ହେବ ଚାଷ ଜମିକୁ ପାଣି ମାଡ଼ୁନି:ଘାଇ ବନ୍ଦ କଲେ ଗ୍ରାମବାସୀ

ବଇଣ୍ଡା,୧୯।୧୦(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତରେ ଥିବା ଟିଲିମୁଣ୍ଡା ଜଳସେଚନ ପ୍ରକଳ୍ପର ହେଡଓ୍ବାଲ ନିକଟରେ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ନାଳ ଗୁଡ଼ିକରେ ବାହାରକୁ ଚାଲି ଯାଉଥିବାବେଳେ ମାସେ ହେବ ଚାଷ ଜମିକୁ ପାଣି ମା଼ଡି ପାରୁ ନାହିଁ। ଶୁକ୍ରବାର ଝିଲିମୁଣ୍ଡା ଗ୍ରାମବାସୀ ଭେଟି କରି ଉକ୍ତ ଘାଇ ସ୍ଥାନରେ ବାଲି ବସ୍ତା ପକାଇ ବନ୍ଦ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ଏହି ପ୍ରୋଜେକ୍ଟରୁ ଝାର ବଇଣ୍ଡା, ଝିଲିମୁଣ୍ଡା, ଅଚ୍ୟୁତାପୁର ଗ୍ରାମର ୫ ଶହ ହେକ୍ଟର ଚାଷ ଜମିକୁ ପାଣି ମାଡ଼ୁଛି। ହେଲେ ଏକ ମାସ ତଳେ ଉକ୍ତ ପ୍ରୋଜେକ୍ଟ ହେଡଓ୍ବାଲରୁ କେତେ ଜଣ ଦୁର୍ବୃତ୍ତ ଚାଷ ଜମିକୁ ପାଣି ନ ମାଡ଼ିବା ପାଇଁ ଏକ ଘାଇ ସୃଷ୍ଟି କରି ଦେଇଥିଲେ। ଉକ୍ତ ଘାଇ ଯୋଗୁ ଏକ ମାସ ହେବ ପାଣି ଚାଷ ଜମିକୁ ଆସୁନାହିଁ। ଫଳରେ ଧାନ ଗଛ ଗୁଡ଼ିକ ମରିଯିବାକୁ ବସିଛି। ଉକ୍ତ ଘାଇକୁ ମରାମତି କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ପାଳି କରି ୨ ଶହରୁ ଊର୍ଦ୍ଧ୍ୱ ବାଲିବସ୍ତା ଦେଇ ଘାଇକୁ ବନ୍ଦ କରିଥିଲେ। ଏଥିରେ ଝିଲିମୁଣ୍ଡା ଗ୍ରାମ ସଭାପତି ପ୍ରମୋଦ କୁମାର ସାହୁ, ତ୍ରିଲୋଚନ ସାହୁ, ଭରତଚନ୍ଦ୍ର ସାହୁ, ବିମଳ ସାହୁ, ହେମନ୍ତ ସାହୁ, ରମାକାନ୍ତ ସାହୁଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri