Posted inରାଜ୍ୟ

୧୫୦ ବର୍ଷ ପରେ ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବା ଖବର କ’ଣ ସତ ? ଜାଣନ୍ତୁ ଏହାର ରହସ୍ୟ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ପଡ଼ୁଥିବା ଚନ୍ଦ୍ରଗ୍ରହଣକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଥିବା ଖବର ବିଭ୍ରାନ୍ତିକର । ଜୁଲାଇ ୧୭ରେ ପଡ଼ୁଥିବା ଗ୍ରହଣ ୧୫୦ ବର୍ଷ ପରେ ପଡ଼ୁଛି। ଗୁରୁ ପୂର୍ଣ୍ଣିମାରେ ପଡ଼ୁଥିବା ହେତୁ ଏହା ଏକ ଅପୂର୍ବ ସଂଯୋଗ ଭଳି ଖବର ଭିତ୍ତିହୀନ ବୋଲି କହିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ। ସେ କହିଛନ୍ତି, ଗତ ୧୫୦ ବର୍ଷ ମଧ୍ୟରେ ଅତି କମ୍‌ରେ ୧୨୦ଟି ପୂର୍ଣ୍ଣ ଓ ୯୦ଟି ଆଂଶିକ ଚନ୍ଦ୍ରଗ୍ରହଣ ସଂଘଠିତ ହୋଇଛି। ଏପରିକି ଅତିକମ୍‌ରେ ୭ଟି ପୂର୍ଣ୍ଣ ଏବଂ ୯ଟି ଆଂଶିକ ଚନ୍ଦ୍ରଗ୍ରହଣ ଗୁରୁ ପୂର୍ଣ୍ଣିମାରେ ହୋଇଛି। ତନ୍ମଧ୍ୟରୁ ୫ଟି ମଙ୍ଗଳବାର ଏବଂ ଗୁରୁ ପୂର୍ଣ୍ଣିମାରେ ପଡ଼ିଥିଲା। ଗତବର୍ଷ ଜୁଲାଇ ୨୭ରେ ଗୁରୁ ପୂର୍ଣ୍ଣିମାରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିଲା। ୧୮୬୯ ମସିହା ଜୁଲାଇ ୨୩ ରେ ପଡ଼ିଥିବା ଚନ୍ଦ୍ରଗ୍ରହଣଟି ଶୁକ୍ରବାର ସଂଘଠିତ ହୋଇଥିଲା। ଏଣୁ ଏହାକୁ ନେଇ ବିଭ୍ରାନ୍ତିକର ଖବର ପ୍ରଚାରିତ କରିବା ଆଦୌ ଉଚିତ ନୁହେଁ। ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା। ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼େନାହିଁ। ଏହାକୁ ଉପଭୋଗ କରିବା ସହ ଏହା ପଛର କାରଣ ବିଷୟରେ ଜାଣିବା ଆବଶ୍ୟକ। ଏହାକୁ ନେଇ ସମାଜରେ ଥିବା ଭୁଲ ଧାରଣାଗୁଡ଼ିକୁ ଲୋକଙ୍କ ମନରୁ ଦୂର କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri