୧୦ରୁ ରଙ୍ଗସାଇଡ୍‌ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜଧାନୀରେ ରଙ୍ଗ୍‌ସାଇଡ୍‌ରେ ଡ୍ରାଇଭିଂ କରୁଥିବା ଗାଡ଼ି ଚାଳକଙ୍କ ସଂଖ୍ୟା ବଢୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପଦେକ୍ଷପ ନେଇଛି। ଗୁରୁବାର ପ୍ରଥମେ ଦିନରେ ରାଜଧାନୀର ୯ଟି ସ୍ଥାନରେ ଯାଞ୍ଚ କରାଯାଇ ୮୦ ଜଣ ରଙ୍ଗ୍‌ସାଇଡ୍‌ ଗାଡ଼ି ଚାଳକଙ୍କୁ ଧରିବା ସହ ସେମାନଙ୍କ ଗାଡ଼ିିକୁ ଜବତ କରିଛି। ଏହି ଯାଞ୍ଚର ୨୪ ଘଣ୍ଟା ନ ପୁରୁଣୁ ଯାଞ୍ଚ ହେଉଥିବା ଛକରେ ପୂର୍ବଭଳି ଅବସ୍ଥା। ତେଣୁ ପୁଣି ଆସନ୍ତା ୧୦ ତାରିଖଠାରୁ ସପ୍ତାହକ ପର୍ଯ୍ୟନ୍ତ ରଙ୍ଗ୍‌ସାଇଡ଼୍‌ ଗାଡ଼ିଚାଳନାକୁ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ଶୁକ୍ରବାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଜବତ ଗାଡ଼ିିର ପ୍ରୋସିକ୍ୟୁଶନ ରିପୋର୍ଟ ପ୍ରସ୍ତୁତ କରିବା ଟ୍ରାଫିକ ପୋଲିସ ପାଇଁ ସମସ୍ୟା ଉପୁଜୁଛି। କାରଣ ଏହି ରିପୋର୍ଟରେ ଏକାଧିକ ଫର୍ମ ପୂରଣ କରିବାକୁ ପଡୁଛି। ତେଣୁ ଯେତିକି ଗାଡ଼ି ଧରାପଡ଼ିିଛି ସେଗୁଡିକର ରିପୋର୍ଟ ଏକା ସମୟରେ ପ୍ରସ୍ତୁତ କରିବା ଟ୍ରାଫିକ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଅନେକେ ଟ୍ରାଫିକ ପୋଲିସ ଏହାର ପ୍ରୋସେସ୍‌ ଜାଣିନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି କାଗଜପତ୍ର ପ୍ରସ୍ତୁତ ପାଇଁ ଏକାଧିକ ଟ୍ରାଫିକ ପୋଲିସଙ୍କୁ ଟ୍ରେନିଂ ଦିଆଯିବ ବୋଲି ଡିସିପି ନାଥ କହିଛନ୍ତି। ସେହିପରି ପୁଳା ପୁଳା ପ୍ରୋସିକ୍ୟୁଶନ ରିପୋର୍ଟ କୋର୍ଟକୁ ବୋହି ନେବାରେ ମଧ୍ୟ ହଇରାଣ ହେବାକୁ ପଡ଼ୁଛି। ତେଣୁ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଛି। ଅନେକ ସମୟରେ ଟ୍ରାଫିକ ପୋଲିସ ଜବତ କରିଥିବା ଗାଡ଼ିର ପ୍ରୋସିକ୍ୟୁଶନ ରିପୋର୍ଟ କୋର୍ଟକୁ ପଠାଇବା ପରେ ଗାଡ଼ି ମାଲିକମାନେ ରଙ୍ଗ୍‌ସାଇଡ୍‌ରେ ଗାଡ଼ି ଚାଳନା କରି ନ ଥିବା ଫାଙ୍କିବାର ସମ୍ଭାବନା ରହିଛି। ତେଣୁ ପୋଲିସ ବଡି କ୍ୟାମେରା ସାହାଯ୍ୟରେ ରଙ୍ଗ୍‌ସାଇଡ୍‌ ଗାଡ଼ିଚାଳକଙ୍କ ଫୁଟେଜ କଏଦ କରି ରଖିବ। ଯଦି କେହି ଏହାକୁ ଫାଙ୍କିବାକୁ ଚେଷ୍ଟା କରନ୍ତି ତାହାଲେ ଏହି ଫୁଟେଜକୁ କୋର୍ଟରେ ଦାଖଲ କରାଯିବ। ଯେଉଁଠାରେ ଫୁଟେଜ କଏଦ ହୋଇ ନ ଥିବ ସେଠାରେ ସାକ୍ଷୀମାନଙ୍କୁ ସମନ କରାଯାଇ କୋର୍ଟକୁ ଡକାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।
ପୋଲିସ ପକ୍ଷରୁ ପ୍ରତିଦିନ ରଙ୍ଗ୍‌ସାଇଡ଼୍‌ ଗାଡ଼ିଚାଳକଙ୍କୁ ଧରାଯାଉଥିବାରୁ ଜବତ ଗାଡ଼ି ଗୁଡିକୁ ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ରଖିବାକୁ ଜାଗା ନାହିଁ। ତେଣୁ ଏକାଧିକ ଗାଡ଼ିକୁ ରିଜର୍ଭ ଗ୍ରାଉଣ୍ଡକୁ ନେବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟରେ ଟ୍ରାଫିକ ପୋଲିସ ଉପରେ ମଧ୍ୟ ଅଭିଯୋଗ ଲାଗିଛି। ପୋଲିସ ଲୋକଙ୍କ ଦାମୀ ଗାଡ଼ି ଜବତ କରୁଥିଲେ ମଧ୍ୟ ଠିକ୍‌ ଢଙ୍ଗରେ ନେଉ ନ ଥିବାରୁ ଗାଡ଼ିର ବିଭିନ୍ନ ଯନ୍ତ୍ରାଂଶ ଭାଙ୍ଗି ଯାଉଛି। ଏଥିଯୋଗୁ ସମ୍ପୃକ୍ତ ଗାଡ଼ିଗୁଡ଼ିକର ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri