ହେଲାନି କରୋନା ପଞ୍ଜୀକରଣ, ୫ ବିଦେଶୀଙ୍କୁ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ/ ମହାକାଳପଡା (ଡି.ଏନ.ଏ.)୨୦।୩: କେନ୍ଦ୍ରାପଡା ଜିଲାରେ ଅନୁପ୍ରବେଶକୁ ଜିଲା ପୋଲିସ ଗୁରୁତ୍ୱ ଦେଉନାହିଁ। ଏପରି କି କରୋନା ଭୂତାଣୁ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ଜାରି ହୋଇଥିବା କଟକଣାକୁ ଜିଲା ପୋଲିସ ବେଖାତିର କରିଛି। ଏପରି ଘଟଣା ଏହି ଜିଲା ଅନ୍ତର୍ଗତ ଜମ୍ବୁ ସାମୁଦ୍ରିକ ଥାନାରେ ଦେଖିବାକୁ ମିଳିଛି। ଗତ ୩ ଦିନ ପୂର୍ବେ ଥାନା ଅଧୀନ ରାମନଗର ପଞ୍ଚାୟତ ପିତାପାଟ (ନଳଗୋଠ) ଗ୍ରାମର ଶ୍ରୀପଦ ମଣ୍ଡଳ ଓ ଧନଞ୍ଜୟ ମଣ୍ଡଳଙ୍କ ଘରେ ଦୁଇ ବାଂଲାଦେଶୀ ପରିବାର ଆସି ରହୁଛନ୍ତି। ଏନେଇ ପୂର୍ବାହ୍ନରେ ଜିଲା ପୋଲିସକୁ ସୂଚନା ମିଳିବା ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ସମ୍ପୃକ୍ତ ଦୁଇ ବାଂଲାଦେଶୀ ପରିବାରର ୫ ସଦସ୍ୟଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା ପରେ ଛାଡିଦେଇଛି। ଏପରିକି ସେମାନଙ୍କୁ କରୋନା ପଞ୍ଜୀକରଣ କରାଯାଇନାହିଁ। ସେମାନେ ହେଲେ ବାଂଲାଦେଶ ସତକିରା ଜିଲା ଶାମନଗର ଥାନା ସତକିରାର ସୁଧାଂଶୁ ମଣ୍ଡଳ (୬୯), ସ୍ତ୍ରୀ ସବିତା ମଣ୍ଡଳ (୬୮) ଓ ସତକିରା ଜିଲା ଶାମନଗର ଥାନା ସୋନମୁଗରା ଗ୍ରାମର ସନ୍ଦୀପ ମଣ୍ଡଳ (୩୬), ସ୍ତ୍ରୀ ଅନିତାରାଣୀ ମଣ୍ଡଳ ଓ ୬ ବର୍ଷର ପୁଅ। ଏହି ଦୁଇ ପରିବାର ଭାରତକୁ ଗତ ଫେବୃୟାରୀ ୨୪ ଓ ମାର୍ଚ୍ଚ ୨ରେ ପ୍ରବେଶ କରିଛନ୍ତି। ଇତିମଧ୍ୟରେ ସେମାନେ କଲିକତା ଓ ପୁରୀ ପରେ ପିତାପାଟ ଗ୍ରାମରେ ରହି ଆସୁଛନ୍ତି। ରାଜ୍ୟରେ କରୋନା ପାଇଁ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଖୋଲାମେଲାରେ ବାଂଲାଦେଶୀଙ୍କ ଏଠାରେ ରହଣିକୁ ସ୍ଥାନୀୟ ଅଞ୍ଚଳରେ ସହଜରେ ଗ୍ରହଣ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri