୧ରୁ ଚାଲିଛି ଠିକାଦାର ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି କାର୍ଯ୍ୟ

ନୟାଗଡ଼ ଅଫିସ,୨୦।୧୧-ନୟାଗଡ଼ ସହରରେ ନିର୍ମାଣାଧୀନ ଅତ୍ୟାଧୁନିକ ବଲାଙ୍ଗୀ ପାର୍କର କାର୍ଯ୍ୟ ୧୮ ଦିନ ହେଲାଣି ବନ୍ଦ ରହିଛି। ସେହିଭଳି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି। ଖାଲି ସେତିକି ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ବନ୍ଦ ରହିଛି। ରାଜ୍ୟ ଠିକାଦାର ସଂଘ ଡାକରାରେ ୧୦ ଦଫା ଦାବିରେ ନୟାଗଡ଼ ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧ ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିଛିି। କାର୍ଯ୍ୟ ବନ୍ଦ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ପ୍ରକଳ୍ପଠାରୁ ଆରମ୍ଭକରି ରାସ୍ତାଘାଟ ସବୁ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ରାଜ୍ୟ ସରକାର ଠିକାଦାର ସଂଘର ଦାବି ପୂରଣ ନ କରିଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଏଥିଯୋଗୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି। କେତେବେଳେ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଲୋକମାନେ ଚାହିଁ ରହିଛନ୍ତି। ନୟାଗଡ଼ ପୂର୍ତ୍ତ ବିଭାଗ ଦ୍ୱାରା ନୟାଗଡ଼ ବ୍ଲକର ପୁରୁଷୋତ୍ତମପୁର-ନୋତର ରାସ୍ତା, ବାରବାଟୀ-ଗୁଣ୍ଟୁଣୀ ରାସ୍ତା କାର୍ଯ୍ୟ , ଜିଲାପାଳଙ୍କ କାର୍ଯ୍ୟାଳୟର ମରାମତି କାର୍ଯ୍ୟ, ଜିଲା ଜଜ୍‌ କୋର୍ଟର କାର୍ଯ୍ୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ କାର୍ଯ୍ୟ, ନବଘନପୁରସ୍ଥିତ ଆରଟିଓ ଅଫିସର ଟେଷ୍ଟିଂ ଟ୍ରାକ୍‌ କାର୍ଯ୍ୟ ଭଳି ଜିଲାର ଅନେକ କାର୍ଯ୍ୟ ବନ୍ଦହୋଇ ପଡ଼ିରହିଛି। ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ଡିଆପଡ଼ା-ବାରପଲ୍ଲା ରାସ୍ତା କାର୍ଯ୍ୟ, ଜିଲାପାଳଙ୍କ ଆବାସିକଠାରୁ ଭାଟସାହି ରାସ୍ତା , ପାଟକୁରା, ଲାଠିପଡ଼ା, ଫାଶିପଡା ଗ୍ରାମକୁ ହେଉଥିବା ରାସ୍ତା ଭଳି ଅନେକ କାର୍ଯ୍ୟ ଜିଲାରେ ବନ୍ଦ ହୋଇ ପଡ଼ି ରହିଛି। କାମ ବନ୍ଦ ଯୋଗୁ କାର୍ଯ୍ୟର ଅଗ୍ରଗତି ହୋଇପାରୁ ନାହିଁ। ଯେଉଁ ଲକ୍ଷ୍ୟରେ କାର୍ଯ୍ୟ ହେଉଥିଲା, ତାହା ପୂରଣ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ବିଭିନ୍ନ କାର୍ଯ୍ୟ ବନ୍ଦ ହୋଇ ପଡ଼ିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ଯେ ୨୦୧୪ରେ ସ୍ଥିରୀକୃତ ସିଡ଼ୁଲେଟରର ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟାବୁକ୍‌ ତୁରନ୍ତ ପ୍ରଚଳନ, ଟେଣ୍ଡର ନିୟମାବଳୀରେ ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ -୧୪.୯୯%ର ସମୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରିର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କୁ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ, ତେଲଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସ୍‌ଟି ପାଇଁ ୧୦% ଅଧିକ ପ୍ରାପ୍ୟ ପ୍ରଦାନ, ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍‌ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ , ବ୍ୟବସ୍ଥା ନ ଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରସିଦ ଉପରେ ନିର୍ଦ୍ଦେଶର ତୁରନ୍ତ ପ୍ରତ୍ୟାହାର ଭଳି ୧୦ ଦଫା ଦାବିରେ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ରହିଛି। ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଜାରି ରହିବ ବୋଲି ଗତ ୫ ତାରିଖରେ ଜିଲାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିିଆଯାଇଥିଲା।
ନେଇ ନୟାଗଡ଼ ଠିକାଦାର ସଂଘର ଜିଲା ସଭାପତି ଅବଦୁଲ ଆରିଫ ଖାଁ କୁହନ୍ତି ଆମ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଜାରି ରହିବ। ସେହିଭଳି ଆସନ୍ତା ୨୫ ତାରିଖରେ ରାଜ୍ୟ ଠିକାଦାର ସଂଘ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ଓଢଣା ଦେଇ ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି: ପିଣ୍ଡଦାନ ପରେ…

ଯାଜପୁର,୩।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ମଙ୍ଗଳବାର ଯାଜପୁର ଅଭିମୁଖେ ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ…

ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri