍ଦ୍ରଶେଖର ଦେହୁରୀଙ୍କ ସହ ଏକ ଟିମ୍‌ ପହଞ୍ଚତ୍ ସେଠାରେ ଏସ୍‌. କେ. ମାମୁଦ (୨୪) ନାମକ ଯୁବକଙ୍କୁ ଗିରଫ କରିଥିଲେ। ମାମୁଦଙ୍କ ଘର ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳରେ। ତାଙ୍କଠାରୁ ୭.୬୫ ଏମ୍‌ଏମ୍‌ ବନ୍ଧୁକ ସହ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମାମୁଦଙ୍କ ବୟାନକୁ ଭିତ୍ତି କରି ପୋଲିସ ଗୁରୁବାର ପୂର୍ବାହ୍ନରେ ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳର ରିଣ୍ଟୁ ତରେଇ (୩୦)ଙ୍କୁ ଗିରଫ କରିଛି। ତାଙ୍କଠାରୁ ମଧ୍ୟ ଗୋଟିଏ ୭.୬୫ ଏମ୍‌ଏମ୍‌ ବନ୍ଧୁକ ଓ ନଗଦ ୧୮ଶହ ଟଙ୍କା ଜବତ ହୋଇଥିବା ଗୁରୁବାର ସନ୍ଧ୍ୟାରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପରେଶ ରାଉତ ସୂଚନା ଦେଇଛନ୍ତି।
ଦୀର୍ଘଦିନ ଧରି ରୂପ୍‌ସାଠାରୁ ସୋର ପର୍ଯ୍ୟନ୍ତ ୧୬ନଂ. ଜାତୀୟ ରାଜପଥରେ ଏକ ଗ୍ୟାଙ୍ଗ ଲୁଟ୍‌ତରାଜ, ଡକାୟତି, ଛିନ୍‌ତାଇ ଭଳି କାର୍ଯ୍ୟରେ ଲିପ୍ତ ରହିଥିଲେ। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ନୂଆବଜାର ଅଞ୍ଚଳର ମୁନା ସେଠୀ, ଯାଦବପୁର ଅଞ୍ଚଳର ହାତି, ଅରଡ଼ବଜାରର ଏସ୍‌.କେ. କୁର୍ବାନ ଫେରାର ଥିବା ପୋଲିସ ସୂଚନା ଦେଇଛି। ଏ ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୩୧୯/୧୯) ରୁଜୁ ହେବା ସହ ଦଫା ୩୯୫ ଆଇପିସି ୨୫/୨୭ ଆର୍ମ ଆକ୍ଟରେ ଅଭିଯୁକ୍ତ ଏସ୍‌.କେ. ମାମୁଦ ଓ ରିଣ୍ଟୁ ତରେଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ମାମୁଦଙ୍କ ନାମରେ ସହଦେବଖୁଣ୍ଟା ଥାନାରେ ୨୦୧୩ ମସିହାରୁ ମାମଲା (ନଂ. ୧୪୪/୧୩, ୧୮୩/୧୩, ୩୩୬/୧୩, ୧୫୦/୧୫, ୧୫୧/୧୫, ୭୩/୧୮, ୨୧୧/୧୮, ୨୪୨/୧୮, ୨୧୬/୧୯) ରହିଛି। ରିଣ୍ଟୁ ତରେଇ ମଧ୍ୟ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଥାନା ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri