ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ନାମ ଏବଂ ଗତ ୫ ବର୍ଷର ସମସ୍ତ ତଥ୍ୟ ଦେବାକୁ ହେବ। ନିୟମାନୁସାରେ ଟ୍ରମ୍ପ ସରକାର ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯେକୌଣସି ମୁହୂର୍ତ୍ତରେ ଯାଞ୍ଚ କରିପାରିବେ। ଏହାଛଡ଼ା ଭିଜା ଆବେଦନକାରୀଙ୍କୁ ଗତ ୧୫ ବର୍ଷ ଧରି ତାଙ୍କର ଜୀବନ ଏବଂ ଶରୀରରେ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଶ୍ନ ପଚରାଯାଇପାରେ। ଆମେରିକା ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ରଖି ଭିଜା ନିୟମରେ ଏଭଳି ସଂଶୋଧନ କରାଯାଇଛି ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।
କଡ଼ା ସୁରକ୍ଷା କାରଣରୁ ଦେଶକୁ ଆସୁଥିବା ବିଦେଶୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ପରିଚୟ ଜାଣିବାକୁ ହେବ। ତେବେ ଏହାକୁ ଶିକ୍ଷା ସହ ଜଡ଼ିତ ଅଫିସରସମୂହ ଏବଂ ଆକାଡେମିକ ଗ୍ରୁପ୍‌ ବିରୋଧ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ୫ବର୍ଷର ସୋସିଆଲ ମିଡିଆ ରେକର୍ଡ, ପୁରୁଣା ପାସପୋର୍ଟର ନମ୍ବର ଏବଂ ତଥ୍ୟ, ଇ-ମେଲ ଆଡ୍ରେସ୍‌, ୫ ବର୍ଷ ଧରି ବ୍ୟବହାର କରିଥିବା ଫୋନ ନମ୍ବର, ୧୫ ବର୍ଷର ବାୟୋଲଜିକାଲ ସୂଚନା ଅର୍ଥାତ୍‌ କେଉଁ କେଉଁ ସ୍ଥାନରେ ରହିଥିଲେ, କେଉଁଠି ପାଠ ପଢ଼ିଥିଲେ, କେଉଁ ସ୍ଥାନକୁ ଯାତ୍ରା କରିଛନ୍ତି ଇତ୍ୟାଦି। ପୂର୍ବରୁ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଆତଙ୍କବାଦ ଅଥବା ଅନ୍ୟ କୌଣସି ରାଷ୍ଟ୍ରୀୟ ବିପଦ ଦୃଷ୍ଟିରୁ ସନ୍ଦିଗ୍ଧ ମନେକରାଯାଉଥିବା ବ୍ୟକ୍ତିମାନଙ୍କଠାରୁ ତଥ୍ୟ ନିଆଯିବ।
କିନ୍ତୁ ସରକାର ମତପରିବର୍ତ୍ତନ କରି ଏହାକୁ ସମସ୍ତଙ୍କ ପାଇଁ ଲାଗୁ କରିଛନ୍ତି। ସୂଚନାଥାଉ କି, ଟ୍ରମ୍ପ ପ୍ରଶାସନ ପକ୍ଷରୁ ୨୦୧୮ ମାର୍ଚ୍ଚରେ ଭିଜା ନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେତେବେଳେ ଏହାକୁ ସଂସଦରେ ଜୋର୍‌ଦାର ବିରୋଧ କରାଯାଇଥିଲା। ତେବେ ଏହାକୁ ଶେଷରେ ଅନୁମୋଦନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ରେକର୍ଡରୁ ହିଁ ଆବେଦନକାରୀଙ୍କୁ ଭିଜା ମିଳିବ କି ନା ଜଣାପଡିଯିବ। ଗତବର୍ଷ ଆମେରିକାରେ ସାରା ବିଶ୍ୱରୁ ୧.୪୭ କୋଟି ଭିଜା ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri