Posted inଖେଳ

୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଯେଉଁଭଳି ଖେଳୁଆଡ଼ ମନୋଭାବ ଦେଖାଇଥିଲା, ସେଥିନେଇ ଦଳକୁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ମିଳିଥିଲା। ସିନିୟର ଖେଳାଳିଙ୍କ ପରେ ଏବେ ଜୁନିୟର ଖେଳାଳିମାନଙ୍କ କାର୍ଯ୍ୟକୁ ପୂରା କ୍ରିକେଟଜଗତ ପ୍ରଶଂସା କରିଛି। ଦେଶର ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ କିର୍କ ମ୍ୟାକକେନ୍‌ଜି ୯୯ ରନ୍‌ କରିଥିବାବେଳେ ଗୋଡ଼ର ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ପ୍ୟାଭିଲିଅନ ଫେରିଯାଇଥିଲେ। କିନ୍ତୁ ମ୍ୟାଚ୍‌ରେ ୧୪ ବଲ ପୂର୍ବରୁ ଦଳର ୯ ଉଇକେଟ ପତନ ଘଟିବାରୁ ସେ ପୁଣି ଥରେ ବ୍ୟାଟିଂ ପାଇଁ ଆସିଥିଲେ। ସେ ପ୍ରଥମ ବଲରେ ଆଉଟ ହେବାରୁ ଶତକରୁ ବଞ୍ଚତ୍ତ ହୋଇଥିଲେ। ସେ ପ୍ୟାଭିଲିଅନ ଫେରିବାବେଳେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ଏପରି କି ଚାଲି ପାରୁ ନ ଥିଲେ। ଏଣୁ ନ୍ୟୁଜିଲାଣ୍ଡ ଅଧିନାୟକ ଜେସି ଟାସ୍କଅଫ୍‌ ଓ ପେସର ଜୋଇ ଫିଲ୍ଡ ମ୍ୟାକଜେନ୍‌ଜିଙ୍କୁ ଉଠାଇ ଗ୍ରାଉଣ୍ଡ ବାହାରେ ଛାଡ଼ିଥିଲେ। ଏହି ଘଟଣାର ଭିଡିଓ କ୍ରିକେଟ ବିଶ୍ୱକପ୍‌ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରି ସଚିନ ଲେଖିଛନ୍ତି, ବ୍ୟକ୍ତିଗତ ଭାବେ ମୋ ପାଇଁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ କାର୍ଯ୍ୟ ମୋ ହୃଦୟ ଜିତି ନେଇଛି। ସଚିନଙ୍କ ବ୍ୟତୀତ ରୋହିତ ଶର୍ମା, ମହମ୍ମଦ କୈଫ, ଜିମି ନିଶମଙ୍କ ଭଳି କ୍ରିକେଟର ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri