ୟୁରୋପ ଜାଣୁ ଚାଇନା କ’ଣ

ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍‌ପିଙ୍ଗ୍‌ ଚାଇନାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ନିଜ ଦେଶକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଛନ୍ତି, ତଥାପି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଚାଇନାକୁ ପ୍ରାରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସହଯୋଗୀ ମାନ୍ୟତା ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ରାଷ୍ଟ୍ରପତି ଓ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା (ସିପିସି)ର ସାଧାରଣ ସମ୍ପାଦକ ହେବା ପରଠୁ ଯେଉଁ ମୂଲ୍ୟବୋଧ ଆଧାରରେ ୟୁରୋପୀୟ ସଂଘ (ଇୟୁ) ଗଢ଼ି ଉଠିଥିଲା, ତାହାକୁ ବିରୋଧ କରାଯାଉଛି। ହେଲେ ଇୟୁରୁ ନିଜକୁ ଅଲଗା କରିବାକୁ ପ୍ରସ୍ତୁତ ବ୍ରିଟେନ୍‌ ଜିନ୍‌ପିଙ୍ଗ୍‌ଙ୍କୁ କୋଳେଇ ନେବା ଲାଗି ଅଧିକ ଆଗ୍ରହ ଦେଖାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନ ଶୀଘ୍ର ଇୟୁରୁ ଅଲଗା ହୋଇ ଏକ ମୁକ୍ତ ଅର୍ଥନୀତି ଆପଣାଇବାକୁ ଅଧିକ ଆଗ୍ରହୀ। ସେଥିପାଇଁ ସେ ଚାଇନା ଆଡ଼କୁ ଢଳି ସମ୍ଭାବ୍ୟ ସହଯୋଗୀ ହେବାକୁ ଚାହୁଁଛନ୍ତି। ଅନ୍ୟପଟେ ଚାଇନା ଓ ଆମେରିକା ବାଣିଜ୍ୟ ଯୁଦ୍ଧ ଦୁଇ ଦେଶ ମଧ୍ୟରେ ତିକ୍ତଭାବ ସୃଷ୍ଟି କରିଛି। ସେଥିଲାଗି ଟ୍ରମ୍ପ୍‌ ପ୍ରଶାସନ ଚାଇନାର ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ହୁଓ୍ବେଇ’ ସମେତ ଅନେକ କମ୍ପାନୀର ଦ୍ରବ୍ୟ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରିଛି। ଉଲ୍ଲେଖଯୋଗ୍ୟ, ହୁଓ୍ବେଇ ଏବେ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାବେ ଉଭା ହୋଇଛି। ଏହାର ପ୍ରତିଷ୍ଠାତା ରେନ୍‌ ଝେଙ୍ଗଫେଇ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ଠାରୁ ବୈଷୟିକ ଶିକ୍ଷା ଗ୍ରହଣ କରିଥିଲେ। ଆଜି କମ୍ପାନୀକୁ ସର୍ବୋଚ୍ଚ ସ୍ତରକୁ ନେଇପାରିଥିବାରୁ ପିଏଲ୍‌ଏ ଏହାର ବୃହତ୍‌ ଖାଉଟି ପାଲଟିପାରିଛି। ୧୯୮୭ରେ ଯେତେବେଳେ ହୁଓ୍ବେଇ ପ୍ରତିଷ୍ଠା ହେଲା, ସେତେବେଳେ ଏହାର ପ୍ରଯୁକ୍ତିବିଦ୍ୟାକୁ ରେନ୍‌ ବିଦେଶରୁ ମଗାଉଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗବେଷକଙ୍କ ସହାୟତାରେ ଏହାକୁ ବିକଶିତ କରିବାରେ ସଫଳ ହୋଇଥିଲେ। ୧୯୯୩ ବେଳକୁ ଚାଇନାର ସବୁଠାରୁ କ୍ଷମତାସମ୍ପନ୍ନ ଟେଲିଫୋନ୍‌ ସୁଇଚ୍‌ ହୁଓ୍ବେଇ ଦ୍ୱାରା ଉପଲବ୍‌ଧ ଥିଲା। ଏବେ ପିଏଲ୍‌ଏର ବରାଦ ଅନୁଯାୟୀ ପ୍ରଥମ ଜାତୀୟ ଟେଲିକମ୍ୟୁନିକେଶନ ନେଟ୍‌ଓ୍ବର୍କ ସ୍ଥାପନ ଲାଗି ହୁଓ୍ବେଇ ଚୁକ୍ତି କରିଛି। ୨୦୦୫ରେ ହୁଓ୍ବେଇର ରପ୍ତାନି ନିଜ ଦେଶରେ ବ୍ୟବହୃତ ଦ୍ରବ୍ୟକୁ ଟପିଯାଇଥିଲା। ଫଳରେ ୨୦୧୦ରେ ଏହା ଫର୍ଚୁନ୍‌ ପତ୍ରିକାର ୫୦୦ ବୃହତ୍‌ କମ୍ପାନୀ ତାଲିକାରେ ସାମିଲ ହୋଇଥିଲା।
ଇୟୁ ବର୍ତ୍ତମାନ ଜଳବାୟୁ ପରବର୍ତ୍ତନଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ୟୁରୋପୀୟ ସପକ୍ଷବାଦୀ ମତ ଦେଉଛନ୍ତି। କିନ୍ତୁ ବଜେଟକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ସମ୍ପର୍କ ବଜାୟ ରଖିବା ଅପେକ୍ଷା ସେମାନେ ଜିନ୍‌ପିଙ୍ଗ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ୫ଜି ବଜାର ଉପରେ ହୁଓ୍ବେଇର ଆଧିପତ୍ୟ ରହିଛି। ଆମେରିକା-ଇୟୁ କିମ୍ବା କେବଳ ଇୟୁ ହୁଓ୍ବେଇ ବିରୋଧରେ ନ ଯାଇ ଏରିକ୍‌ସନ୍‌ ଓ ନୋକିଆ କମ୍ପାନୀକୁ ସୁଦୃଢ଼ କରିବା ଉଚିତ। ଆସନ୍ତା ସେପ୍ଟେମ୍ବରରେ ଜିନ୍‌ପିଙ୍ଗ୍‌ ଇୟୁ ସଦସ୍ୟ ରାଷ୍ଟ୍ରମୁଖ୍ୟ ସମୂହଙ୍କୁ ଭେଟିବାର ଅଛି। ତିବ୍ବତ, ଜିନ୍‌ଜିଆଙ୍ଗ ଏବଂ ହଂକଂରେ ମାନବାଧିକାର ସୁରକ୍ଷାରେ ବିଫଳତା ସମ୍ପର୍କରେ ପ୍ରଶ୍ନ କରା ନ ଗଲେ ଏହା ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଏକ ଜରୁରୀ ରାଜନୈତିକ ବିଜୟ ଆଣିଦେବ। ଏ କଥା ୟୁରୋପୀୟମାନେ ବୁଝିବା ଦରକାର। ଜିନ୍‌ପିଙ୍ଗ୍‌ଙ୍କ ଭବିଷ୍ୟତ କେବଳ ଚାଇନାର ନେତୃବୃନ୍ଦ ସ୍ଥିର କରିପାରିବେ। କରୋନା ଭୂତାଣୁ ମାଡ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣାଧୀନ କରିବା ସମୟରେ ପରିଚାଳନାଗତ ଭୁଲ ଏତେ ଦୃଶ୍ୟମାନ ହେଉଛି ଯେ, ଚାଇନାବାସୀ ତଥା ପଲିଟ୍‌ ବ୍ୟୁରୋ ବୁଝିବା ଦରକାର। ଜିନ୍‌ପିଙ୍ଗ୍‌ଙ୍କ ରାଜନୈତିକ ଉତ୍ଥାନ ପାଇଁ ଇୟୁ ଜାଣିଶୁଣି ପ୍ରଶ୍ରୟ ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri