୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍‌ ମଧ୍ୟରେ ରହିଥିବା ଘନିଷ୍ଟ ସମ୍ପର୍କ। ଆଉ ଏହି ସମ୍ପର୍କ ବହୁ ପୁରୁଣା। ୧୭୦୦ ବର୍ଷ ତଳେ ଏହି ସହର ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ଯୋଡ଼ିଥିଲା, ଯାହାକି ଏ ପର୍ଯ୍ୟନ୍ତ ଅତୁଟ ରହିଛି। ଚାଇନାରେ ବୌଦ୍ଧ ଧର୍ମର ଯେଉଁ ସମ୍ପ୍ରଦାୟର ଅଧିକ ପ୍ରଚାର ପ୍ରସାର ଘଟିଛି, ସେଥିରେ ମାମଲ୍ଲାପୁରମ୍‌ ସହରର ମୁଖ୍ୟ ଭୂମିକା ରହିଛି। କେବଳ ଧର୍ମ ନୁହେଁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ କାରବାର କ୍ଷେତ୍ରରେ ମଧ୍ୟ ଏହି ସହର ଏକଦା ପ୍ରମୁଖ କେନ୍ଦ୍ର ଥିଲା।
ବିଷୟ ହେଲା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଇତିହାସରେ ବିଶେଷ ରୁଚି ରହିଛି, ଯାହାକି ମୋଦି ବେଶ୍‌ ଜାଣନ୍ତି। ଏହାସହ ବିଦେଶୀ ରାଷ୍ଟ୍ର ପ୍ରମୁଖଙ୍କ ଗସ୍ତ ସମୟରେ ସେମାନଙ୍କୁ ନୂଆଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟ ପ୍ରମୁଖ ସହର ବୁଲାଇବା ଏବଂ ଦେଖାଇବା ଦ୍ୱାରା ଭାରତର ସ୍ବତନ୍ତ୍ରତା ସମ୍ପର୍କରେ ସେମାନେ ଜାଣିପାରିବେ। ଚାଇନାର ପ୍ରସିଦ୍ଧ ପରିବ୍ରାଜକ ହୁଏନ୍‌ ସାଂ ମଧ୍ୟ ମାମଲ୍ଲାପୁରମ୍‌ ଯାତ୍ରାରେ ଆସିଥିଲେ ଏବଂ ନିଜ ଲେଖା ମାଧ୍ୟମରେ ଏହି ସହରର ଗୁଣଗାନ କରିଥିଲେ। ସହରର ବଡ଼ ସ୍ବତନ୍ତ୍ରତା ହେଲା ଚାଇନାର ତତ୍କାଳୀନ ଶାସକମାନେ ପଲ୍ଲବ ବଂଶର ରାଜାମାନଙ୍କ ସହ ସମ୍ଭବତଃ ପ୍ରଥମ ପ୍ରତିରକ୍ଷା ବୁଝାମଣା କରିଥିଲେ। ଏଥିରେ ଦକ୍ଷିଣ ଭାରତରେ ରାଜତ୍ୱ ବିସ୍ତାର କରିଥିବା ପଲ୍ଲବ ବଂଶର ରାଜାଙ୍କୁ ଚାଇନାର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ସେହି ସମୟରେ ଦକ୍ଷିଣ ଭାରତ ଚାଇନା ପାଇଁ ଏକ ପ୍ରମୁଖ ବାଣିଜି୍ୟକ ପେଣ୍ଠସ୍ଥଳୀ ପାଲଟିଥିଲା। ପଲ୍ଲବ ବଂଶ ଏବଂ ଚୋଳ ବଂଶର ରାଜାଙ୍କ ଶାସନର ପ୍ରଚାର ପ୍ରସାର କ୍ଷେତ୍ରରେ ମଧ୍ୟ ଚାଇନାର ତକତ୍ାଳୀନ ଶାସକମାନେ ସହଯୋଗ କରିଥିବା ଜଣାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri