୧୦୦ ରୁଟ୍‌ରେ ଗଡିବ ୧୫୦ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୩୦-୧୨: ଦେଶର ୧୦୦ ରୁଟ୍‌ରେ ୧୫୦ ଘରୋଇ ଟ୍ରେନ ଗଡିବ। ଏଥି ଲାଗି ଆସନ୍ତା ମାସରେ ବିଡ୍‌ ଆହ୍ବାନ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ରୁଟଗୁଡିକ ମଧ୍ୟରେ ଭୁବନେଶ୍ୱର ଏବଂ କଲିକତା ରୁଟ ମଧ୍ୟ ସାମିଲ ରହିଛି। ଚଳିତ ବର୍ଷ ଡିସେମ୍ବରରେ ଅର୍ଥ ମନ୍ତ୍ରଣାଳୟର ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ ଆପ୍ରାଇଜାଲ କମିଟି (ପିପିପିଏସି) ଏହି ପ୍ରସ୍ତାବକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛି। ରେଲଓ୍ବେରେ ସଂସ୍କାର ସହ ଘରୋଇ ଅପରେଟରଙ୍କୁ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଏହା ପଥ ପରିସ୍କାର କରିଛି। ସେହିଭଳି ଟ୍ରେନ ଚଳାଚଳ କ୍ଷେତ୍ରରେ ରେଲଓ୍ବେ ଏକଚାଟିଆ ନୀତି ଏହାଦ୍ୱାରା ହ୍ରାସ ହେଉଥିବା କୁହାଯାଇଛି। ବିଡିଂ ମଧ୍ୟରେ ରହିଥିବା ରୁଟ୍‌ଗୁଡିକ ମଧ୍ୟରେ ମୁମ୍ବାଇ-କୋଲକାତା, ମୁମ୍ବାଇ-ଚେନ୍ନାଇ, ମୁମ୍ବାଇ-ଗୌହାଟି, ନୂଆଦିଲ୍ଲୀ-ମୁମ୍ବାଇ, ଥିରୁଭାନନ୍ତପୁରମ- ଗୌହାଟି, ନୂଆଦିଲ୍ଲୀ-କୋଲକାତା, ନୂଆଦିଲ୍ଲୀ-ବାଙ୍ଗାଲୋର, ନୂଆଦିଲ୍ଲୀ-ଚେନ୍ନାଇ, କୋଲକାତା-ଚେନ୍ନାଇ ଏବଂ ଚେନ୍ନାଇ-ଯୋଧପୁର ରହିଛି।
ଅନ୍ୟ ପ୍ରମୁଖ ରୁଟ୍‌ଗୁଡିକ ମଧ୍ୟରେ ମୁମ୍ବାଇ-ବାରାଣସୀ, ମୁମ୍ବାଇ-ପୁଣେ, ମୁମ୍ବାଇ-ନାଗପୁର, ନାଗପୁର-ପୁଣେ, ସିକନ୍ଦରାବାଦ-ବିଶାଖାପାଟଣା, ପାଟଣା-ବାଙ୍ଗାଲୋର, ପୁଣେ-ପାଟଣା, ଚେନ୍ନାଇ-କୋଏମ୍ବାଟୁର, ଚେନ୍ନାଇ-ସିକନ୍ଦରାବାଦ, ସୁରତ-ବାରାଣସୀ, ଭୁବନେଶ୍ୱର-କଲିକତା ବାଦ ନୂଆଦିଲ୍ଲୀ-ପାଟଣା, ଆଲ୍ଲାହାବାଦ, ଅମୃତସର, କତ୍ରା, ଚଣ୍ଡୀଗଡ, ଗୋରଖପୁର, ଭାଗଲପୁର, ଛପ୍ରା ଭଳି ସ୍ଥାନ ଏହା ମଧ୍ୟରେ ସାମିଲ ରହିଛି। ରୁଟଗୁଡିକୁ ଚୟନ କରିବାରେ ବାଣିଜି୍ୟକ ସମ୍ଭାବନା ଏକ ପ୍ରମୁଖ ଦିଗ ବୋଲି ବିଚାର କରାଯାଉଛି। ୧୦୦ ରୁଟ୍‌ ମଧ୍ୟରେ ୩୫ ଦିଲ୍ଲୀକୁ ସଂଯୋଗ କରୁଥିବା ବେଳେ ୨୬ଟି ରୁଟ ମୁମ୍ବାଇ, ୧୨ କୋଲକାତା, ୧୧ ଚେନ୍ନାଇ ଏବଂ ୮ ବାଙ୍ଗାଲୋରକୁ ସଂଯୋଗ କରିବ। ଏହି ସବୁ ସହରଗୁଡିକ ମେଟ୍ରୋ ସହର। ଏହି ତାଲିକାରେ କେତେକ ଅଣମେଟ୍ରୋ ସହର ସାମିଲ ରହିଛି। ଉକ୍ତ ସହରଗୁଡିକ ମଧ୍ୟରେ ଗୋରଖପୁର-ଲକ୍ଷ୍ନୌ, କୋଟା-ଜୟପୁର,ଚଣ୍ଡୀଗଡ-ଲକ୍ଷ୍ନୌ, ବିଶାଖାପାଟଣା-ତିରୁପତି ଏବଂ ନାଗପୁର-ପୁନେ ଭଳି ସ୍ଥାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri