୧୨୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

କୋମନା,୨୮।୮(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ବିଭିନ୍ନ ପଞ୍ଚାୟତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଝଗ୍ରାହୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋମନା ବିଡିଓ ଶ୍ୟାମଳ ରୟ ଅଧ୍ୟକ୍ଷତା କରିଥିଲେ। ଏଥିରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ୧୨୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ କାର୍ଯ୍ୟାଦେଶ ଓ ୩୦ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱାଳା ଯୋଜନାରେ ଗ୍ୟାସ ବିତରଣ କରିଥିଲେ। ସେହିଭଳି କାଣ୍ଡେତରା ଗ୍ରାମପଞ୍ଚାୟତରେ ୫୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହିତ କାଣ୍ଡେତରା ସମବାୟ ସମିତି ଗୋଦାମ ଗୃହ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମଗୁଡିକରେ ଢୋର୍ଲାମୁଣ୍ଡା ସରପଞ୍ଚ ସାନ ମହାନନ୍ଦ, ଝଗ୍ରାହୀ ସରପଞ୍ଚ ଭରତ ମାଝି, କାଣ୍ଡେତରା ସରପଞ୍ଚ ସନ୍ଥରାମ ସାହୁଙ୍କ ସମେତ କାର୍ଯ୍ୟକର୍ତ୍ତା ମନିଜର ଆର୍ଯ୍ୟ, ଚୋକ ଦାସ, ସହଦେବ ପ୍ରଧାନ, ଫୁଲେଶ୍ୱର ଭୋଇ, ତାତୁରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଏମପି ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷାଙ୍କ ସହ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା NIT କ୍ୟାମ୍ପସରେ ହାତୀ ଆତଙ୍କ, ଛାତ୍ରୀଛାତ୍ର ଭୟଭୀତ

ରାଉରକେଲା,୨୪।୨(ସଂଗୀତା ଜେନା): ମଙ୍ଗଳବାର ସକାଳେ ଦୁଇଟି ବନ୍ୟ ହାତୀ ରାଉରକେଲା ପରିସରରେ ପ୍ରବେଶ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ୟାମ୍ପସରେ କିଛି ସମୟ ପାଇଁ…

ନାଲ୍‌କୋ ସପକ୍ଷବାଦୀଙ୍କୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଚେତାବନୀ: କମ୍ପାନୀ ବିପକ୍ଷବାଦୀଙ୍କ ବୈଠକ

ପଟ୍ଟାଙ୍ଗି,୨୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମ ନିକଟରେ ବିପକ୍ଷବାଦୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି।…

ଜମି ପାଖ ପୋଖରୀରୁ ମିଳିଲା ମୃତଦେହ ଉଦ୍ଧାର: ସନ୍ଦେହଜନକ ମୃତ୍ୟୁକୁ ନେଇ ବଢିଲା ଚର୍ଚ୍ଚା

ବଲାଙ୍ଗୀର,୪।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ମିରିଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ପାଖ ଜମିରେ ଥିବା ଏକ ପୋଖରୀରୁ…

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ଭୟଭୀତ କରି ଶାରୀରିକ ସମ୍ପର୍କ ରଖୁଥିଲେ ଗ୍ରାମର ୪ ଯୁବକ, ଚିକିତ୍ସା ପରେ ଜଣାପଡିଲା ଯୁବତୀ ଗର୍ଭବତୀ

ଭୁବନ, ୨୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଧଳପଡା ଗ୍ରାମର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ୪ ଜଣ ଗଣବଳାତ୍କାର କରିଥିବା ଯୁବତୀଜଣଙ୍କ…

ଜୁନାଗଡ଼ ସହରରେ ଅବକାରୀ ଚଢ଼ାଉ, ବିପୁଳ ନକଲି ବିଦେଶୀ ମଦ ସହ ୨ ଗିରଫ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri