୨ ବିଦେଶୀ ମଦ ଦୋକାନ ସିଲ୍‌  

ଢେଙ୍କାନାଳ ଅଫିସ, ୨୯।୫-ଲକ୍‌ଡାଉନ ନିୟମ ଭାଙ୍ଗି ଖୋଲାଖୋଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରେ୨ ବିଦେଶୀ ମଦ ଦୋକାନକୁ ପୋଲିସ ସିଲ୍‌ କରିଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ବସ୍‌ଷ୍ଟାଣ୍ଡ ଏବଂ ମହାବୀର ବଜାରସ୍ଥିତ ସମ୍ପୃକ୍ତ ଦୁଇ ବିଦେଶୀ ମଦ ଦୋକାନ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଦୋକାନର ଲାଇସେନ୍ସ ରବ୍ଦ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ଦୁଇ ଦୋକାନର ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର ଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।
ମେ ୨୫ରେ ଅନ୍‌ଲାଇନ୍‌ ମଦ ବ୍ୟବସାୟକୁ ଅନୁମତି ମିଳିଥିଲା। ହେଲେ ଉକ୍ତ ୨ ଦୋକାନରେ ସାମ୍ନାପଟୁ ତାଲା ପକାଯାଇ ଭିତିରିଆ ଅଫ୍‌ଲାଇନ୍‌ରେ ମଦ ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଥିଲା। ସବୁଠାରୁ ବଡ଼ କଥା ସିଲ୍‌ ହୋଇଥିବା ୨ ବିଦେଶୀ ମଦ ଦୋକାନଠାରୁ ୩୦୦ ମିଟର ଦୂରରେ ଜିଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ଏହାସତ୍ତ୍ୱେ ଏପରି ଅନିୟମିତତା କିପରି ଜଣାପଡ଼ିଲା ନାହିଁ, ତାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଘଟଣା ଜଣାପଡିବା ପରେ ଜିଲାପାଳ ଅବକାରୀ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ନୀରବତା ପରେ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଫଟୋ- ୧-ବସଷ୍ଟାଣ୍ଡସ୍ଥିତ ବିଦେଶୀ ମଦ ଦୋକାନକୁ ସିଲ କରାଯାଉଛି।)


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ

ପରଜଙ୍ଗ,୨୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରରୁ ଶୁକ୍ରବାର ରାତିରେ ଲକ୍ଷାଧିକ ଟଙ୍କାର ମନ୍ଦିର ସାମଗ୍ରୀ ଲୁଟି…

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ ଜିଲା…

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri