Posted inଖେଳ

୧୨ ବର୍ଷ ହେଲା ଆର୍ଥକ ସହୟତା ଦେଇନାହିଁ ବିସିସିଆଇ

ବେଙ୍ଗାଲୁରୁ,୪ା୧୨: ଘରୋଇ ଲିଷ୍ଟ ଏ’ ଓ ଟି୨୦ କ୍ରିକେଟ ମ୍ୟାଚ୍‌ ବର୍ଷା ଦ୍ୱାରା ବାଧା ପ୍ରାପ୍ତ ହେଲେ ଫଳାଫଳ ନିଣ୍ଣୟ କରିବା ପାଇଁ ଦେଶରେ ଭିଜେଡି ନିୟମ ବ୍ୟବହାର କରାଯାଏ। ଏହି ନିୟମକୁ ପ୍ରସ୍ତୁତ କରିଥିଲେ ଭି. ଜୟଦେବନ। ହେଲେ ଭିଜେଡି ନିୟମ ବ୍ୟବହାର କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ୧୦ ବର୍ଷ ହେଲା ଜୟଦେବନଙ୍କୁ କୌଣସି ଆର୍ଥିକ କ୍ଷତିପୂରଣ ଦେଉନାହିଁ। କେରଳର ସିଭିଲ ଇଞ୍ଜିନିୟର ୨୦୦୭ରେ ଏହି ନିୟମ ପ୍ରସ୍ତୁତ କରିଥିଲେ। ସେ କହିଛନ୍ତି, କେବଳ ୨୦୦୯ରେ ବୋର୍ଡ ପକ୍ଷରୁ ନିୟମକୁ ଆହୁରି ଉନ୍ନତର କରିବା ପାଇଁ ଆର୍ଥିକ ସହୟତା ପାଇଥିଲେ। ସୁନିଲ ଗାଭାସ୍କରଙ୍କ ନେତୃତ୍ୱାଧୀନ ଟେକନିକାଲ କମିଟିର ସୁପାରିସ କ୍ରମେ ୧୨ ବର୍ଷ ତଳେ କାର୍ଯ୍ୟକାରୀ କରାଯାଇଥିଲା। ସୌରଭ ଗାଙ୍ଗୁଲି ମଧ କମିଟିର ସଦସ୍ୟ ଥିଲେ। ସେ ଭିଜେଡି ନିୟମକୁ ଆଇପିଏଲରେ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଗତ ୧୨ ବର୍ଷ ହେଲା ଭିଜେଡି ନିୟମ ବ୍ୟବହାର କରାଯାଇ ୫୦୦ରୁ ଅଧିକ ଘରୋଇ ମ୍ୟାଚ୍‌ର ସନ୍ତୋଷଜନକ ଫଳାଫଳ ବାହାରିଛି। ରାଜ୍ୟର ଟି୨୦ ଲିଗ୍‌ କେପିଏଲ ଓ ଟିଏନ୍‌ପିଏଲ ମଧ୍ୟ ଏହା ଫଳପ୍ରଦ ସାବ୍ୟସ୍ତ ହେଉଛି। ଏଥିନେଇ ମୁଁ କୌଣସି ସମ୍ମାନ କିମ୍ବା ଆର୍ଥିକ ସହାୟତା ପାଇନାହିଁ ବୋଲି ସେ କହିଛନ୍ତି। ଏବେ ସେ ନୂଆ ନିୟମ ବାହର କରିଛନ୍ତି, ଯାହାର ନାମ ‘ମେକ ଅପ୍‌ ଫ୍ୟାକ୍ଟର’ ରଖିଛନ୍ତି। ଏହା ଦ୍ୱାରା କୌଣସି ଦଳକୁ ଫାଇଦା କିମ୍ବା କ୍ଷତି ହେବ ନାହିଁ। ତେବେ ଏହା ଟି୨୦ ଫର୍ମାଟରେ ବେଶ ସହାୟକ ହେବ। ଏହା ଉପରେ କାର୍ଯ୍ୟ କରିବା ପାଇଁ ମୋତେ ଅର୍ଥର ଆବଶ୍ୟକ ଅଛି। ତାଙ୍କୁ ବିସିସିଆଇ ସାଧାରଣ ସମ୍ପାଦକ (କ୍ରିକେଟ ଅପରେଶନ୍ସ) ସାବା କରିମ ଆଶ୍ୱସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri