Posted inଖେଳ

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଦୌଡ଼କୁ ୨୩.୬୫ ସେକେଣ୍ଡରେ ଶେଷ କରିଥିଲେ। ଚଳିତ ବର୍ଷ ଏହା ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ। ଗତ କିଛି ମାସ ହେଲା ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ଟ୍ରାକରୁ ଦୂରେଇ ଥିଲେ। ତାଙ୍କର ଶ୍ରେଷ୍ଠ ଟାଇମିଂ ହେଉଛି ୨୩.୧୦ ସେ, ଯାହାକି ସେ ଗତ ବର୍ଷ ହାସଲ କରିଥିଲେ। ଆଉ ଜଣେ ଭାରତୀୟ ଆଥ୍‌ଲେଟ ଭି.କେ. ବିସ୍ମୟ ୨୩.୭୫ ସେ. ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତୀୟ ଶଟ୍‌ପୁଟର ତାଜିନ୍ଦର ପାଲ ସିଂ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଏସିଆନ୍‌ ଚାମ୍ପିୟନ ତୁର ୧୯.୬୨ ମି. ଦୂରତା ହାସଲ କରି ପୋଡିୟମ୍‌ର ୩ୟ ସ୍ଥାନ ଅଧିକାର କରିଥିଲେ। ସେ ଗତ ବର୍ଷ ଏସିଆନ୍‌ ଗେମ୍ସରେ କ୍ୟାରିୟରର ଶ୍ରେଷ୍ଠ (୨୦.୭୫ ସେ. ) ପ୍ରଦର୍ଶନ କରିଥିଲେ। ୪୦୦ ମି. ଦୌଡ଼ ଇଭେଣ୍ଟରେ ଜାତୀୟ ରେକର୍ଡଧାରୀ ମହମ୍ମଦ ଆନ୍ନସ (୨୦.୭୫ ସେ) ପୁରୁଷ ୨୦୦ ମି. ଦୌଡ଼ରେ ବ୍ରୋଞ୍ଜ ପଦକ ପାଇଥିବାବେଳେ କେ.ଏସ୍‌. ଜୀବନ (୪୭.୨୫ ସେ) ୪୦୦ ମି. ସମାନ ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

‘ଲୋକଙ୍କ ସେବାରେ ଆସିବ ପ୍ରଧାନମନ୍ତ୍ରୀଙ୍କ ଜନୌଷଧି କେନ୍ଦ୍ର’

ପୁରୁଷୋତ୍ତମପୁର,୨୨ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରୋଗୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ଔଷଧ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରକୁ ରବିବାର ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ…

ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର! ବୋର୍ଡିଂ ନିୟମରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ପ୍ରସ୍ତୁତି ଚଳାଇଛି। ଏଣିକି ଯାତ୍ରୀମାନେ ନିଜର ବୋର୍ଡିଂ ପଏଣ୍ଟ (ଯେଉଁ ଷ୍ଟେଶନରୁ ଟ୍ରେନ ଚଢ଼ିବେ) ବଦଳାଇବା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri