Posted inହୋଲି

ହୋଲି କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ଲୋକେ ପାଳନ କରିଥାନ୍ତି। କେଉଁଠି ଅବିର ଖେଳି ତ ଆଉ କେଉଁଠି ନାଚଗୀତର ଆସରରେ। ଏପରି କି କିଛି କିଛି ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ ସେମିତି କିଛି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠିକୁ ବୁଲିଗଲେ ହୋଲି ଉତ୍ସବକୁ ବେଶ୍‌ ଉପଭୋଗ କରିହେବ…

ମଥୁରା ଓ ବୃନ୍ଦାବନ: ଏଠାରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ହୋଲି ସମୟରେ ଫଗୁଖେଳ ସାଙ୍ଗକୁ ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ କରି ନଗର ପରିକ୍ରମା କରିବା ହେଉଛି ଏଠାକାର ମୁଖ୍ୟ ଆକର୍ଷଣ। ତା’ସହିତ ସ୍ଥାନୀୟ ପିଲାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ନାଟକ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।
ବରସାନା: ଉତ୍ତର ପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ବରସାନାରେ ପାଳିତ ହେଉଥିବା ଲଠ୍‌ମାର୍‌ ହୋଲି ଦେଶ ବିଦେଶରେ ବେଶ୍‌ ପ୍ରସିଦ୍ଧି ପାଇଛି। କାରଣ ପ୍ରତିବର୍ଷ ହୋଲି ଅବସରରେ ସ୍ଥାନୀୟ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନା ଗାଁର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ସେଠାରେ ପହଞ୍ଚତ୍ଲା ପରେ ଗୋପୀମାନେ ହାତରେ ବାଡ଼ି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଗୋପ ଯୁବକ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ତଥାପି ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡ଼ିଧରି ମାଡିଆସନ୍ତି ଆଉ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳରେ ନା ରାଗ ଥାଏ ନା ହିଂସା। ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ।

ପୁରୁଲିଆ: ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ଖୁବ୍‌ ସମୃଦ୍ଧ। ଏଠାରେ ପ୍ରତି ପର୍ବପର୍ବାଣି ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବାକୁ ଏକ ପ୍ରଥା ବୋଲି ସ୍ଥାନୀୟ ଲୋକେ ମାନିଥାନ୍ତି। ଖାସ୍‌କରି ହୋଲି ସମୟରେ ଏଠାରେ ବସନ୍ତ ଉତ୍ସବ ପାଳିତ ହେଉଥିବାର ସୂଚନା ରହିଛି। ଏହି ଅବସରରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଏହି ଲୋକକଳା ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯାହାକୁ ଦେଖିବା ପାଇଁ ହୋଲି ଅବସରରେ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଧାଇଁଆସିଥା’ନ୍ତି।
ଶାନ୍ତିନିକେତନ: ପୁରୁଲିଆ ପରି ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ବି ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ଖାସ୍‌କରି ହୋଲି ସମୟରେ ଏଠାରେ ହେଉଥିବା ଅବିର ଖେଳ ସାଙ୍ଗକୁ ନାଚଗୀତର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରିଦିଏ।
ଦିଲ୍ଲୀ: ଦିଲ୍ଲୀରେ ବି ବେଶ୍‌ ଆନନ୍ଦ ଉଲ୍ଲାସରେ ହୋଲିପର୍ବକୁ ପାଳନ କରାଯାଇଥାଏ। ଏଠାକାର ଅଧିକାଂଶ ସ୍ଥାନରେ ମ୍ୟୁଜିକାଲ୍‌ ହୋଲିର ଆୟୋଜନ ହୋଇଥାଏ। ଯେଉଁଠାରେ ହୋଲିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଥଣ୍ଡାପାନୀୟ ପିଇ ମ୍ୟୁଜିକ୍‌ର ତାଳେ ତାଳେ ନାଚ କରିବାକୁ ହୋଇଥାଏ, ଯାହା ଶରୀର ସାଙ୍ଗକୁ ମନକୁ ବି ସୁସ୍ଥ ଆଉ ପ୍ରଫୁଲ୍ଲିତ କରିବାରେ ବେଶ୍‌ ସହାୟକ ହୋଇଥାଏ।
ଉଦୟପୁର: ରାଜସ୍ଥାନର ଉଦୟପୁରରେ ହୋଲି ଉତ୍ସବକୁ ଅନେକେ ରୟାଲ୍‌ ହୋଲି ବି କହିଥାନ୍ତି। କାରଣ ସ୍ଥାନୀୟ ଅଞ୍ଚଳର ମଓ୍ବୋର ରାଜ ପରିବାରରେ ବେଶ୍‌ ଜାକଜମକରେ ଏହି ପର୍ବକୁ ପାଳନ କରାଯାଇଥାଏ। ଏହି ଦିନ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ହୋଲି ଉତ୍ସବକୁ ପାଳନ କରିବା ସଙ୍ଗେସଙ୍ଗେ ହୋଲିକା ଦହନର ଆୟୋଜନ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri