୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

କୁଆମରା,୧୪।୧୨(ଡି.ଏନ୍‌.ଏ.) – ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ କୁଆମରା ଗ୍ରାମରେ ୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ୭ ବର୍ଷ ତଳେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୋରିଂ ଖୋଳା ଯାଇଥିଲା। ଏହା ଉପରେ ଡାକ୍ତରଖାନା, ସ୍କୁଲ, ବଜାର ସମେତ ଗ୍ରାମର ପ୍ରାୟ ୨ହଜାରରୁ ଊଦ୍ଧର୍‌ବ ଲୋକ ନିର୍ଭରଶୀଳ ଥିଲେ। ଗ୍ରାମର ବିଭିନ୍ନ ଦିଗରେ ପାଇପ ବିଛାଇ ପାଣି ଯୋଗାଣ ହେଉଥିଲା। ଏଥି ନିମନ୍ତେ ବିଭିନ୍ନ ସ୍ଥାନରେ ୩୫ରୁ ଊଦ୍ଧର୍‌ବ ଟ୍ୟାପ ଲଗାଯାଇଥିଲା। ମାତ୍ର ବିଛା ଯାଇଥିବା ପାଇପ କ୍ରମେ ଦୁର୍ବଳ ହୋଇ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା। ଫଳରେ ଗାଁ ଗଣ୍ଡାର ବିଭିନ୍ନ ସ୍ଥାନରେ ପାଇପରୁ ପାଣି ଲିକ୍‌ ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାଯାଇଥିବା ଟ୍ୟାପଗୁଡିକ କେଉଁଠି ଅଚଳ ହୋଇଗଲା ତ କେଉଁଠି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିଲା। ଏନେଇ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ମରାମତି ଦିଗରେ ଗୁରୁତ୍ୱ ଦିଆଗଲା ନାହିଁ। ପାଇପ ଫାଟିବା ଯୋଗୁଁ ଲୋକମାନଙ୍କୁ କିଛି ଦିନ ଗୋଳିଆ ପାଣି ମଧ୍ୟ ପିଇବାକୁ ପଡ଼ିିଥିଲା। ଏହାଛଡା କେତେକ ବ୍ୟକ୍ତି ପଞ୍ଚାୟତର ବିନା ଅନୁମତିରେ ନିଜ ନିଜ ଘରକୁ ପାଇପ କନେକସନ କରି ପାଣି ନେଉଥିଲେ ମଧ୍ୟ ତାହା ପ୍ରତି କଟକଣା ରହିଲା ନାହିଁ। ଏବେ ୨ ମାସ ହେଲା ଗାଁ କୁ ପାନୀୟ ଜଳ ଯୋଗାଣ ଠପ ହୋଇ ପଡିଛି। ଅନ୍ୟପକ୍ଷେ ଯତ୍ନ ଅଭାବରୁ ନଳକୂପ ଗୁଡ଼ିକ ଅଦରକାରୀ ହୋଇ ପଡିଛି। ତେବେ ଏନେଇ ପଞ୍ଚାୟତ ପକ୍ଷରୁ ୨/୩ ଥର ବୈଠକ ଡକାଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ। ଲୋକେ ଶୁଦ୍ଧ ପାନୀୟ ଜଳ ପାଉ ନ ଥିବାରୁ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ସରପଞ୍ଚ ସସ୍ମିତା ନାଏକଙ୍କୁ ପଚାରିବାରୁ ନୂଆ ପାଇପ ସହ ଟ୍ୟାପ ଗୁଡିକ ଲଗାଯିବା ପାଇଁ ବ୍ୟବସ୍ଥା ଚାଲିଛି। ଖୁବ ଶୀଘ୍ର କାର୍ଯ୍ୟ ସରିବ ଓ ଲୋକେ ପୂର୍ବ ଭଳି ପାଇପ ପାଣି ପାଇପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri