Posted inଜାତୀୟ

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୦୦ରୁ ୨୦୧୭ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ୮ଶହ ୮୧ ବର୍ଗ କିମି ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୦୦ରେ ଏହା ୬ ଲକ୍ଷ ୭୫ ହଜାର ୫ ଶହ ୩୮ ବର୍ଗ କିମି ଥିଲା। ସେହିପରି ୨୦୧୭ରେ ଏହା ୭ ଲକ୍ଷ ୬୭ ହଜାର ୪ଶହ ୧୯ ବର୍ଗ କିମିକୁ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦେଶରେ ବନୀକରଣ ଯୋଜନାକୁ ସଫଳ କରାଇବା ପାଇଁ ୨୦୨୦ ସୁଦ୍ଧା ୧୨୧ କୋଟି ବୃକ୍ଷ ଚାରା ରୋପଣ କରାଯିବା କାର୍ଯ୍ୟକ୍ରମ ରହିଥିବା ଏହି ରିପୋର୍ଟରେ କୁହାଯାଇଛି। ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ କେରଳରେ ଜଙ୍ଗଲ ପରିସୀମାରେ ଗତ ୨ ବର୍ଷରେ ୨୦୧୫ଠାରୁ ୨୦୧୭ ମଧ୍ୟରେ ଅଧିକ ବୃଦ୍ଧି ପାଇଛି। ଏସବୁ ରାଜ୍ୟରେ ଜଙ୍ଗଲ ପରିସୀମା ଯଥାକ୍ରମେ ୨ ହଜାର ଶହେ ୪୧ ବର୍ଗ କିମି, ୧୧ ଶହ ୧ ବର୍ଗ କିମି ଏବଂ ୧୦ ଶହ ୪୩ ବର୍ଗ କିମି ବଢ଼ିଛି। ଗତ ୨୦ ବର୍ଷ ମଧ୍ୟରେ ପୃଥିବୀରେ ୧୫ ଶହ କୋଟି ବୃକ୍ଷ କଟାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୁପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୁପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri