ହ୍ବିଶିଲ୍‌ବ୍ଲୋୟରଙ୍କୁ ସମର୍ଥନ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଭାରତୀୟ ବନସେବା ଅଧିକାରୀ ତଥା ହ୍ବିଶିଲ୍‌ବ୍ଲୋୟର (ଦୁର୍ନୀତିଧରାଳି) ସଞ୍ଜୀବ ଚତୁର୍ବେଦୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ କରାଯାଇଥିବା ଦୁର୍ନୀତି ଅଭିଯୋଗଗୁଡ଼ିକର ପୂର୍ଣ୍ଣାଙ୍ଗ ବିବରଣୀ ଦେବାକୁ ସେ କରିଥିବା ଆର୍‌ଟିଆଇ ଆବେଦନ ଉପରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ସମ୍ବେଦନାମୂଳକ ଶୁଣାଣି କରିଛନ୍ତି। ୨୦୦୨ ବ୍ୟାଚ୍‌ର ଏହି ବନସେବା ଅଧିକାରୀ ଜଣକ ୨୦୧୭ରେ ଏପରି ଏକ ଆର୍‌ଟିଆଇ ଆବେଦନ କରିଥିଲେ, ଯାହା ଉପରେ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମନା କରିଦେଇଥିଲେ। ଏହା ବିରୋଧରେ ଚତୁର୍ବେଦୀ ସିଆଇସିର ଦ୍ୱାରସ୍ଥ ହୋଇଥିଲେ। ସିଆଇସି ଏହାର ଉତ୍ତରରେ ଜଣାଇଥିଲେ ଯେ ଏହା ଉପରେ ପିଏମ୍‌ଓ ଠିକ୍‌ ଓ ନିର୍ଦ୍ଦିଷ୍ଟ ଉତ୍ତର/ସୂଚନା ଦେଇନାହାନ୍ତି। ସିଆଇସି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କେନ୍ଦ୍ରୀୟ ପବ୍ଲିକ୍‌ ଇନ୍‌ଫର୍ମେଶନ ଅଫିସରଙ୍କୁ ୧୫ ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପିଏମ୍‌ଓ ସୂଚନା ଦେବାକୁ ଏଡ଼ାଇ ଚାଲୁଥିବା ବେଳେ ଚତୁର୍ବେଦୀ ସିଆଇସିରେ ଆଉ ଏକ ଅଭିଯୋଗ ଦାଏର କରି ଏହାର ଅକ୍ଟୋବର ୧୬ ତାରିଖର ଆଦେଶନାମା ଉପରେ ଆର୍‌ଟିଆଇ ଆଇନର ୧୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ଆଉ ଦୁଇଥର ଶୁଣାଣି ପରେ କମିଶନ ଚଳିତମାସ ପ୍ରାରମ୍ଭରେ ଚତୁର୍ବେଦୀଙ୍କ ଆବେଦନ ଉପରେ ସୂଚନା ଦେବା ଲାଗି ପିଏମ୍‌ଓର ଆପତ୍ତିକୁ ଖାରଜ କରିଦେଇଛନ୍ତି। ମୁଖ୍ୟ ସୂଚନା ଆୟୁକ୍ତ ସୁଧୀର ଭାର୍ଗବ ତାଙ୍କ ଆଦେଶନାମାରେ କହିଛନ୍ତି ଯେ, ପିଏମ୍‌ଓ ଯେଉଁ ଉତ୍ତର ଦେଇଛି ତାହା ଠିକ୍‌ ନୁହେଁ। ତେବେ ପିଏମ୍‌ଓ କ’ଣ ସିଆଇସିଙ୍କ ଆଦେଶ ମାନିବ ନା ଚତୁର୍ବେଦୀଙ୍କ ଦ୍ୱାରା ମଗାଯାଇଥିବା ସୂଚନା ଦେବାକୁ ନାନା ଆଳ ଦେଖାଇ ମନା କରିବ?
ଉଚ୍ଚ ସ୍ତରୀୟ ନିଯୁକ୍ତି
କେନ୍ଦ୍ର ସରକାର ଆଇପିଏସ୍‌ ଅଫିସର ସାମନ୍ତ ଗୋଏଲଙ୍କୁ ଭାରତର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଆଉ ଜଣେ ଆଇପିଏସ୍‌ ଅଫିସର ଅରବିନ୍ଦ କୁମାରଙ୍କୁ ମଧ୍ୟ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ ନିଯୁକ୍ତି ଦୁଇବର୍ଷ ପାଇଁ ଦିଆଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଉଭୟ ଅଫିସରଙ୍କ ପ୍ରତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ସମର୍ଥନ ରହିଛି। କୌତୂହଳର ବିଷୟ ହେଲା, ଏହି ଦୁଇ ବରିଷ୍ଠ ପଦବୀରେ ନିଯୁକ୍ତିରେ ୧୯୮୪ ବ୍ୟାଚ୍‌ର ଅଫିସରଦ୍ୱୟ ମୋଦି ସରକାରର ସୁରକ୍ଷା ଓ ଗୋଇନ୍ଦା ସଂସ୍ଥାରେ ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀ ଭାବେ ଉଭା ହୋଇଛନ୍ତି। ଜଣାପଡ଼ିଛି ଯେ, ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ର, ଭାରତ-ତିବ୍ବତୀୟ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଏସ୍‌.ଏସ୍‌. ଦେସ୍ବାଲ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ, ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ସି. ମୋଦି, ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ମୁଖ୍ୟ ସୁଦୀପ ଲାଖଟାକିଆ ଏବଂ ବେସାମରିକ ବିମାନ ଚଳାଚଳ ବ୍ୟୁରୋ (ବିସିଏଏସ୍‌) ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା- ଏମାନେ ସମସ୍ତେ ହେଉଛନ୍ତି ୧୯୮୪ ବ୍ୟାଚ୍‌ ଅଫିସର।
ଆୟକର ଅଧିକାରୀଙ୍କ ପଦାବନତି
କେନ୍ଦ୍ର ସରକାର ଦୁର୍ନୀତି ଅଭିଯୋଗରେ ଆୟକର ବିଭାଗର ଏକ ଡଜନ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଚାରିଜଣ ଅଫିସରଙ୍କୁ ସେମାନଙ୍କ ବିରୋଧରେ ଭିଜିଲାନ୍ସ କେସ୍‌ ରହିଥିବା କାରଣରୁ ପଦାବନତ କରିଛନ୍ତି। ଯୁଗ୍ମ କମିଶନର ପାହ୍ୟାର ଏହି ଚାରିଜଣ ଅଫିସରଙ୍କୁ ଡେପୁଟି କମିଶନର ପାହ୍ୟାକୁ ଖସାଇ ଦିଆଯାଇଛି। ସିବିଡିଟି ମୁଖ୍ୟ ପି.ସି. ମୋଦି ମଧ୍ୟ ଟିକସଦାତାମାନଙ୍କର ଅଭିଯୋଗଗୁଡ଼ିକର ସମାଧାନ କରିବାରେ ଆୟକର ଅଧିକାରୀମାନଙ୍କର ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ ପୂର୍ବକ ଅଫିସରମାନଙ୍କୁ ଏକ ଚିଠି ଦେଇଛନ୍ତି। ବିଭାଗର ଆଞ୍ଚଳିକ ମୁଖ୍ୟମାନଙ୍କୁ ମୋଦି ଲେଖିଥିବା ଚିଠିରେ ସେମାନେ ଯେପରି ଟିକସଦାତାମାନଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକର ସମାଧାନ କରିବାରେ ତତ୍ପରତା ପ୍ରଦର୍ଶନ କରନ୍ତି, ସେଥି ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଜଣାଯାଏ, ବର୍ତ୍ତମାନ ସୁଦ୍ଧା ୨,୬୪୭ଟି ଅଭିଯୋଗ ମଧ୍ୟରୁ ୮୮୫ଟିର ଫଇସଲା ନ ହୋଇ ମାସାଧିକ କାଳ ହେଲା ପଡ଼ିରହିଛି। ସେହିପରି ୩୪,୦୨୬ଟି ଇ-ନିବାରଣ (ଅନ୍‌ଲାଇନ ଆପତ୍ତି ସମାଧାନ ବ୍ୟବସ୍ଥା) ମାମଲା ଏବେ ବି ଅସମାହିତ ହୋଇ ପଡ଼ିରହିଛି ବୋଲି ମୋଦି ଦର୍ଶାଇଛନ୍ତି। ବିଧିବଦ୍ଧ ଭାବରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରିବାକୁ ସେ ଅଫିସରମାନଙ୍କୁ ଆଦେଶ ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri