୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ସେଠାରେ ଥିବା ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଛି। ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଗସ୍ତ ସମୟର ସ୍ମୃତିକୁ ଧରି ରଖିଥିବା ଏହି ପୀଠ ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ବାଣ୍ଟି ଆସୁଛି। ଏଥର ମଙ୍ଗଳବାର ପ୍ରତ୍ୟୁଷରୁ ମଠର ଆରମ୍ଭ ହୋଇଥିବା ଲାଲାଜୀ ରାହାସ ପୂର୍ଣ୍ଣିମା ଉତ୍ସବ ୯ ଦିନ ଧରି ଚାଲିବ। ପ୍ରଥମ ଦିନରେ ସେଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ପ୍ରାୟ ୧୫୦ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ରାହାସ ମେଳା ଅଞ୍ଚଳବାସୀଙ୍କ ଲାଗି ଆକର୍ଷଣ ସାଜିିିଛି। ଏଥର ମେଳାରେ ବସିଛି ୨୦୦ ରୁ ଊର୍ଦ୍ଧ୍ୱ ଦୋକାନ। ବିଭିନ୍ନ ଘରୋଇ ଉପକରଣ ସାଙ୍ଗକୁ ମୀନାବଜାରର ବିଭିନ୍ନ ବିପଣୀ ଓ ନାନା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି।
ମେଳାରେ ଅଧିକ ଆକର୍ଷଣ ରହିଛି ପାର୍ଶ୍ୱ ଉପଲକ୍ଷେ ରାଧାକୃଷ୍ଣଙ୍କର ମୃଣ୍ମୟ ପ୍ରତିମୂର୍ତ୍ତି ନିର୍ମାଣ ସହ, ମହାଦେବ ଛଦ୍ମବେଶରେ ଶ୍ରୀକୃଷ୍ଣଙ୍କ ବାଲ୍ୟରୂପ ଦର୍ଶନ କରିବା, ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା କାଜୀ ଉଦ୍ଧାର, ଇନ୍ଦ୍ରଙ୍କର ସୁରଭି ଗାଈ ଦ୍ୱାରା ଶ୍ରୀକୃଷ୍ଣଙ୍କ ଅଭିଷେକ, ଶ୍ରୀକୃଷ୍ଣଙ୍କର ମାଖନ ଚୋରି, ଜରାସନ୍ଧ ଯୁଦ୍ଧ, ଜାମଳାର୍ଜୁନ ଦର୍ଶନ, ବଂଶୀବଟରେ ମହାସଭା, ସମ୍ଭରାଶୁର ସହ ଶ୍ରୀକୃଷ୍ଣଙ୍କ ଯୁଦ୍ଧ, ଓ ରାସ ଲୀଳା ଆଦି ପୌରାଣିକ କଥାବସ୍ତୁକୁ ନେଇ ସୁନ୍ଦର ପାର୍ଶ୍ୱମୂର୍ତ୍ତି ଦର୍ଶକଙ୍କ ମନ ମୋହୁଛି। ମଠ ପରିସରରେ ଥିବା ପୋଖରୀ ପାର୍ଶ୍ୱରେ ପଡିଥିବା ମେଳା, ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜ୍ଜା ସମଗ୍ର ପରିସରକୁ ଉତ୍ସବମୁଖର କରିଛି। ମଙ୍ଗଳବାର ସନ୍ଧ୍ୟାରୁ ରାତିଯାଏ ଏଠି ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri