ଗୋପାଳପୁର,୫ା୧ -ଦୀର୍ଘବର୍ଷ ହେଲା ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ନକଲି ଡ଼ାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଆଇନ କ୍ଲିନିକ କରି ରୋଗୀଙ୍କୁ ଚିକିତ୍ସା ଆଳରେ ଶୋଷଣ କରାଯାଉଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଶନିବାର ରଣ୍ଢା ଓ ଗୋଳନ୍ଥରା ଚଟି ନିକଟରେ ଥିବା ଦୁଇଟି ବେଆଇନ କ୍ଲିନିକରେ କନିଷି ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ପୂର୍ବାହ୍ନରେ କନିଷି ଭାରପ୍ରାପ୍ତ ତହସିଲଦାର ଅନୀତା ସାହୁ, କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ସୁଜିତ ମହାପାତ୍ର ଓ ଗୋଳନ୍ଥରା ଏସ୍ଆଇ ଜୟନାଥ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ରଣ୍ଢା ଗ୍ରାମରେ ଥିବା ଏକ ଦନ୍ତ ଚିକିତ୍ସାଳୟରେ ଚଢ଼ାଉ କରିଥିଲେ। ଚିକିତ୍ସାଳୟରେ ଥିବା ଡ଼ାକ୍ତରଙ୍କୁ ତହସିଲଦାର କ୍ଲିନିକ ଏଷ୍ଟାବ୍ଲିଶମେଣ୍ଟ ସାର୍ଟିଫିକେଟ ମାଗିବାରୁ ଏନେଇ ଆବେଦନ କରାଯାଇଛି ବୋଲି ସେ କହିଥିଲେ। ପରେ ତହସିଲଦାର ଉକ୍ତ ବେଆଇନ ଚିକିତ୍ସାଳୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଗୋଳନ୍ଥରା ଚଟିସ୍ଥିତ କାମରାଜୁ ଚିକିତ୍ସାଳୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। କାମରାଜୁଙ୍କ ପୁଅ ଜଣେ ରୋଗୀଙ୍କୁ ଇଞ୍ଜେକସନ ଦେଉଥିବା ଟିମ୍ ସଦସ୍ୟ ଦେଖିଥିଲେ। କାଗଜପତ୍ର ମାଗିବାରୁ ସେ ଆର୍ଏମ୍ପି ସାର୍ଟିଫିକେଟ ଦେଖାଇଥିଲେ। ତହସିଲଦାର ସାହୁ କ୍ଲିନିକ୍ ଏଷ୍ଟାବ୍ଲିଶମେଣ୍ଟ ସାର୍ଟିଫିକେଟ ମାଗିବାରୁ ସେ ଦେଖାଇପାରିନଥିଲେ। ତୁରନ୍ତ ଏହାକୁ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ୪ ଦିନ ମଧ୍ୟରେ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଶାସନ ନିକଟରେ ଦାଖଲ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ
ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା
ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...
Archives


