ହୃଦ୍‌ରୋଗ

”ଶରୀରରେ ଚର୍ବି ଜମିଲେ
ଓଜନ ବଢ଼େ ।
ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର ରନ୍ଧ୍ରକୁ ସଂକୁଚିତ କରିଦିଏ। ଫଳରେ ରକ୍ତ ସରବରାହ ବ୍ୟାହତ ହୋଇ ଜାତ ହୁଏ ହୃଦ୍‌ରୋଗ। ତାହାଛଡ଼ା ଅଧିକ ସଂଖ୍ୟକ ଚର୍ବିକୋଷ ନିକଟକୁ ରକ୍ତ ଯୋଗାଇବା, ଓଜନିଆ ଶରୀରକୁ ବୋହି ଚଲାବୁଲା ଓ କାମଧନ୍ଦା କରିବା ଫଳରେ ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପଡ଼େ।“

ହୃଦ୍‌ରୋଗ ହେଉଛି ମୃତ୍ୟୁର ଅନ୍ୟତମ ପ୍ରଧାନ କାରଣ। ଭାରତରେ ହୃଦ୍‌ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏପରିକି ଆଉ କିଛି ବର୍ଷ ଭିତରେ ପୃଥିବୀର ସବୁଠାରୁ ବେଶି ହୃଦ୍‌ରୋଗୀ ରହିଥିବେ ଭାରତରେ। ଏବେ ସେମାନଙ୍କ ସଂଖ୍ୟା ୫ କୋଟିକୁ ଟପିଗଲାଣି। ବେଳ ଥିଲା ଯେତେବେଳେ ହୃଦ୍‌ରୋଗ ଥିଲା ବୟସ୍କ ବ୍ୟକ୍ତିମାନଙ୍କ ରୋଗ। କିନ୍ତୁ ସମ୍ପ୍ରତି ଏଥିରେ ଆକ୍ରାନ୍ତ ହୋଇପଡ଼ିଲେଣି କିଶୋର ଓ ଯୁବଗୋଷ୍ଠୀ।
ଗବେଷଣାରୁ ଏହା ପ୍ରମାଣିତ ଯେ, ହୃଦ୍‌ରୋଗର ମୂଳଦୁଆ ପଡ଼ିଯାଏ ପିଲା ବୟସରେ। ତେଣୁ ଏହି ରୋଗରୁ ସୁରକ୍ଷିତ ରହିବା ନିମନ୍ତେ ବାଲ୍ୟକାଳରୁ ହିଁ ଉଦ୍ୟମ ଜାରି ରଖିବା ବାଞ୍ଛନୀୟ।
ମନେ ରଖିବାର କଥା ଯେ, ସୁସ୍ଥ ଶରୀର, ସୁସ୍ଥ ମନ, ସୁସ୍ଥ ସାମାଜିକ ସମ୍ପର୍କ ଏବଂ ସୁସ୍ଥ ଚିନ୍ତା ତଥା ମନୋଭାବ ହେଉଛି ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାର ପ୍ରଧାନ ଅବଲମ୍ବନ। ଅନ୍ୟପକ୍ଷରେ ଅଳସ ଜୀବନଶୈଳୀ, ଅଣ ଅନୁମୋଦିତ ଖାଦ୍ୟାଭାସ, ଧୂମପାନ, ଅତ୍ୟଧିକ ମାନସିକ ଚାପ ଓ ମେଦବହୁଳତା ହୃତ୍‌ପିଣ୍ଡକୁ ଅସୁସ୍ଥ କରିଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଓ ରକ୍ତରେ କୋଲେଷ୍ଟ୍ରରଲ ମାତ୍ରା ବୃଦ୍ଧି ହୃଦ୍‌ରୋଗ ଜାତ ହେବାର ଆଶଙ୍କାକୁ ବଢ଼େଇଦିଏ। ପିଲା ବୟସରେ ଓଜନ ବୃଦ୍ଧି ବା ପୃଥୁଳତା ପ୍ରକାଶ ପାଇଥିଲେ ୬୫ ବର୍ଷ ବୟସରେ ପହଞ୍ଚିବାବେଳକୁ ସେମାନଙ୍କର ହାର୍ଟ ଆଟାକ୍‌ କିମ୍ବା ଷ୍ଟ୍ରୋକ୍‌ ହେବାର ସମ୍ଭାବନା ତିନିରୁ ପାଞ୍ଚ ଗୁଣ ବୃଦ୍ଧି ପାଇଥାଏ।
ଏବେ ପ୍ରଶ୍ନ ଉଠେ କି କି ସାବଧାନତା ଅବଲମ୍ବନ କଲେ ବା କେଉଁ ପ୍ରକାରର ପଦକ୍ଷେପମାନ ନେଲେ ହୃଦ୍‌ରୋଗ ସୃଷ୍ଟିକୁ ବହୁଳାଂଶରେ ନିବାରଣ କରାଯାଇପାରିବ।
ଖାଦ୍ୟ : ଲହୁଣି, ଘିଅ, ବନସ୍ପତି, କଲିଜା, ଚର୍ବି, ଚର୍ମ ଲାଗିଥିବା କୁକୁଡା ମାଂସ ଓ ଚର୍ବି ଲାଗିଥିବା ଛେଳି ମାଂସ କିମ୍ବା ମେଣ୍ଢା ମାଂସରେ ରହିଛି କ୍ଷତିକାରକ ପ୍ରଭାବ। ଅଣ୍ଡାର କେଶର, ଚିଙ୍ଗୁଡି, କଙ୍କଡା, ଲହୁଣି, ଘିଅ ଇତ୍ୟାଦିରୁ ମିଳୁଥିବା କୋଲେଷ୍ଟ୍ରରଲ ପରିମାଣ ଅଧିକ ହୋଇଥିବାରୁ ଏହା ଆଦୌ ଅନୁକୂଳ ନୁହେଁ। ସେହିପରି ବେଶି ଚିନି, ଗୁଡ଼ କିମ୍ବା ମିଷ୍ଟାନ୍ନ ଜାତୀୟ ଖାଦ୍ୟ ଖାଇଲେ ସେଥିରେ ଥିବା ଶ୍ୱେତସାର ଚର୍ବିରେ ପରିଣତ ହୋଇ ଦେହରେ ଜମିଯାଏ ଓ ହୃଦ୍‌ରୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦିଏ। ବେଶି ଲୁଣ, ଫାଷ୍ଟ୍‌ ଫୁଡ୍‌, ଜଙ୍କ୍‌ ଫୁଡ୍‌ ଏବଂ ଡବାରେ ବନ୍ଦ ହୋଇ ବିକ୍ରି ହେଉଥିବା ଖାଦ୍ୟ ମଧ୍ୟ ହୃତ୍‌ପିଣ୍ଡର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।
ପ୍ରତିଦିନ ଯଥେଷ୍ଟ ପରିମାଣର ଫଳ, ଶାଗ ଓ ପନିପରିବା ଖାଇବା ନିରାପଦ। ରୋଷେଇବାସ ପାଇଁ ସୋରିଷ ତେଲ ଓ ସୋୟାବିନ୍‌ ତେଲ ଭଲ। ବାଦାମ ତେଲ ଓ ସୂର୍ଯ୍ୟମୁଖୀ ତେଲ ମଧ୍ୟ ମନ୍ଦ ନୁହେଁ। କାକୁଡି, ଟମାଟୋ, ଗାଜର, ମୂଳା, ଧନିଆପତ୍ର ଓ ଲେମ୍ବୁର ସାଲାଡ ମଧ୍ୟ ଅତି ଉପାଦେୟ। ସବୁଦିନେ ମାଛ ଖାଇପାରିଲେ ତାହା ବେଶ୍‌ ଉପକାରୀ। ହୃଦ୍‌ରୋଗ ସମେତ ସମସ୍ତ ଅଣସଂକ୍ରାମକ ଦୀର୍ଘକାଳିକ ରୋଗଗୁଡିକୁ ନିବାରଣ କରିବାର ଅଭିନବଜାତ ଖାଦ୍ୟଖାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରଣ ଏଥିରୁ ମିଳୁଥିବା ହାଇଟୋକେମିକାଲ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଭରସ ବା ଖାଦ୍ୟତନ୍ତୁ ଏଥିରେ ସହାୟକ ହୋଇଥାଏ।
ଲେମ୍ବୁ, ଟମାଟୋ, କଞ୍ଚାଲଙ୍କା, ବନ୍ଧାକୋବି, ଫୁଲକୋବି, ଶାଗ ଓ ପିଜୁଳିରୁ ମିଳେ ବେଶି ଭିଟାମିନ୍‌ ‘ସି’ । ଭିଟାମିନ୍‌ ‘ଇ’ ମିଳେ ବିଭିନ୍ନ ଖାଇବା ତେଲ, ମାଛ, ମାଂସ, ଅଣ୍ଡା, ଚାଉଳ, ଗହମ ଓ ଶାଗରୁ। ଶାଗ, ଫଳ, କ୍ଷୀର, ମାଛ ଓ ମାଂସରେ ଥାଏ ଅଧିକ ଫଲିକ୍‌ ଏସିଡ୍‌। ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’ ଓ ଫଲିକ୍‌ ଏସିଡ୍‌ ହୃଦ୍‌ରୋଗ ନିବାରଣ କରେ।
ପନିପରିବା, ଶାଗ, ଫଳ, ବନ୍ଧାକୋବି, ଫୁଲକୋବି, ଚାଉଳ, ଗହମ, ଡାଲି, କ୍ଷୀର. ଅଣ୍ଡା ଓ ମାଛ, ମାଂସ ଇତ୍ୟାଦି ଯୋଗାଇଥାଏ ହୃଦ୍‌ରୋଗ ବିରୋଧୀ ମ୍ୟାଗ୍ନେସିୟମ୍‌, ତମ୍ବା ବା କପର ଏବଂ ଦିସ୍ତା ବା ଜିଙ୍କ୍‌।
ଓଜନ ନିୟନ୍ତ୍ରଣ : ଶରୀରରେ ଚର୍ବି ଜମିଲେ ଓଜନ ବଢ଼େ। ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର ରନ୍ଧ୍ରକୁ ସଂକୁଚିତ କରିଦିଏ। ଫଳରେ ରକ୍ତ ସରବରାହ ବ୍ୟାହତ ହୋଇ ଜାତ ହୁଏ ହୃଦ୍‌ରୋଗ। ତାହାଛଡା ଅଧିକ ସଂଖ୍ୟକ ଚର୍ବି କୋଷ ନିକଟକୁ ରକ୍ତ ଯୋଗାଇବା, ଓଜନିଆ ଶରୀରକୁ ବୋହି ଚଲାବୁଲା ଓ କାମଧନ୍ଦା କରିବା ଫଳରେ ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପଡ଼େ। ତେଣୁ ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମ କରି ଶରୀରର ଓଜନକୁ ନିୟନ୍ତ୍ରଣ କରିବା ଉଚିତ।
ନିୟମିତ ଶାରୀରିକ ପରିଶ୍ରମ ଓ ବ୍ୟାୟାମ : ନିୟମିତ ଭାବରେ କଠିନ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରୁଥିଲେ ତାହା ହୃତ୍‌ପିଣ୍ଡ ଓ ରକ୍ତନଳୀକୁ ସୁସ୍ଥ ରଖେ। ଦ୍ରୁତଗତିରେ ଚାଲିବା, ଦୌଡ଼ିବା, ସାଇକେଲ ଚଲେଇ ଯିବା ଆସିବା କରିବା ଓ ପହଁରିବା ହେଉଛି ଭଲ ବ୍ୟାୟାମ। ପ୍ରତିଦିନ ଅନ୍ତତଃ ୩୦ ମିନିଟ ଲେଖାଏଁ ଚାଲିଲେ ଉପକାର ମିଳେ।
ଧୂମପାନ ବର୍ଜନ : ହୃଦ୍‌ରକ୍ତନଳୀ ରୋଗ କରେଇବାରେ ଧୂମପାନ ପ୍ରଧାନ ଖଳନାୟକ। ବିଡି, ସିଗାରେଟ ଟାଣିବାରେ କୌଣସି ଗୋଟିଏ ହେଲେ ବି ଉପକାର ମିଳି ନ ଥାଏ। ତେଣୁ ଏହାର ପାଖ ପଶିିବା ଉଚିତ ନୁହେଁ।
ମାନସିକ ଚାପ ହ୍ରାସ : ଅତ୍ୟଧିକ ମାନସିକ ଚାପ ହୃଦ୍‌ରୋଗ ସୃଷ୍ଟିରେ ସହାୟକ ହୋଇଥାଏ। ନିୟମିତ ବ୍ୟାୟାମ, ଯୋଗ, ଧ୍ୟାନ ଓ ପ୍ରାର୍ଥନା ତଥା ଜୀବନ ପ୍ରତି ଏକ ସକାରାତ୍ମକ ମନୋଭାବ ପୋଷଣ ଦ୍ୱାରା ମାନସିକ ଚାପକୁ ନିୟନ୍ତ୍ରଣକୁ ଆଣିହୁଏ। ନୈରାଶ୍ୟବାଦୀ ନ ହୋଇ ଆଶାବାଦୀ ହେବାର ସୁଫଳ ବେଶି।
ଯୋଗ ଓ ଧ୍ୟାନ : ହୃଦ୍‌ରୋଗ ଓ ଅନ୍ୟାନ୍ୟ ରୋଗ ନିୟନ୍ତ୍ରଶ କରିବାରେ ଯୋଗ ଓ ଧ୍ୟାନର ଅନୁକୂଳ ଭୂମିକା ରହିଥିବା ସମ୍ପର୍କରେ ଏବେ ପ୍ରମାଣମାନ ମିଳୁଛି। ତେଣୁ ନିୟମିତ ଯୋଗ ଧ୍ୟାନ କରିବା ଉଚିତ। ନିୟମିତ ଡାକ୍ତରୀ ପରୀକ୍ଷା: ନିୟମିତ ଡାକ୍ତରୀ ପରୀକ୍ଷା କରେଇନେଲେ ସଅଳ ରୋଗ ନିର୍ଣ୍ଣୟ କରିହୁଏ। ରୋଗ ଆରମ୍ଭ ଅବସ୍ଥାରେ ଏହା ଧରାପଡିଗଲେ ସଅଳ ଚିକିତ୍ସା ଆରମ୍ଭ କରିବା ସୁଗମ ହୋଇଯାଏ ଏବଂ ରୋଗ ଜଟିଳ ଅବସ୍ଥାରେ ପହଞ୍ଚତ୍ପାରେ ନାହିଁ। ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ଓ ରକ୍ତରେ କୋଲେଷ୍ଟ୍ରରଲ ମାତ୍ରାବୃଦ୍ଧି ହୃଦ୍‌ରୋଗକୁ ପ୍ରୋତ୍ସାହନ ଦେଉଥିବାରୁ ବେଳହୁଁ ଏହାର ନିରୂପଣ ଓ ଚିକିତ୍ସା ଅତ୍ୟନ୍ତ ଫଳପ୍ରଦ। ସେହିପରି ଇ.ସି.ଜି. ପରୀକ୍ଷା ମଧ୍ୟ ସଅଳ ହୃଦ୍‌ରୋଗ ନିର୍ଣ୍ଣୟରେ ସହାୟକ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ ନଂ- ୧୧୩୧,
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri