ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସମେତ ବ୍ୟାଙ୍କର ଅଂଶୀଦାରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଧ୍ୟକ୍ଷତା କରିଥିଲେ। ବ୍ୟାଙ୍କରେ ୯୬% ଅଂଶଧନ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ୟୁବିଆଇ ବର୍ତ୍ତମାନ ଲାଭ ଜନକ ସ୍ଥିତିକୁ ଫେରିଥିବା ବେଳେ ଗତ ତ୍ରୈମାସରେ ୯୬ କୋଟି ଟଙ୍କା ନେଟ୍‌ ଲାଭ କରିବାକୁ ସକ୍ଷମ ହୋଇଥିବା ସୂଚନା ରହିଛି। ଏହା ପୂର୍ବରୁ ୭ ତ୍ରୈମାସଧରି ଏହା କ୍ଷତି ସହୁଥିଲା। ବ୍ୟାଙ୍କର ମୋଟ ନେଟ୍‌ କ୍ଷତି ୨୩୧୬ କୋଟି ଟଙ୍କା ରହିଛି। ଏନ୍‌ପିଏ ଏବଂ ଲୋନ୍‌ବୁକ ବୃଦ୍ଧି ଫଳରେ ଏଭଳି ସ୍ଥିିିତି ସାମ୍ନାକୁ ଆସିଛି। ବିଭିନ୍ନ ଉପାୟରେ ୧୫୦୦ କୋଟି ଟଙ୍କା ପୁଞ୍ଜି ଉଠାଣ ଦ୍ୱାରା ଯୋଜନା ରହିଥିବା ସେ ଏଠାରେ ସୂଚନା ଦେଇଛନ୍ତି। ରିଟେଲ,କୃଷି ଏବଂ ଏମ୍‌ଏମ୍‌ଏମ୍‌ଇ ଋଣ ଯୋଗାଣକୁ ପ୍ରାଥମିକତା ଦିଆଯାଉଥିବା ସେ କହିଛନ୍ତି। ବ୍ୟାଙ୍କରେ ବିମା ସୁବିଧା ପ୍ରଦାନ ଲାଗି ବିଭିନ୍ନ ଅଂଶୀଦାରଙ୍କ ସହ ଚୁକ୍ତି ସହ ମ୍ୟୁଚୁଆଲ ଫଣ୍ଡ ତଥା ଡିମାଟ ଟ୍ରେଡିଂ ସୁବିଧା ଲାଗି ପଦକ୍ଷେପ ନିଆଯାଇଛି। ଋଣ ଅସୁଲି ଲାଗି ଷ୍ଟ୍ରେସ ଆସେଟ ପରିଚାଳନା ଶାଖା ଖୋଲାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri