୧୨ ଆନ୍ତଃ ଜିଲା ଡକାୟତ ଗିରଫ

ଛତ୍ରପୁର/ଆସିକା/ବୁଗୁଡା,୩୦/୮(ଡି.ଏନ.ଏ.)- ବୁଗୁଡା ଓ ଆସିକା ଥାନା ପୋଲିସ ବୁଧବାର ରାତିରେ ୧୨ ଆନ୍ତଃଜିଲା ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନେ ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା ଓ ନୟାଗଡ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଡକାୟତି ଓ ଲୁଟ୍‌ ଆଦି ଘଟଣାରେ ସମ୍ପୃକ୍ତ ଥିଲେ। ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ ବୋଲି ଗୁରୁବାର ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ମାଉଜର କିଏ ଯୋଗାଇଥିଲା, ଅପରାଧ ମାମଲାରେ ଏମାନଙ୍କ ସହଯୋଗୀ ଆଉ କିଏ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲୁ ରହିଥିବା ଏସ୍‌ପି ରଏ ସୂଚନା ଦେଇଛନ୍ତି।
ଏସପି ଆହୁରି କହିଛନ୍ତି, ଅଭିଯୁକ୍ତମାନେ ୨ଟି ଗ୍ରୁପ୍‌ର ା ବୁଧବାର ରାତିରେ ଆସିକା-ବାଲିପଦର ରାସ୍ତାର ଡାସନାପଲ୍ଲୀ ରେଷ୍ଟସେଡ୍‌ଠାରେ କେତେଜଣ ଡକାୟତି ଯୋଜନା କରୁଥିଲେ। ସେ ସମୟରେ ପାଟ୍ରୋଲିଂ କରୁଥିବା ଆସିକା ଥାନା ପୋଲିସ ଚଢାଉ କରି ସେଠାରୁ ୬ ଡକାୟତଙ୍କୁ କାବୁ କରିଥିଲା। ସେମାନେ ହେଲେ ଆସିକା କଲେଜ ଛକସ୍ଥିତ ମହାରଣା କଲେନୀର ସନ୍ତୋଷ ନାହାକ, ଭେଟନଈର ସନ୍ତୋଷ ଜେନା, କୁମ୍ଭାର ସାହିର ସଞ୍ଜୟ ବେହେରା , ଭେଟନଈର ତାପସ ରଞ୍ଜନ ସେନାପତି ଓରଫ ରିକୁନ୍‌, ମାମୁଢିହ ଗାଁର ପିଙ୍କୁ ସାହୁ ଓ ଜରଡା ଥାନା ପାତ୍ରପୁର ଗାଁର ବୁଚିପାତ୍ର ଓରଫ ବି. ସନ୍ତୋଷ ରାଓ ା ସେହିପରି ବୁଧବାର ରାତିରେ ବୁଗୁଡା ପୋଲିସ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବୁଦ୍ଧଖୋଲ ହିଲ୍‌ ନିକଟ ହନୁମାନ ମଠ ପଛପଟେ ଡକାୟତି ଯୋଜନା କରୁଥିବା ୬ ଜଣଙ୍କୁ କାବୁ କରିଥିଲା ା ସେମାନେ ହେଲେ ଆସିକା ଥାନା ଭେଟନଇ ଗାଁର ଶଙ୍କର ଦାସ, ହରିହର ନଗରର କେ. ଦୀପକ ସେନାପତି, ନୂଆଗାଁର ପ୍ରହଲ୍ଲାଦ କୁମାର ସାହୁ ଓରଫ ଚଇନା, ଜଗନ୍ନାଥପ୍ରସାଦ ଥାନା ଚିକିଲି ଗାଁର ଶିବ ସେନାପତି, ଧରାକୋଟ ମୁସଲିମ ସାହିର ଜମିର ଖାନ୍‌ ଓ ଆସିକା ଥାନା ପାକଲାପଲ୍ଲୀର ସାଇ ଶଙ୍କର ପୋଲାଇ । ଏମାନଙ୍କଠାରୁ ୪ ଟି ପିସ୍ତଲ, ୧୨ ରାଉଣ୍ଡ ଗୁଳି, ଗୋଟିଏ ଖେଳଣା ବନ୍ଧୁକ, ୩ଟି ଖଣ୍ଡା, ୨ କାତି, ୩ ଛୁରୀ, ଗୋଟିଏ ପଞ୍ଚ, ୧୫ଟି ମାସ୍କ, ୧୦ ବୋତଲ ମଦ, ୧୨ଟି ବୋମା, ୫ ବାଇକ୍‌ ଓ ୫୮ ହଜାର ଟଙ୍କା ଜବତ ହୋଇଛି ା ଅନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ୧ ଲକ୍ଷ ୧୫ ହଜାର ଲୁଟ, ଭେଟନଈ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟଙ୍କୁ ପିସ୍ତଲ ଦେଖାଇ ୧ ଲକ୍ଷ ୪୫ ହଜାର ଟଙ୍କା ଲୁଟ, ଗାଙ୍ଗପୁର ଥାନା କେନ୍ଦୁପଦର ଠାରେ ବ୍ୟବସାୟୀଙ୍କ ଠାରୁ ୬୦ ହଜାର ଲୁଟ୍‌, ଆସିକା କଲେଜ ଛକ ଠାରେ ମିଠା ବ୍ୟବସାୟୀଙ୍କଠାରୁ ୮ ହଜାର ଟଙ୍କା ଲୁଟ୍‌ରେ ଗିରଫ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା ସୂଚନା ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଆଇବି ଡିଏସପି ପି.କେ ଦଳାଇ, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri