୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ ଓ ଅର୍ଥନୈତିକ ସହାୟତା ଭାବେ ଏହି ଅର୍ଥ ମିଳିବ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏହି ମହାମାରୀ ସାରା ବିଶ୍ୱରେ ୨ ଲକ୍ଷ ୪୭ ହଜାର ଲୋକଙ୍କ ଜୀବନ ନେଲାଣି। ଆମେରିକାର ଏହି ସହାୟତା ବିଭିନ୍ନ ଦେଶର ସରକାର, କରୋନା ବିରୋଧରେ ଲଢ଼ୁଥିବା ଅନ୍ତର୍ଜାତୀୟ ସଂଗଠନ ଏବଂ ଏନ୍‌ଜିଓଗୁଡ଼ିକୁ ଯୋଗାଇଦିଆଯିବ। ସ୍ବାସ୍ଥ୍ୟସେବା ସହାୟତା ସ୍ବରୂପ ଭାରତକୁ ୫.୯ ନିୟୁତ ଡଲାର ମିଳିଛି। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନକୁ ୧୮ ନିୟୁତ, ପାକିସ୍ତାନକୁ ୧୫ ନିୟୁତ, ବାଂଲାଦେଶକୁ ୧୨.୩ ନିୟୁତ ଡଲାର ସ୍ବାସ୍ଥ୍ୟ ସହାୟତା ଆମେରିକା ଯୋଗାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ରକ୍ତପାତ: ଆନ୍ଦୋଳନରେ ୨,୦୦୦ ମୃତ, ପ୍ରଥମ ଥର ପାଇଁ ସ୍ୱୀକାର କଲେ ସରକାର

କେନ୍ଦୁଝର,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି: ଏଥର ରାଜରାସ୍ତାରେ ଆୟୋଜିତ ହେବ ପରେଡ୍

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାଠାରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...

ମୃତ ଚାଷୀଙ୍କ ପରିବାରଙ୍କୁ ମିଳିଲା ୪ ଲକ୍ଷ ଟଙ୍କା ସହାୟତା

ଚିକିଟି,୧୩ା୧(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନା ଅଧୀନ ନୂଆପଡା ଗ୍ରାମର କେ.ଶୁକ୍ରୁ ବିଲରେ ଚାଷ କରୁଥିବା ବେଳେ ତାଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri