୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ, ଓଡ଼ିଶାର କୌଣସି ଗୋଟିଏ ବି କୀର୍ତ୍ତିରାଜି ଏହି ତାଲିକାରେ ସ୍ଥାନ ପାଇନାହିଁ। ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ଅଥବା ରତ୍ନଗିରି, ଲଳିତଗିରି, ଉଦୟଗିରି ଭଳି ବୌଦ୍ଧଧର୍ମୀୟ ସ୍ଥାପତ୍ୟ ମଧ୍ୟ ସ୍ଥାନ ପାଇନାହିଁ। ଏହି ତାଲିକାରେ ଓଡ଼ିଶା ସ୍ଥାନ ନ ପାଇବା ଅନେକଙ୍କୁ ବ୍ୟଥିତ କରିଛି। ୧୨ ରାଜ୍ୟର ୧୭ଟି ଏତିହ୍ୟକୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଲା- ୟୁପିର ତାଜ୍‌ମହଲ ଓ ଫତେପୁର ସିକ୍ରୀ, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନ୍‌ ଟମ୍ବ, କୁତବ୍‌ମୀନାର ଏବଂ ଲାଲକିଲ୍ଲା, ଗୋଆର କ୍ଲୋଭା ସମୁଦ୍ରକୂଳ, ରାଜସ୍ଥାନର ଆମେର ଫୋର୍ଟ, ଗୁଜରାଟର ସୋମନାଥ ଏବଂ ଦୋଲାବିରା, ମଧ୍ୟପ୍ରଦେଶର ଖଜୁରାହୋ, କର୍ନାଟକର ହାମ୍ପି, ତାମିଲନାଡୁର ମହାବଳିପୁରମ୍‌, ଆସାମର କାଜିରଙ୍ଗା, କେରଳର କୁମାରକମ୍‌ ଏବଂ ବିହାରର ମହାବୌଦ୍ଧି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ। ଦକ୍ଷତା ବିକାଶ, ସ୍ଥାନୀୟ ଲୋକଙ୍କୁ ରୋଜଗାର, ଅନ୍ୟ ପ୍ରମୁଖ ସହରଗୁଡିକ ସହ ଯୋଗାଯୋଗ ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଉନ୍ନୟନ କରାଯିବ। ଚୟନ କରାଯାଇଥିବା ୧୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏକାଧିକ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ କୀର୍ତ୍ତିରାଜିରେ ସ୍ଥାନ ଦିଆଯାଇସାରିଛି। କେନ୍ଦ୍ର ପକ୍ଷରୁ ଗୁଜରାଟର ସୋମନାଥ ମନ୍ଦିର ଏବଂ ବିହାରର ମହାବୌଦ୍ଧିକୁ ସ୍ଥାନ ମିଳିବାରେ କୌଣସି ଅସୁବିଧା ହୋଇନାହିଁ। ସେହିଦୃଷ୍ଟିରୁ ବିଚାର କଲେ ପୁରୀ ଶ୍ରୀମନ୍ଦିର ଏବଂ ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ସ୍ଥାନ ମିଳିବା କଥା ବୋଲି କେତେକ ପର୍ଯ୍ୟଟନ ସମୀକ୍ଷକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri