୧.୫୦ କୋଟି ବ୍ୟୟରେ ପିଲି ବନ୍ଧ ବିକାଶ ଯୋଜନା

ଛତ୍ରପୁର,୧୪ା୬(ଡି.ଏନ.ଏ.)- ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଗୁରୁବାର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲେଚାନା କରିଛନ୍ତି। ଏଣିକି ଉନ୍ନୟନମୂଳକ ସବୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା ଅନୁଯାୟୀ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏଥିସହ ବର୍ଜ୍ୟବସ୍ତୁ ପରିଚାଳନା, ସଫେଇ, ପିଲି ବନ୍ଧର ବିକାଶ, ଜନସାଧାରଣଙ୍କୁ ଉଚିତ୍‌ ସେବା ଯୋଗାଇବା, ରାଜସ୍ବ ବୃଦ୍ଧିକୁ ମଧ୍ୟ ସେ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ।
ଛତ୍ରପୁର ସହରକୁ ଏକ ଆଦର୍ଶ ସହରରେ ପରିଣତ କରିବା କାମ କରିବାକୁ ବିଧାୟକ କହିଥିଲେ। ଏଥିପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦେବାକୁ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସହରର ବିକାଶ ପାଇଁ ଆଗାମୀ ଦିନରେ ବୁଦ୍ଧିଜୀବୀମାନଙ୍କ ସହ ବୈଠକ କରି ସେମାନଙ୍କ ମତାମତ ନେବାକୁ ନିଷ୍ପତ୍ତିି ହୋଇଥିଲା। ଅନ୍ୟପକ୍ଷରେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ତରରେ ପଦକ୍ଷେପ ନିଆଯାଉଥିବା ବିଧାୟକ ସୂଚନା ଦେଇଥିଲେ। ଅଗସ୍ତିନୂଆଗାଁ ନିକଟରେ ୫ ଏକର ଜମି ମିଳିଛି। ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଥିଲେ। ଛତ୍ରପୁରରେ ଥିବା ପୁରୁଣା ମାର୍କେଟ ଭାଙ୍ଗି ମଡେଲ ମାର୍କେଟ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଗତବର୍ଷ ୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଛତ୍ରପୁରରେ ଥିବା ଡ୍ରେନେଜ ସମସ୍ୟା ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି ସମ୍ପର୍କରେ ଲିଖିତ ଭାବେ ଜଣାଇଲେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଥିଲେ। ପାଣି ଯୋଗାଣ ପାଇଁ ଆହୁରି ସମ୍ପ ଓ ଓଭରହେଡ୍‌ ଟ୍ୟାଙ୍କ୍‌ ଆବଶ୍ୟକ ଥିବା ଆଲୋଚନା ହୋଇଥିଲା। ଛତ୍ରପୁରରେ ଭେଣ୍ଡିଂ ଜୋନ୍‌ ଏବଂ ମନୋରଞ୍ଜନ ପାଇଁ ସୁବିଧା ନାହିଁ। ଏବେ ଓପନ୍‌ ଏୟାର ଜିମ୍‌ ଖୋଲାଯାଉଛି। ଆହୁରି ଗୋଟିଏ ସ୍ଥାନରେ ଏହା ସ୍ଥାପନ କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ବ୍ରିଟିଶ ଅମଳର ପିଲି ବନ୍ଧର ସଫେଇ ଚାଲିଛି। ୧.୫୦ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଟଏ ଆଦି ବ୍ୟବସ୍ଥା କରାଯିବା ଯୋଜନା ରହିଛି। ସହରର ପ୍ରବେଶ ପଥ ତଥା ଗ୍ରୀଡ୍‌ ଛକଠାରେ ଫାଉଣ୍ଟେନ୍‌ ଓ ଆକର୍ଷଣୀୟ ଗେଟ୍‌ ସ୍ଥାପନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଆଲୋଚନା ବେଳେ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ଟି. ଚନ୍ଦ୍ରଶେଖର ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ ବେହେରା, ଜି. ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଏନଏସିର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri