୧୭୦ ପାଇପ୍‌ ଜଳ ପ୍ରକଳ୍ପ ଅଚଳ

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଆଗକୁ ଖରାଦିନ ଆସୁଛି। ଅପରପକ୍ଷରେ ପୂର୍ବ ବର୍ଷମାନଙ୍କ ଭଳି ଗଞ୍ଜାମ ଜିଲାରେ ପିଇବା ପାଣି ଅଭାବ ଲାଗି ରହିବା ଆଶଙ୍କା ଦେଖାଦେଇଛି। ଜିଲା ଗ୍ରାମାଞ୍ଚଳରେ ଥିବା ୧୭୦ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଥିବା ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ବ୍ରହ୍ମପୁର ଓ ଭଞ୍ଜନଗର ଡିଭିଜନ ପକ୍ଷରୁ ଡିଆରଡିଏ କାର୍ଯ୍ୟାଳୟକୁ ଦିଆଯାଇଥିବା ରିପୋର୍ଟରୁ ଏହା ଜଣାପଡିଛ। ଏଥିସହ ୧୧୧ ନୂଆ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ରହିଛି। ଏଥିରୁ ଖରାଦିନ ସରିବା ପରେ ଅର୍ଥାତ୍‌ ଜୁନ୍‌ରେ ୪୭ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ଉକ୍ତ ରିପୋର୍ଟରେ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେଥିମଧ୍ୟରେ ବ୍ରହ୍ମପୁର ଡିଭିଜନର ୨୫ ଓ ଭଞ୍ଜନଗର ଡିଭିଜନର ୨୨ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ରହିଛି। ଏଥିସହ ୩୭ ପ୍ରକଳ୍ପ କାମ ଜମା ଆରମ୍ଭ ହୋଇନି। ଏହି ସବୁ କାରଣରୁ ପାଣି ସମସ୍ୟା ପୂର୍ବବର୍ଷ ଭଳି ଉତ୍କଟ ହେବ ବୋଲି ଅନୁମାନ କରାଯାଉଛି। ଜିଲାରେ ୧୫୦୫ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ବ୍ରହ୍ମପୁର ଡିଭିଜନର ୮୨୭ରୁ ୭୭ ଓ ଭଞ୍ଜନଗର ଡିଭିଜନର ୬୭୮ ମଧ୍ୟରୁ ୯୩ ପ୍ରକଳ୍ପ ଅଚଳ ରହିଛି। ଉକ୍ତ ୧୭୦ ପ୍ରକଳ୍ପ ଅଚଳ ମଧ୍ୟରେ ଚିକିଟି ବ୍ଲକର ୮, ଦିଗପହଣ୍ଡି ୧୨, ପାତ୍ରପୁର ୭, ସାନଖେମୁଣ୍ଡି ୯, ଛତ୍ରପୁର ୫, ରଙ୍ଗେଇଲୁଣ୍ଡା ୬, ଗଞ୍ଜାମ ୮, ଖଲ୍ଲିକୋଟ ୧୧, ହିଞ୍ଜିଳି ୨, କୁକୁଡାଖଣ୍ଡି ୩, ଶେରଗଡ ୬, ଆସିକା ୫, ଧରାକୋଟ ୪, ଭଞ୍ଜନଗର ଗୋଟିଏ, ବେଲଗୁଣ୍ଠା ୯, ଜଗନ୍ନାଥପ୍ରସାଦ ୬, ସୋରଡା ୯, ବେଗୁନିଆପଡା ୧୪, କବିସୂର୍ଯ୍ୟନଗର ୧୧, ପୋଲସରା ୨୧ ଓ ପୁରୁଷୋତ୍ତମପୁର ବ୍ଲକର ୯ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଛି।
ସେହିପରି ଜିଲାରେ ୨୨୨ ନୂଆ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ଏଥିରୁ ବର୍ତ୍ତମାନ ସୁଦ୍ଧା ୭୪ ପ୍ରକଳ୍ପ କାମ ସରିଥିବା ବେଳେ ୧୧୧ ପ୍ରକଳ୍ପ କାମ ଚାଲିଛି। ୩୭ ପ୍ରକଳ୍ପ କାମ ଆରମ୍ଭ ହୋଇ ନ ଥିବା ସୂଚନା ଦିଆଯାଇଛି। ଅପରପକ୍ଷରେ ଛତ୍ରପୁର ବ୍ଲକ ୭ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବାକିଥିବା ବେଳେ ଚିକିଟିର ୪, ପାତ୍ରପୁରର ୭, ଦିଗପହଣ୍ଡିର ୧୦, ଗଞ୍ଜାମର ୭, ଖଲ୍ଲିକୋଟର ୧୨, କୁକୁଡାଖଣ୍ଡି ବ୍ଲକ ୫, ରଙ୍ଗେଇଲୁଣ୍ଡା ୭, ସାନଖେମୁଣ୍ଡିର ୧୨, ଶେରଗଡର ୯, ଆସିକାର ୮, ବେଗୁନିଆପଡାର ୭, ବେଲଗଣ୍ଠାର ୨, ଭଞ୍ଜନଗରର ୫, ବୁଗୁଡାର ୪, ଧରାକୋଟର ୧୨, ଜଗନ୍ନାଥପ୍ରସାଦର ୪, କବିସୂର୍ଯ୍ୟନଗରର ୨, ପୋଲସରା ୮, ପୁରୁଷୋତ୍ତମପୁରର ୫ ଓ ସୋରଡା ବ୍ଲକର ୧୧ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri