୧୧୦ ବର୍ଷର ଶିକ୍ଷାନୁଷ୍ଠାନ ଆଜି ଅବହେଳିତ

ଜଳେଶ୍ୱର, ୧୯।୩-ସଂସ୍କୃତ ଶିକ୍ଷାର ପ୍ରସାର ଲାଗି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲା ଅଧୀନ ଜଳେଶ୍ୱର ବ୍ଲକର ଶାଳିକୋଠା ଗ୍ରାମରେ ୧୯୧୦ ମସିହାରୁ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନ ଆଜି ଅବହେଳିତ ଅବସ୍ଥାରେ ରହିଛି। ଉପାନ୍ତ ତଥା ଅନଗ୍ରସର ଇଲାକରେ ଥିବା ଏହି ଅନୁଷ୍ଠାନ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲେ ବି ଏହାର ଭିତ୍ତିଭୂମିର ବିକାଶ ହୋଇ ନାହିଁ କି ଆବଶ୍ୟକ ଶିକ୍ଷକ କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। କ୍ରମାଗତ ଛାତ୍ର ଉପସ୍ଥାନ ହ୍ରାସ ଚିନ୍ତା ବଢାଇଛି। ବର୍ତ୍ତମାନ ୫ଟି ଶ୍ରେଣୀରେ ୮୦ରୁ କମ୍‌ ଛାତ୍ର ଥିବାରୁ ଏହାକୁ ବନ୍ଦ କରାଯିବା ଲାଗି ଯୋଜନା ଚାଲିଥିବା ଜଣାପଡିବା ପରେ ଏହା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।
ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟ ତଥା ପ୍ରଜ୍ଞାପୀଠ ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନରେ ପୂର୍ବରୁ ଆଚାର୍ଯ୍ୟ(ଏମ୍‌.ଏ.) ଶ୍ରେଣୀ ଯାଏ ଶିକ୍ଷାଦାନ କରାଯାଉଥିଲା। ସରକାର ଆଚାର୍ଯ୍ୟ ଶ୍ରେଣୀ ପ୍ରତ୍ୟାହାର କରି ନେବାପରେ ଅନୁଷ୍ଠାନରେ ପ୍ରଥମା (ଷଷ୍ଠ ଶ୍ରେଣୀ )ଠାରୁ ଶାସ୍ତ୍ରୀ(ଦଶମ ଶ୍ରେଣୀ) ପର୍ଯ୍ୟନ୍ତ ଏବଂ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀରେ ପାଠ ପଢାଯାଉଛି। ପରେ ଏହା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ବୀକୃତି ଲାଭ କରଛି। ଏହା ସତ୍ତ୍ୱେ କ୍ରମାଗତ ଅବହେଳାର ଶିକାର ହୋଇ ଆସିଥିବାରୁ ଏହି ୧୧୦ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର କରି ହୃତ ଗୌରବ ଫେରାଇ ଆଣିବା ସକାଶେ ଅଞ୍ଚଳବାସୀଙ୍କ ପକ୍ଷରୁ ଶରତ ଚନ୍ଦ୍ର ପରିଡା, ଦେବୀ ପଣ୍ଡା, ଭୂପତି ଚରଣ ମହାନ୍ତି, ରବିନାରାୟଣ ରଥ, ଗଣେଶ ପରିଡା ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି ା
ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳର ବହୁ ସଂସ୍କୃତିପ୍ରେମୀ, ବିଦ୍ୱାନ୍‌ ତଥା ବଦାନ୍ୟ ବ୍ୟକ୍ତିମାନେ ଏକାଠି ହୋଇ ୨୦୦୮ରେ ଏକ ବଟବୃକ୍ଷ ମୂଳେ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ। ଏହାର ପରିଚାଳନ ନିମନ୍ତେ ଘର ଘର ବୁଲି ମୁଷ୍ଠି ଭିକ୍ଷା ସଂଗ୍ରହ କରାଯାଉଥିଲା। ଅନେକ ବିଶିଷ୍ଟ ପଣ୍ଡିତ କର୍ମକାଣ୍ଡୀୟ ପଦ୍ଧତି, ବୈଦିକ ମନ୍ତ୍ର, ପୂଜା ପାଠ ଓ ଯଜ୍ଞାଦିକର୍ମ ସହିତ ଧର୍ମଶାସ୍ତ୍ର ସମ୍ବନ୍ଧରେ ଏଠାରେ ବ୍ରାହ୍ମଣ ପିଲାଙ୍କୁ ଶିକ୍ଷା ଦାନ କରୁଥିଲେ। ପରବର୍ତ୍ତୀ ସମୟରେ ତା୧୪।୨।୧୯୧୦ରିଖରୁ ବିଧିବଦ୍ଧଭାବେ ନିଜସ୍ବ ସ୍ଥାନରେ ଏକ ନଡାଛପର ଘର କରାଯାଇ ପାଠପଢା ଆରମ୍ଭ ହୋଇଥିଲା। ୧୯୧୩ରେ ବିହାର-ଓଡିଶା-ବଙ୍ଗର ଶିକ୍ଷା ନିର୍ଦ୍ଦେଶକ ଜୁଆଲ୍‌ ହନ୍‌ ଏହି ବିଦ୍ୟାଳୟକୁ ସ୍ବୀକୃତି ପ୍ରଦାନ କରିଥିଲେ। ସ୍ବାଧୀନତା ପରେ ତତ୍‌କାଳୀନ ଶିକ୍ଷା ନିରୀକ୍ଷକଙ୍କ ସୁପାରିଶ କ୍ରମେ ବିଦ୍ୟାଳୟ ନିମନ୍ତେ ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯିବାରୁ ୧୯୭୧ରେ ଅନୁଷ୍ଠାନର ପକ୍କାଗୃହ ନିର୍ମାଣ କରାଯାଇଥିଲା। ୨୦୧୮ରେ ରାଜ୍ୟ ସରକାରଙ୍କ ଉନ୍ନୟନ ପାଣ୍ଠିରୁ ମିଳିଥିବା ସହାୟତା କ୍ରମେ ଅନୁଷ୍ଠାନର ଆଉ ୨ଟି ନୂତନ ଶ୍ରେଣୀ ଗୃହ ନିର୍ମିତ ହୋଇଥିଲା। ବିଭାଜନ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଲଗା କାର୍ଯ୍ୟ କରୁଛି। ଅତୀତରେ ଏହି ବିଦ୍ୟାଳୟରୁ ପାଠ ପଢିି ବହୁ ଛାତ୍ରୀଛାତ୍ର ରାଜ୍ୟ ତଥା ରାଜ୍ୟ ବହାରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର.ଡ. ନୀଳକଣ୍ଠ ପତି, ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର.ଡ. ଅତୁଲଚନ୍ଦ୍ର ନନ୍ଦ ତଥା ସମ୍ପ୍ରତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗମୁଖ୍ୟ ଡ. ଯୁଧିଷ୍ଠିର ସାହୁ ପ୍ରମୁଖ ଏଠି ଉପାଧ୍ୟାୟ ଭାବେ କାର୍ଯ୍ୟରତ ଥିଲେ। ସଂସ୍କୃତ ବିଦ୍ୟାଳୟରେ ଷଷ୍ଠରୁ ଦଶମ ମଧ୍ୟରେ ପାଠ ପଢାଇ ଅବସର ନେଉଥିବା ଶିକ୍ଷକ ଓ ପଣ୍ଡିତମାନଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଦେଶ ସ୍ବାଧୀନ ହେବା ବହୁପ ୂର୍ବରୁ ଏହି ଅଞ୍ଚଳରେ କୌଣସି ଶିକ୍ଷା ବ୍ୟବସ୍ଥା ନ ଥିବାବେଳେ ସାଧାରଣ ଶିକ୍ଷା ସହିତ ସଂସ୍କୃତ ଶିକ୍ଷା ପ୍ରଦାନ କରିବାରେ ଏହି ବିଦ୍ୟାଳୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନର ସୁରକ୍ଷା କରାଗଲେ ଏହା ଭବିଷ୍ୟତ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ରହିବ ବୋଲି ଡ. ଅଜିତ କୁମାର ମହାନ୍ତି, ଭୂପତି ଚରଣ ପରିଡାଙ୍କ ସମେତ ସ୍ଥାନୀୟ ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri