୨ ବର୍ଷରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥର

ନୂଆଦିଲ୍ଲୀ,୨୦-୧୧: ଗତ ୨ ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥରସ୍ଥିତିକୁ ଚାଲି ଆସିଥିବା ଏକ ନୂଆ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭-୧୮ରେ ନିଯୁକ୍ତି ଅଭିବୃଦ୍ଧି ହ୍ରାସ ଘଟି ୩.୯% ରହିଥିବା ବେଳେ ଏହା ୨୦୧୮-୧୯ରେ ୨.୮%କୁ ଖସିଥିବା କେୟାର ରେଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଦେଶରେ କାର୍ଯ୍ୟ କରୁଥିବା ସମସ୍ତ କ୍ଷେତ୍ରର ପ୍ରାୟ ୧୯୩୮ କମ୍ପାନୀକୁ ନେଇ ହୋଇଥିବା ଅଧ୍ୟୟନ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ, ୨୦୧୮-୧୯ରେ କମ୍ପାନୀଗୁଡିକର ଭାଲ୍ୟୁ ସେଲ୍‌ ବା ବିକ୍ରି ୬୯ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ କର୍ପୋରେଟ ସମେତ ବଡ ବଡ ସୂଚୀଭୁକ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମଧ୍ୟ ସାମିଲ କରାଯାଇଛି। ସାମ୍ପୂଲରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ବିଶେଷ ଭାବେ ବିଚାର କରାଯାଇନାହିଁ।
ଅଧ୍ୟୟନ ଅନୁସାରେ ୨୦୧୪-୧୫ରୁ ୨୦୧୮-୧୯(୪ ବର୍ଷ) ମଧ୍ୟରେ ନିଯୁକ୍ତି ବାର୍ଷିକ ହାରାହାରି ୩.୩% ହାରରେ ବଢିଛି। ଏହି ସମୟ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ୭.୫% ହାରରେ ବଢିଥିଲେ ମଧ୍ୟ ନିଯୁକ୍ତି ବୃଦ୍ଧି ଉପରେ ଏହାର ପ୍ରଭାବ କିଭଳି ରହିଛି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାବାଦ ବାର୍ଷିକ ଭିତ୍ତିରେ ନିଯୁକ୍ତି ବୃଦ୍ଧି କଥା ବିଚାର କଲେ ଏହା ୨୦୧୫-୧୬ରେ ୨.୫% ଏବଂ ୨୦୧୬-୧୭ରେ ୪.୧% ରହିଛି। ଏଣୁ ଜିଡିପି ଅଭିବୃଦ୍ଧି ସହ ବାର୍ଷିକ ନିଯୁକ୍ତି ବୃଦ୍ଧିକୁ ତୁଳନା କଲେ ଏହା ପ୍ରାୟ ୪.୨%ର ଭିନ୍ନତା ଦେଖାଯାଉଛି। ଏହି ସମୟରେ ପ୍ରାୟ ଅର୍ଦ୍ଧାଧିକ କମ୍ପାନୀଙ୍କ ନିଯୁକ୍ତି କମିଥିବା ବେଳେ ପ୍ରାୟ ୩୫% ସଂସ୍ଥାଙ୍କର ନିଯୁକ୍ତି ୧୧% ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ସଂସ୍ଥାଗୁଡିକର ନିଯୁକ୍ତି ଅଭିବୃଦ୍ଧି ବାର୍ଷିକ ୩.୩% ରହିଛି।

ପ୍ରଭାବିତ କୋର ସେକ୍ଟର
ଦେଶର କୋର ସେକ୍ଟର ବା ପ୍ରମୁଖ ଶିଳ୍ପକ୍ଷେତ୍ର ଅଭିବୃଦ୍ଧି ଗତ କିଛି ତ୍ରୈମାସ ଧରି ପ୍ରଭାବିତ ସ୍ଥିତିରେ ରହିଛି। ବ୍ୟାଙ୍କ ଏନ୍‌ପିଏ ବୃଦ୍ଧି ଜିଡିପି ହ୍ରାସ ଭଳି ଦେଶର ବିଭିନ୍ନ ସମସ୍ୟା ଯୋଗୁ ଶିଳ୍ପଗୁଡିକ ଉପରେ ଏହାର ପ୍ରଭାବ ପଡିଛି। ଅଶୋଧିତ ତୈଳ କ୍ଷେତ୍ରରେ ମାତ୍ର କିଛି ନିଯୁକ୍ତି ସୃଷ୍ଟି ହୋଇଛି। ଉଚ୍ଚ ହାରରେ ନିବେଶ ହେଉଥିବା ଶିଳ୍ପ ଗୁଡିକରେ ସ୍ଥିତି ସମାନ ରହିଛି। ଶକ୍ତି ଏବଂ କ୍ୟାପିଟାଲ ଗୁଡ୍‌ସ କ୍ଷେତ୍ର ନକାରାତ୍ମକ ସ୍ଥିତିରେ ଥିବା ବେଳେ ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି ୦.୪% ରହିଛି। ହେଲଥ କେୟାର ଅଟୋମୋବାଇଲ ନିଯୁକ୍ତି ୪.୮% ରହିଛି। ଏଫ୍‌ଏମ୍‌ସିଜି ଏବଂ ବୟନ କ୍ଷେତ୍ରରେ ଏହା ୩.୩%।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri