Posted inଜାତୀୟ

୧୦୦ ଲକ୍ଷ କୋଟିରେ ଭିତ୍ତିଭୂମି ବିକାଶ

ନୂଆଦିଲ୍ଲୀ,୧୭ା୮, (ପି.ଟି./ଆଇଏଏନ୍‌ଏସ୍‌): ଭାରତର ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଦେଶବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଷଷ୍ଠଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଧଳା କୁର୍ତ୍ତା ପାଇଜାମା ପରିହିତ ଓ ମୁଣ୍ଡରେ ହଳଦିଆ ରଙ୍ଗର ପଗଡ଼ି ଭିଡ଼ିଥିବା ମୋଦି କେତେକ ନୂଆ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୯୩ ମିନିଟ ଅଭିଭାଷଣର ମୁଖ୍ୟାଂଶ:

୧. ଭିତ୍ତିଭୂମି ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଦେଶର ବିକାଶ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କେନ୍ଦ୍ର ସରକାର ଆଧୁନିକ ବନ୍ଦର, ରାଜପଥ, ରେଲଓ୍ବେ, ବିମାନବନ୍ଦର, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ୧୦୦ ଟ୍ରିଲିୟନ୍‌ ଟଙ୍କା ନିବେଶ କରିବେ। ଏଥିଯୋଗୁ ଆସନ୍ତା ୫ ବର୍ଷରେ ଭାରତୀୟ ଅର୍ଥନୀତିକୁ ପ୍ରାୟ ଦୁଇଗୁଣା ଅର୍ଥାତ୍‌ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ପୂରଣ ହେବ। ୨୦୧୪ରେ ବିଶ୍ୱବ୍ୟାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ କ୍ଷେତ୍ରରେ ୧୯୦ ରାଷ୍ଟ୍ର ମଧ୍ୟରୁ ଭାରତ ୧୪୨ତମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ୭୭ତମ ସ୍ଥାନକୁ ଉଠିଛି। ବ୍ୟବସାୟରେ ସହଜତା କ୍ଷେତ୍ରରେ ବିଶ୍ୱର ୫୦ ବୃହତ୍‌ ଅର୍ଥନୀତି ମଧ୍ୟରେ ସ୍ଥାନିତ ହେବା ପାଇଁ ଏହି ସଂସ୍କାର ଭାରତକୁ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
୨. ଜଳ ଜୀବନ ମିଶନ ପାଇଁ ୩.୫ ଟ୍ରିଲିୟନ୍‌ ଟଙ୍କା: ଦେଶର ଅଧା ଘରେ ପାଇପ୍‌ ଯୋଗେ ପାଣି ପହଞ୍ଚତ୍ ପାରୁନାହିଁ। ସମସ୍ତ ଘରକୁ ପାଇପ୍‌ ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ଜଳ ଜୀବନ ମିଶନ ଗଠନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ୩.୫ ଟ୍ରିଲିୟନ୍‌ ଟଙ୍କା ନିବେଶ କରାଯିବ। ଏହି ମିଶନକୁ ସଫଳ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ।
୩. ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ପ୍ରତିଷ୍ଠା: ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜଭୁତ କରିବା ପାଇଁ ଦେଶରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପ୍ରତିଷ୍ଠା କରାଯିବ। ସିଡିଏସ୍‌ ତିନିସେନାର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଦେଶର ସଶସ୍ତ୍ର ବଳକୁ ଏକ ପ୍ରଭାବଶାଳୀ ନେତୃତ୍ୱ ପ୍ରଦାନ କରିବ। ପ୍ରକାଶ ଯେ, ୧୯୯୯ କାର୍‌ଗିଲ୍‌ ଯୁଦ୍ଧ ପରେ ଦେଶର ନିରାପତ୍ତା ବ୍ୟବସ୍ଥାରେ ଥିବା ବ୍ୟବଧାନକୁ ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ପ୍ରତିରକ୍ଷାମନ୍ତ୍ରୀଙ୍କ ଏକକ ସାମରିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ଲାଗି ସିଡିଏସ୍‌ ନିଯୁକ୍ତି ସକାଶେ ଉକ୍ତ କମିଟି ପରାମର୍ଶ ଦେଇଥିଲା। ୨୦୧୨ରେ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ସ୍ଥାୟୀ ଅଧ୍ୟକ୍ଷ ପଦ ସୃଷ୍ଟି ପାଇଁ ନରେଶ ଚନ୍ଦ୍ର ଟାସ୍କ ଫୋର୍ସ ସୁପାରିସ କରିଥିଲା। ଏହାକୁ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ବିଶ୍ଳେଷଣ କରୁଛନ୍ତି।
୪. ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିର ଯଥାର୍ଥତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସ୍ବାଧୀନତା ଦିବସରେ ଅବତାରଣା କରିଛନ୍ତି। ସେ କହିଛନ୍ତି, ଏନ୍‌ଡିଏ ସରକାର କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ ଟ୍ରିପଲ୍‌ ତଲାକ୍‌ ଏବଂ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ହଟାଇବା ପାଇଁ ନୂଆ ଆଇନ ଆଣିଛନ୍ତି। ‘ଗୋଟିଏ ଦେଶ ଗୋଟିଏ ସମ୍ବିଧାନ’ ଏବେ ବାସ୍ତବରେ ପରିଣତ ହୋଇଛି। ଏଥିପାଇଁ ଭାରତ ଗର୍ବିତ। ଏହି ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଏହା ଯଦି ଏତେ ଜରୁରୀ ଥିଲା ତେବେ ବିଗତ ୭୦ ବର୍ଷରେ ପୂର୍ବ ସରକାରଗୁଡ଼ିକ ଏହାକୁ କାହିଁକି ସ୍ଥାୟୀ କଲେ ନାହିଁ ବୋଲି ମୋଦି ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି।
୫. ଉଚ୍ଚାକାଂକ୍ଷୀ ଭାରତକୁ ପ୍ରଶଂସା: ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚାକାଂକ୍ଷୀ ଭାରତକୁ ପ୍ରଶଂସା କରି ବିବେକୀ ନାଗରିକଙ୍କ ଉଦାହରଣ ଦେଇଛନ୍ତି। ଭାରତର ଜନସାଧାରଣ କେବଳ ନୂଆ ରେଳଷ୍ଟେଶନ ବା ବସ୍‌ ଷ୍ଟେଶନ ପ୍ରତିଷ୍ଠାର ପ୍ରସ୍ତାବରେ ଖୁସି ନୁହନ୍ତି। ସେମାନଙ୍କ ଅଞ୍ଚଳକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ କେବେ ଆସିବ ଜାଣିବା ପାଇଁ ଆଗ୍ରହୀ। ସେହିପରି ଏକ ନୂଆ ବିମାନବନ୍ଦର କେବେ ପ୍ରତିଷ୍ଠା ହେବ ସେନେଇ ପ୍ରଶ୍ନ କରୁଛନ୍ତି ବୋଲି ମୋଦି ଲୋକଙ୍କ ପରିବର୍ତ୍ତିତ ଆକାଂକ୍ଷାଗୁଡ଼ିକର ଅବତାରଣା କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏବେ ଦିଲ୍ଲୀରୁ ବାରାଣସୀ ମଧ୍ୟରେ ଚଳାଚଳ କରୁଥିବାବେଳେ ଆଉ ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ କଟ୍ରା ମଧ୍ୟରେ ଦୌଡ଼ିବା ପାଇଁ କାର୍ଯ୍ୟ ଚାଲିଛି।
୬. ପ୍ଲାଷ୍ଟିକ୍‌ମୁକ୍ତ ଭାରତ: ୨୦୨୨ ସୁଦ୍ଧା ଦେଶକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଦିଗରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଏକ ବଡ଼ ପଦକ୍ଷେପ ନେବା ଉପରେ ସେ ସଙ୍କେତ ଦେଇଛନ୍ତି। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌କୁ ଆମେ ସମସ୍ତେ ବିଦାୟ କହିବାର ସମୟ ଆସିଛି। ପ୍ଲାଷ୍ଟିକ୍‌କୁ ରିସାଇକିଲ୍‌ କରି ଭିନ୍ନ କାର୍ଯ୍ୟରେ ବ୍ୟବହାରଯୋଗ୍ୟ କରିବା ସକାଶେ ନୂଆ କୌଶଳ ବିକଶିତ କରିବା ପାଇଁ ଏହି ଅବସରରେ ସେ ଷ୍ଟାର୍ଟଅପ୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି।
୭. ଏକକାଳୀନ ନିର୍ବାଚନ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଆସୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏକକାଳୀନ ନିର୍ବାଚନ ଭାରତକୁ ମହାନ୍‌ କରିବ। ଏହାଦ୍ୱାରା ଆର୍ଥିକ ଓ ପ୍ରଶାସନିକ ବୋଝ ହ୍ରାସ ପାଇବ। ପ୍ରକାଶ ଯେ, ସମ୍ବିଧାନରେ କେତେକ ସଂଶୋଧନ କରାଗଲେ ଏକକାଳୀନ ନିର୍ବାଚନ ସମ୍ଭବ ବୋଲି ଗତବର୍ଷ ଅଗଷ୍ଟରେ ଆଇନ କମିଶନ ପ୍ରସ୍ତାବ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ କମିଟି ଗଠନ କରିବାକୁ ଯାଉଛନ୍ତି।
୮. ଜନସଂଖ୍ୟା ନିୟନ୍ତ୍ରଣକୁ ଗୁରୁତ୍ୱ: ଜନସଂଖ୍ୟା ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଦେଶରେ ବଢ଼ିଚାଲିଥିବା ଜନସଂଖ୍ୟା ଆଗାମୀ ପିଢ଼ି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ସମାଜର ଏକ ବର୍ଗ ନିଜ ପରିବାରକୁ ଛୋଟ ରଖିବାକୁ ପସନ୍ଦ କରିଛି, ଯାହାକି ସମ୍ମାନ ପାଇବା ଯୋଗ୍ୟ। ସେମାନେ ଯାହା କରୁଛନ୍ତି, ତାହା ଦେଶଭକ୍ତିର ଏକ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri