ହୁଇଲ ଚେୟାର ଆଇପିଏଲ ଖେଳିବେ ଦିବ୍ୟାଙ୍ଗ ଚକ୍ରଧର

ବଲାଙ୍ଗୀର ଅଫିସ, ୧୧ା୬
ବଲାଙ୍ଗୀର ଜିଲା ସଦର ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଦିବ୍ୟାଙ୍ଗ ଯୁବକ ଚକ୍ରଧର ନାଏକ (୩୦) ା ତାଙ୍କ ମାତା ଉର୍ମିଳା ଓ ପିତା ନେତ୍ର ନାଏକ ା ସାଧାରଣ ଚାଷୀ ପରିବାରର ପୁଅ ା ଆସନ୍ତା ଜୁନ୍‌ ୧୯ରେ ନୂଆଦିଲ୍ଲୀଠାରେ ହେବାକୁ ଥିତ୍ବା ହୁଇଲ ଚେୟାର କ୍ରିକେଟ୍‌ ଇଣ୍ଡିଆ ପ୍ରିମିୟର ଲିଗ୍‌ରେ ସେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ା ବିହାରୀ ଦବଙ୍ଗ ଟିମ୍‌ ପକ୍ଷରୁ ଖେଳିବେ ଚକ୍ରଧର ା ଏଥିପାଇଁ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ନିଜର ଗଭୀର ନିଷ୍ଠା, କଠିନ ପରିଶ୍ରମ ଓ କ୍ରୀଡା ଦକ୍ଷତା ଫଳରେ ଭାରତୀୟ ଦିବ୍ୟାଙ୍ଗ ସମିତି କାର୍ଯ୍ୟକର୍ତ୍ତାଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ ା ପିଲାଦିନରୁ ପୋଲିଓ ଆକ୍ରାନ୍ତ ହେବା ଫଳରେ ଚକ୍ରଧର ଦିବ୍ୟାଙ୍ଗ ପାଲଟି ଯାଇଥିଲେ ା ତାଙ୍କ ଦୁଇଗୋଡ ପୋଲିଓ ଆକ୍ରାନ୍ତ ହୋଇଥିତ୍ବାରୁ ସେ ଠିକ୍‌ ଭାବେ ଚାଲିପାରନ୍ତି ନାହିଁ ା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି ା ତେବେ ଏହି ଦିବ୍ୟାଙ୍ଗପଣ ଚକ୍ରଧରଙ୍କ ମନୋବଳ ଭାଙ୍ଗି ପାରିନାହିଁ ା ଦିବ୍ୟାଙ୍ଗ ହେଲେ ବି ପିଲାଟି ଦିନରୁ ନିଜକୁ ପ୍ରତିପାଦିତ କରିବାର ଇଚ୍ଛା ତାଙ୍କ ଭିତରେ ରହିଥିଲା ା ପିତାମାତା ଓ ପରିବାର ଉପରେ ଅଧିକ ବୋଝ ଯେପରି ହୋବେନାହିଁ ସେ ଉପରେ ସେ ଧ୍ୟାନଦେଇ ଆସୁଥିଲେ ା ପିଲାବେଳୁ ଖୁଣ୍ଟପାଲି ଗଁାରେ ସାଙ୍ଗସାଥୀଙ୍କ ଗହଣରେ ସେ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ ା ତେବେ ଦିବ୍ୟାଙ୍ଗ ହୋଇଥିତ୍ବାରୁ ସାଙ୍ଗସାଥୀ ତାଙ୍କ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ମାତ୍ର ଚକ୍ରଧରଙ୍କ ମନୋବଳ ଖୁବ୍‌ ଉଚ୍ଚ ଥିଲା ା ସେ ଗୁରୁଣ୍ଡି ଗୁରଣ୍ଡି ରନ୍‌ ଦୌଡୁଥିଲେ ଓ ଫିଲ୍ଡିଂ କରି ସାଙ୍ଗସାଥୀଙ୍କୁ ଚମକାଇ ଦେଉଥିଲେ ା ତାଙ୍କର ଏଭଳି ଇଚ୍ଛା ଓ ପ୍ରତିଭା ଦେଖି ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ ସବୁବେଳେ ଉତ୍ସାହିତ କରିବାକୁ ଲାଗିଲେ ଓ ଗଁା ଟିମ୍‌ରେ ଖେଳୁଥିଲେ ା ପ୍ରାୟ ୨ ବର୍ଷ ତଳେ ବଲାଙ୍ଗୀରର ମାହେଶ୍ୱରୀ ସଙ୍ଗଠନର ଶୋଭନ କୁମାର ଅଗ୍ରୱାଲଙ୍କଠାରୁ ହୁଇଲ ଚେୟାର କ୍ରିକେଟ ସମ୍ପର୍କରେ ଖବର ପାଇବା ପରେ ସେ ହୁଇଲ ଚେୟାରରେ ବସି କ୍ରିକେଟ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ ା ଏଦିଗରେ ମଧ୍ୟ ତାଙ୍କ ଗଁା ସାଥୀମାନେ ତାଙ୍କୁ ଭରପୁର ସହଯୋଗ କରିଥିଲେ ା କ୍ରିକେଟ ବଲ ଫିଙ୍ଗି ତାଙ୍କର ପ୍ରାକ୍ଟିସ୍‌ କରିବାରେ ଖୁବ୍‌ ସହଯୋଗ କରିଥିଲେ। ଏହାପରେ ଜାତୀୟସ୍ତରରେ ଆୟୋଜିତ ହୁଇଲ ଚେୟାର କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ପାଇଁ ମାହେଶ୍ୱରୀ ସଙ୍ଗଠନ ଜରିଆରେ ଚକ୍ରଧର ଆବେଦନ କରିଥିଲେ ା ଭାରତୀୟ ଦିବ୍ୟାଙ୍ଗ କ୍ରୀଡା ସମିତି ପକ୍ଷରୁ ତାଙ୍କ ଶାରୀରିକ ପରୀକ୍ଷା ଓ ଖେଳ ଦେଖି ସ୍ବୀକୃତି ଦିଆଯାଇଥିଲା ା ଏହାପରେ ଚକ୍ରଧରଙ୍କୁ ବିହାରୀ ଦବଙ୍ଗ ଟିମ୍‌ରେ ସାମିଲ କରାଯାଇଥିତ୍ବା ଜଣାପଡିଥିଲା ା ଆଗାମୀ ୧୯ ତାରିଖରେ ଦିଲ୍ଲୀରେ ହେବାକୁଥିତ୍ବା ହୁଇଲ ଚେୟାର କ୍ରିକେଟ ଇଣ୍ଡିଆ ଆଇପିଏଲ ଟୁଣ୍ଟାମେଣ୍ଟରେ ଚକ୍ରଧର ଭାଗନେବେ ା ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ା ଚକ୍ରଧରଙ୍କ ଏଭଳି ସଫଳତାରେ ପରିବାରବର୍ଗ, ବଲାଙ୍ଗୀରର କ୍ରୀଡାପ୍ରେମୀ ଓ ମାହେଶ୍ୱରୀ ସଙ୍ଗଠନ ସଦସ୍ୟ ଖୁବ୍‌ ଖୁସି ା କିଛିଦିନ ପରେ ଆଇପିଏଲ ଖେଳିବା ପାଇଁ ସେ ଦିଲ୍ଲୀ ଯିବେ ା ଜିଲାର ଜଣେ ଦିବ୍ୟାଙ୍ଗ ଭାବେ ଜାତୀୟ ସ୍ତରରେ ଆଇପିଏଲ ଖେଳରେ ସ୍ଥାନ ପାଇଥିତ୍ବାରୁ ସେ ଖୁବ୍‌ ଖୁସି ବୋଲି ଚକ୍ରଧର କହିଛନ୍ତି ା ଆଗାମୀ ଦିନରେ ଓଡିଶାରେ ହୁଇଲ ଚେୟାର କ୍ରିକେଟ ଟିମ୍‌ ଗଠନ ଓ ଜାତୀୟ ଦିବ୍ୟାଙ୍ଗ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ପାଇଁ କଠୋର ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଲକ୍ଷ ୧୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri