ହୋଇନି ୩ ହଜାର ଗାଈ, ମଇଁଷିଙ୍କ ଟ୍ୟାଗିଂ

ବ୍ରହ୍ମପୁର ଅଫିସ,୧୯ା୯-ବ୍ରହ୍ମପୁର ସହରରେ ବୁଲା ଗୋରୁ, ମଇଁଷି ବିଶେଷ ଭାବେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ରାସ୍ତାରୁ ଉଠାଇବା ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟରାସ୍ତାରେ ଅବାଧ ବିଚରଣ କରୁଥିବା ଗାଈ, ମଇଁଷିଙ୍କୁ ସ୍ବତନ୍ତ୍ର ଗାଡିରେ ଉଠାଯାଇ ସ୍ଥାନୀୟ ଅଞ୍ଚଳର କୃଷକଙ୍କୁ ଦାନ କରାଯାଉଥିବା ବିଏମ୍‌ସି ପକ୍ଷରୁ କୁହାଯାଉଛି ା ତଥାପି ସମସ୍ୟା ସୁଧୁରିବା ନାଁ ଧରୁନି। ମୁଖ୍ୟରାସ୍ତା ବୁଲା ଗୋରୁ, ମଇଁଷିଙ୍କ ଗୁହାଳ ପାଲଟିଛି ା ସହରରେ ଗୋରୁଙ୍କ ଅବାଧ ବିଚରଣକୁ ରୋକିବା ପାଇଁ ପ୍ରାଣୀଧନ ଚିକିତ୍ସା ବିଭାଗ ସହଯୋଗରେ ଜୁଲାଇ ଓ ଅଗଷ୍ଟରେ ମାଲିକ ଥିବା ଗାଈ, ମଇଁଷିଙ୍କ ଟ୍ୟାଗିଂ କରାଯାଇଥିଲା। ଗତ ସପ୍ତାହରୁ ବିଏମ୍‌ସି ପକ୍ଷରୁ ମାଲିକ ବିହୀନ ଗାଈ, ମଇଁଷିଙ୍କୁ ରାସ୍ତାରୁ ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ା
ତଥାପିି ସହରର ଅନେକ ଅଞ୍ଚଳର ମୁଖ୍ୟରାସ୍ତା ବୁଲା ଗୋରୁଙ୍କ କବ୍‌ଜାରେ ରହିଛି ା ଏପରିକି ମୁଖ୍ୟରାସ୍ତାରେ ଗୋରୁଙ୍କୁ ବାନ୍ଧି ରଖାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ା ୨୩ ନଂ. ୱାର୍ଡ ଖାଲାସି ସାହି ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଛି ା ପୁରୁଣା ବସଷ୍ଟାଣ୍ଡଠାରୁ ବ୍ରହ୍ମପୁର ଷ୍ଟାଡିୟମ ରୋଡ, ଖାଲାସି ସାହି ଦେଇ ରୁକ୍ମିଣୀ ହଲ୍‌ ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ବୁଲାଗୋରୁଙ୍କ ଗୁହାଳ ପାଲଟିଛି ା ଯାହାଦ୍ୱାରା ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଛି ା ଏହାବ୍ୟତୀତ ଅନେକ ଅଞ୍ଚଳରେ ବିନା ଟ୍ୟାଗିଂର ଗୋରୁ ମଧ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି ା ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରାଣୀ ଚିକିସତ୍ା ଅଧିକାରୀ (ସିଡିଭିଓ) ଡା. ତ୍ରିନାଥ ନାୟକଙ୍କ ସୂଚନା ପ୍ରକାରେ, ସହର ମଧ୍ୟରେ ରହିଥିବା ୭,୫୦୦ ଗାଈ, ମଇଁଷିଙ୍କ ମଧ୍ୟରୁ ମାଲିକ ଥିବା ୪,୫୩୪ ଗାଈ, ମଇଁଷିଙ୍କ ଟ୍ୟାଗିଂ କରାଯାଇଛି ା ଆହୁରି ୩ ହଜାର ଗାଈ, ମଇଁଷି ଓ ମାଲିକ ବିହୀନ ବୁଲା ଷଣ୍ଢଙ୍କ ଟ୍ୟାଗିଂ ହୋଇପାରିନି ା
ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ନ ମିଳିବାରୁ ୨୪ ନଂ. ୱାର୍ଡର ବିଜିପୁର, କାଳୁଆ ସାହି, କେନାଲ ସାହି, ସୁନାରି ବନ୍ଧ ସାହିର ପ୍ରାୟ ୬୦୦ ଗାଈ, ମଇଁଷିଙ୍କ ଟ୍ୟାଗିଂ ହୋଇପାରିନି। ସେହିପରି ୨୩ ନଂ ୱାର୍ଡର ଖାଲାସି ସାହିରେ ମଧ୍ୟ ଅନେକ ଗାଈ, ମଇଁଷିଙ୍କ ଟ୍ୟାଗିଂ ସମ୍ଭବ ହୋଇପାରି ନାହିଁ ା ଅନ୍ୟପକ୍ଷରେ ୨୫, ୯, ୧୮, ୨୦, ୨୭ , ୩୨, ୩୬ ନଂ ୱାର୍ଡର ମଧ୍ୟ ବହୁ ଅଞ୍ଚଳରେ ବି ଏହି କାର୍ଯ୍ୟ ହୋଇନି ା ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟ୍ୟାଗିଂ ପ୍ରକ୍ରିୟା ଆରମ୍ଭ ହେବ ା
ବଳକା ଗାଈ, ମଇଁଷି ଓ ବୁଲା ଷଣ୍ଢଙ୍କୁ ଟ୍ୟାଗିଂ କରାଯିବ ବୋଲି ସିଡିଭିଓ ସୂଚନା ଦେଇଛନ୍ତି ା ସେପଟେ ବିଏମସି ପକ୍ଷରୁ ବୁଲା ଗୋରୁଙ୍କୁ ରାସ୍ତାରୁ ଉଠାଇବା ପ୍ରକ୍ରିୟା ଚାଲିଛି ା ବର୍ତ୍ତମାନ ନିୟୋଜିତ ଭ୍ୟାନ ଦ୍ୱାରା ଦିନକୁ ଅତିକମରେ ୧୦ରୁ ୧୨ଟି ଗାଈ ଉଠାଇବା ସମ୍ଭବ ହୋଇପାରୁଛି ା
ଆଗକୁ ସହରର ସମସ୍ତ ଅଞ୍ଚଳରୁ ବୁଲା ଗୋରୁଙ୍କୁ ହଟାଯିବା ସହ ରାସ୍ତାକୁ ଗୁହାଳ ଭାବେ ବ୍ୟବହାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri