ହୋଲି ରଙ୍ଗର ପ୍ରତିକୂଳ ପ୍ରଭାବ

”ଅବିରରେ ରଞ୍ଜକ ରୂପେ ବ୍ୟବହାର କରାଯାଉଥିବା ଭାରି ଧାତୁ ଶରୀର ପାଇଁ କେବଳ ବିଷାକ୍ତ ନୁହେଁ, କର୍କଟ ରୋଗ ସୃଷ୍ଟିକାରୀ ମଧ୍ୟ। ଏହାର କେତେକ ଉଦାହରଣ ଦିଆଗଲା। ସୀସା ମଣିଷର ସ୍ନାୟୁତନ୍ତ୍ର ଓ ପ୍ରଜନନତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ରକ୍ତହୀନତା, ମୁଣ୍ଡବ୍ୟଥା, ପେଟଶୂଳ, ଆଣ୍ଠୁଗଣ୍ଠି ବିନ୍ଧା ଏବଂ ବୃଦ୍ଧାବସ୍ଥାରେ ହାଡ଼ପୋରିଆ ରୋଗ ସୃଷ୍ଟି ହୋଇଥାଏ।“

ରଙ୍ଗର ପର୍ବ ହୋଲି ଆମର ଏକ ପ୍ରିୟ ପର୍ବ। ମାତ୍ର ହୋଲିରେ ବ୍ୟବହାର କରାଯାଉଥିବା ଅଧିକାଂଶ ରଙ୍ଗ କୃତ୍ରିମ, ସଂଶ୍ଳେଷିତ ରଙ୍ଗ ଯାହା ଆମ ଶରୀର ଓ ପରିବେଶ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ। ହୋଲିରେ ସାଧାରଣତଃ ଚାରି ପ୍ରକାରର ରଙ୍ଗ ବ୍ୟବହାର କରାଯାଏ। ଯଥା- ଅବିର, ଶୁଖିଲା ଗୁଣ୍ଡରଙ୍ଗ, କାଦୁଆ ରଙ୍ଗ ବା ପେଷ୍ଟ୍‌ ଏବଂ ତରଳ ରଙ୍ଗ।
ଅବିର: ଅବିରରେ ସାଧାରଣତଃ ଦୁଇ ପ୍ରକାରର ଉପାଦାନ ଥାଏ। ଯଥା ରଞ୍ଜକ ଓ ବେସ୍‌। ବେସ୍‌କୁ ରଙ୍ଗିନ କରିବା ପାଇଁ ବ୍ୟବହୃତ ରଞ୍ଜକରେ ବିଭିନ୍ନ ଭାରି ଧାତୁ, ଯଥା କ୍ୟାଡ୍‌ମିୟମ୍‌ କ୍ରୋମିୟମ୍‌, ଲୌହ, ସୀସା, ପାରଦ, ନିକେଲ୍‌, ଦସ୍ତା ଇତ୍ୟାଦିର ଅକ୍ସାଇଡ୍‌ କିମ୍ବା ପିଚୁଭିତ୍ତିକ ବିଷାକ୍ତ ରଙ୍ଗଥାଏ। ରଞ୍ଜକ ନିମନ୍ତେ ମଧ୍ୟ ସାଧାରଣତଃ ବିଭିନ୍ନ ‘ଏଜୋ’ ଗ୍ରୁପ୍‌ର ରସାୟନ ଯଥା ହଳଦୀ ରଙ୍ଗ ପାଇଁ ଅରାମାଇନ୍‌, ସବୁଜ ରଙ୍ଗ ପାଇଁ ମାଲାଚାଇଟ୍‌, କମଳା ରଙ୍ଗ ପାଇଁ ରୋଡାମାଇନ୍‌, ନୀଳ ରଙ୍ଗ ପାଇଁ ମିଥିଲିନ୍‌ ଇତ୍ୟାଦି ବ୍ୟବହାର କରାଯାଏ। ଅନ୍ୟପକ୍ଷରେ, ବେସ୍‌ ପ୍ରସ୍ତୁତି ନିମନ୍ତେ ସାଧାରଣତଃ ଆଜ୍‌ବେଷ୍ଟସ୍‌ କିମ୍ବା ସିଲିକା ବ୍ୟବହାର କରାଯାଏ। ରଞ୍ଜକ ଓ ବେସ୍‌ ଛଡ଼ା ଅବିରରେ ମଧ୍ୟ ବାଲି, ଷ୍ଟାର୍ଚ, ଲୁଣ, ଅଭ୍ର ଓ ଏପରିକି ଚିକ୍‌ମିକ୍‌ କରିବା ପାଇଁ କାଚଗୁଣ୍ଡ ମଧ୍ୟ ମିଶାଯାଏ।
ଶୁଖିଲା ଗୁଣ୍ଡ ରଙ୍ଗ: ହୋଲିରେ ବ୍ୟବହାର କରାଯାଉଥିବା ଶୁଖିଲା ଗୁଣ୍ଡ ରଙ୍ଗରେ ସାଧାରଣତଃ ବିଭିନ୍ନ ଅଜୈବିକ ରାସାୟନିକ ପଦାର୍ଥ ଯଥା ସବୁଜ ରଙ୍ଗ ସୃଷ୍ଟି ନିମନ୍ତେ କପରସଲ୍‌ଫେଟ୍‌, କଳା ରଙ୍ଗ ସୃଷ୍ଟି ନିମନ୍ତେ ରେଡ୍‌ ଅକ୍ସାଇଡ୍‌, ଲାଲ୍‌ ରଙ୍ଗ ସୃଷ୍ଟି ନିମନ୍ତେ ମର୍କୁରୀ ସଲ୍‌ଫେଟ୍‌, ବାଇଗଣୀ ରଙ୍ଗ ସୃଷ୍ଟି ନିମନ୍ତେ ଆଲୁମିନିୟମ୍‌ ବ୍ରୋମାଇଡ୍‌ ଇତ୍ୟାଦି ବ୍ୟବହାର କରାଯାଏ।
କାଦୁଆ ରଙ୍ଗ ବା ପେଷ୍ଟ: ଶରୀରରେ ସହଜରେ ପ୍ରଲେପ ପାଇଁ ଉପରୋକ୍ତ ଶୁଖିଲା ଗୁଣ୍ଡ ରଙ୍ଗକୁ ବେଳେବେଳେ ମୋଟର ଗାଡ଼ିର ଇଞ୍ଜିନ୍‌ରେ ବ୍ୟବହୃତ ତେଲ କିମ୍ବା ଅନ୍ୟ ଶସ୍ତା ତେଲ ସଙ୍ଗେ ମିଶାଇ ପ୍ରୟୋଗ କରାଯାଏ। ରଙ୍ଗ ସହିତ ତେଲ ମିଶାଇବା ଦ୍ୱାରା ଏହାର ବିଷାକ୍ତ ମାତ୍ରା ବୃଦ୍ଧିପାଏ ଏବଂ ଏହା ଶରୀର ମଧ୍ୟରେ ପ୍ରବେଶ ମାତ୍ରା ତ୍ୱରାନ୍ବିତ ହୁଏ।
ତରଳ ରଙ୍ଗ: ହୋଲିରେ ବ୍ୟବହୃତ ବିଭିନ୍ନ ତରଳ ରଙ୍ଗସବୁ ହେଲା- କାଳି, ଆୟୋଡିନ୍‌ ଦ୍ରବଣ, ମିଥିଲିନ୍‌ ନୀଳ, ମର୍କୁରିକ୍ରୋମ୍‌, ପୋଟାସିୟମ୍‌ ପରମାଙ୍ଗାନେଟ୍‌ ଇତ୍ୟାଦି।
ଶରୀର ଉପରେ କୁପ୍ରଭାବ: ଅବିରରେ ରଞ୍ଜକ ରୂପେ ବ୍ୟବହାର କରାଯାଉଥିବା ଭାରି ଧାତୁ ଶରୀର ପାଇଁ କେବଳ ବିଷାକ୍ତ ନୁହେଁ, କର୍କଟ ରୋଗ ସୃଷ୍ଟିକାରୀ ମଧ୍ୟ। ଏହାର କେତେକ ଉଦାହରଣ ନିମ୍ନରେ ଦିଆଗଲା। ସୀସା ମଣିଷର ସ୍ନାୟୁତନ୍ତ୍ର ଓ ପ୍ରଜନନତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ରକ୍ତହୀନତା, ମୁଣ୍ଡବ୍ୟଥା, ପେଟଶୂଳ, ଆଣ୍ଠୁଗଣ୍ଠି ବିନ୍ଧା ଏବଂ ବୃଦ୍ଧାବସ୍ଥାରେ ହାଡ଼ପୋରିଆ ରୋଗ ସୃଷ୍ଟି ହୋଇଥାଏ। ସୀସା ବିଷାକ୍ତକରଣ ଦ୍ୱାରା ମଧ୍ୟ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଗର୍ଭ ନଷ୍ଟ, ଅସମୟରେ ଶିଶୁ ଜନ୍ମ, ଶିଶୁର ଓଜନ ହ୍ରାସ ତଥା ଗର୍ଭସ୍ଥ ସନ୍ତାନ, ଭ୍ରୂଣର ସ୍ନାୟୁତନ୍ତ୍ର ନଷ୍ଟ ହେବାର ଆଶଙ୍କା ଥାଏ। ସେହିପରି ଲାଲ୍‌ ରଙ୍ଗରେ ବ୍ୟବହାର କରାଯାଉଥିବା ପାରଦ ବିଷାକ୍ତକରଣ ଦ୍ୱାରା ଶ୍ୱାସରୋଗ, ମୁଣ୍ଡବ୍ୟଥା, ହୃତ୍‌ପିଣ୍ଡର ସ୍ପନ୍ଦନ ହାର ବୃଦ୍ଧି, ରକ୍ତଚାପ ହ୍ରାସ, ମତିଭ୍ରମତା ତଥା ଚର୍ମ କୁଣ୍ଡେଇ ହେବା ଭଳି ଲକ୍ଷଣମାନ ପ୍ରକାଶ ପାଏ। ସବୁଜ ରଙ୍ଗ ପାଇଁ ବ୍ୟବହାର କରାଯାଉଥିବା କପର୍‌ ସଲ୍‌ଫେଟ୍‌ ସଂସ୍ପର୍ଶ ଦ୍ୱାରା ଆଖି ଲାଲ୍‌ ପଡ଼ିବା, ଆଖି କୁଣ୍ଡେଇ ହେବା ଇତ୍ୟାଦି ଲକ୍ଷଣମାନ ପ୍ରକାଶ ପାଇବା ସଙ୍ଗେସଙ୍ଗେ ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ଦୃଷ୍ଟିଶକ୍ତି ଲୋପ ପାଇବାର ଆଶଙ୍କା ଥାଏ। ବାଇଗଣୀ ରଙ୍ଗ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କ୍ରୋମିୟମ୍‌ ଅକ୍ସାଇଡ୍‌ ବିଷାକ୍ତକରଣ ଦ୍ୱାରା ଆଜ୍‌ମା ଭଳି ଆଲର୍ଜିଜନିତ ରୋଗ ସୃଷ୍ଟି ହେଉଥିଲା ବେଳେ ରୂପେଲି ରଙ୍ଗ ନିମନ୍ତେ ପ୍ରୟୋଗ କରାଯାଉଥିବା ଆଲୁମିନିୟମ୍‌ ବ୍ରୋମାଇଡ୍‌ ଶରୀରରେ କର୍କଟ ରୋଗ ସୃଷ୍ଟି କରେ। ସେହିପରି, ଅରାମାଇନ୍‌ ବିଷାକ୍ତକରଣ ଦ୍ୱାରା ମୁଖ, ଗଳା ତଥା ପାକସ୍ଥଳୀ ବ୍ୟଥା, ଚକ୍ଷୁପୀଡ଼ା ଓ ଅସ୍ପଷ୍ଟ ଦୃଷ୍ଟି, ଚର୍ମ କୁଣ୍ଡେଇ ହେବା ଏବଂ ଲାଲ୍‌ ପଡ଼ିଯିବା ଭଳି ଲକ୍ଷଣମାନ ପ୍ରକାଶ ପାଇବା ସହିତ ଶରୀରର ଯକୃତ, ବୃକ୍‌କ, ପ୍ଳୀହା, ଛାତି, ପୁରୁଷଙ୍କ ଅଣ୍ଡକୋଷ ଓ ମହିଳାଙ୍କ ଜରାୟୁରେ ଟ୍ୟୁମର ସୃଷ୍ଟି ହେବାର ଆଶଙ୍କା ଥାଏ। ରୋଡାମାଇନ୍‌ ବିଷାକ୍ତକରଣ କ୍ଷେତ୍ରରେ କର୍କଟ ତଥା ବିଭିନ୍ନ ବଂଶାନୁକ୍ରମିକ ରୋଗ ପ୍ରକାଶ ପାଇବାର ସମ୍ଭାବନା ଥାଏ।
ଏହାଛଡ଼ା ରଞ୍ଜକକୁ ଧାରଣ କରୁଥିବା ବେସ୍‌ରେ ବ୍ୟବହୃତ ଆଜ୍‌ବେଷ୍ଟସ୍‌, ସିଲିକା ଏବଂ କାଚଗୁଣ୍ଡ ମଧ୍ୟ ଶରୀର ପାଇଁ ହାନିକାରକ। ଆଜ୍‌ବେଷ୍ଟସ୍‌ର କର୍କଟ ରୋଗ ସୃଷ୍ଟି କରିବାର କ୍ଷମତା ଥିଲାବେଳେ ସିଲିକା ଏବଂ କାଚଗୁଣ୍ଡ ଚକ୍ଷୁ ଏବଂ ଚର୍ମ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ପେଷ୍ଟ ରଙ୍ଗରେ ବ୍ୟବହୃତ ଶସ୍ତା ତୈଳ ଦ୍ୱାରା ଚର୍ମ ଆଲର୍ଜି, ଚକ୍ଷୁ କୁଣ୍ଡେଇ ହେବା ତଥା ସମ୍ପୂର୍ଣ୍ଣ ଅନ୍ଧତ୍ୱ ଭଳି ଲକ୍ଷଣମାନ ପ୍ରକାଶ ପାଏ। ଅଧିକାଂଶ ତରଳ ରଙ୍ଗରେ ବେସ୍‌ ରୂପେ ‘କ୍ଷାରକ’ ବ୍ୟବହାର କରାଯାଏ। ଏହା ଆଖିରେ ପଡ଼ିଲେ ଚକ୍ଷୁ ବ୍ୟଥା ଭଳି ସମସ୍ୟାମାନ ସୃଷ୍ଟି କରେ। ହୋଲିରେ ବ୍ୟବହୃତ ଖଇରିଆ ମୁଣ୍ଡଫଟା ରଙ୍ଗ ଚର୍ମ ସହିତ ପ୍ରତିକ୍ରିୟା କରି ଚର୍ମର ବର୍ଣ୍ଣଶୂନ୍ୟତା, ଚର୍ମ କୁଣ୍ଡେଇ ହେବା ତଥା ସ୍ବେଦଗ୍ରନ୍ଥୀ କ୍ଷତିଗ୍ରସ୍ତ ଇତ୍ୟାଦି ପ୍ରତିକୂଳ ପ୍ରଭାବମାନ ପକାଏ। ଲୋକଙ୍କର ହୋଲି ଖେଳିବା ପଦ୍ଧତି ମଧ୍ୟ ବିପଜ୍ଜନକ। ଲୋକେ ସାଧାରଣତଃ ଶୁଖିଲା ଗୁଣ୍ଡ ରଙ୍ଗରେ ପାଣି ମିଶାଇ ଅନ୍ୟର ଗାଲରେ ବୋଳିଥାଆନ୍ତି। ଶୁଖିଲା ରଙ୍ଗ ଗୁଣ୍ଡରେ ଥିବା କାଚ ଭଳି ସରୁସରୁ କଣିକା ବ୍ୟକ୍ତିର ଚକ୍ଷୁରେ ପ୍ରବେଶ କଲେ ଚକ୍ଷୁ ବ୍ୟଥା ସୃଷ୍ଟି କରେ। ସେହିପରି ମୁହଁରେ ଶସ୍ତା ଅବିର ଘଷିବା ଦ୍ୱାରା କୋମଳ ଚର୍ମରେ ଆଞ୍ଚୁଡ଼ା ଦାଗମାନ ସୃଷ୍ଟି ହେବାର ଆଶଙ୍କା ଥାଏ।
ପରିବେଶ ସମସ୍ୟା: ହୋଲି ରଙ୍ଗରେ ଥିବା ବିଭିନ୍ନ ଅଜୈବିକ ଉପାଦାନ ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ। ତେଣୁ ଏସବୁ ରଙ୍ଗକୁ ପାଣିରେ ଧୋଇ ହେଲେ ଏହା ପାଣିରେ ମିଶି ଜଳ ପ୍ରଦୂଷଣ ସୃଷ୍ଟି କରେ। ଏହା ମଧ୍ୟ ଜଳୀୟ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ସମସ୍ତ ପରିସଂସ୍ଥାକୁ ପ୍ରଭାବିତ କରେ।
ପ୍ରତିକାର: ଏସବୁ ସ୍ବାସ୍ଥ୍ୟଗତ ଓ ପରିବେଶଗତ ସମସ୍ୟାର ପ୍ରତିକାର ସ୍ବରୂପ ହୋଲି ପର୍ବକୁ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନାରେ ଉପଭୋଗ କରିବାକୁ ହେଲେ କୃତ୍ରିମ ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ହର୍ବାଲ୍‌ ରଙ୍ଗ ବ୍ୟବହାର ଆବଶ୍ୟକ। ଗଛର ଫୁଲ, ପତ୍ର ଇତ୍ୟାଦି ଅଂଶରୁ ଶରୀର ତଥା ପରିବେଶପ୍ରିୟ ବିଭିନ୍ନ ରଙ୍ଗ ପ୍ରସ୍ତୁତ କରିହେବ। ନିରାପଦ ହୋଲି ନିମନ୍ତେ ବିଭିନ୍ନ ଅର୍ଗାନିକ୍‌ ରଙ୍ଗ ପ୍ରସ୍ତୁତି ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ ଅଫିସର, ଆଞ୍ଚଳିକ
ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri