୧୦ଜଣଙ୍କୁ ଦଧୀଚି ପ୍ରତିଭା ସମ୍ମାନ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦଧୀଚି ଏଜୁକେଶନାଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ୨ୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍‌ କାନ୍‌ଭାସ୍‌ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ଓଡ଼ିଶାର ୧୦ ପ୍ରତିଭାଙ୍କୁ ଦଧୀଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜଣେ କୃତୀ ବିଦ୍ୟାର୍ଥୀକୁ ସମ୍ବର୍ଦ୍ଧିତ କରାଯାଇଥିଲା।
କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୨୦୧୯ ମସିହା ଲାଗି ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସମାଜକୁ ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ ଦୈତାରି ନାୟକଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ, ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଦଧୀଚି କୃଷି ଜ୍ୟୋତି ସମ୍ମାନ, ରୁଚିର ପ୍ରତିଷ୍ଠାତା ତଥା ଶିଳ୍ପପତି ଡ. ଶରତ କୁମାର ସାହୁଙ୍କୁ ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ଆଇଟିଆରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସଙ୍କୁ ଦଧୀଚି ବିଜ୍ଞାନ ଜ୍ୟୋତି ସମ୍ମାନ, ଚିକିତ୍ସାବିତ ଡା. ଶୁକଦେବ ନାୟକଙ୍କୁ ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ, ଲେଖକ ତଥା ସଂସ୍କୃତି ଗବେଷକ ଅସିତ୍‌ ମହାନ୍ତିଙ୍କୁ ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ, ସାମ୍ବାଦିକ ଦୀପକ କୁମାର ରଥଙ୍କୁ ଦଧୀଚି ସାମ୍ବାଦିକ ସମ୍ମାନ, ସେନା ଅଧିକାରୀ ଭାଗବତ ସାହୁଙ୍କୁ ଦଧୀଚି ସେବା ଜ୍ୟୋତି ସମ୍ମାନ ଏବଂ ଦଧୀଚିର ଫାର୍ମାସୀ ବିଭାଗର ଛାତ୍ର ବିଶ୍ୱବିଜୟୀ ସ୍ବାଇଁଙ୍କୁ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଲୋକସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ, ସମ୍ମାନିତ ଅତିଥିଭାବେ ବିପିିୟୁଟିର କୁଳପତି ଡ. ଚିତ୍ତରଞ୍ଜନ ତ୍ରିପାଠୀ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାଶ ଓ ପୁରୀ ଗୋବର୍ଦ୍ଧନ ମଠ ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ଦଧୀଚି ଏଜୁକେଶନାଲ ଟ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ଦାଶ ଅଧ୍ୟକ୍ଷ ଓ ଦଧୀଚି ଗ୍ରୁପ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଦେଇଥିଲେ। ଉଲ୍ଲାସ ଚନ୍ଦ୍ର ବେହୁରା ଓ ସେଫାଳି ଉଦ୍‌ଗାତା ଉପସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri