ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର

ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ ହାତୀ ମଣିଷର ଲଢେଇରେ ଅନେକ ଲୋକଙ୍କ ଜୀବନ ଯିବା ଖବର ମଧ୍ୟ ଆସିଛି। ହେଲେ ଏବେ ଏମିତି ଏକ ଦେଶ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ବୋଟସଓ୍ବାନା ଦେଶରେ ସରକାର ୬୦ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ମଧ୍ୟ ଜାରି କରାଯାଇଛି। ଯେଉଁ ସଂସ୍ଥା ବା ଏଜେନ୍ସି ହାତୀ ମାରିବାକୁ ଚାହିଁବେ ସେମାନଙ୍କ ପାଖରେ ଲାଇସେନ୍ସ ଥିବା ସହ ଏମାନେ ଗୋଟିଏ ହାତୀ ମାରିବାକୁ ପ୍ରାୟ ୩୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ବୋଲି ସରକାର କହିଛନ୍ତି। ଏମିତି ୬୦ ହାତୀଙ୍କୁ ମାରିଲେ ସରକାର ପାଖାପାଖି ୧୮.୬୦ କୋଟି ଟଙ୍କା ଲାଭ କରିବେ ବୋଲି କୁହାଯାଏ। ବୋଟସଓ୍ବାନାର ରାଷ୍ଟ୍ରପତି ମୋକଓ୍ବେଟସି ମାସିସି ଗତ ୫ ବର୍ଷର ନିର୍ଦ୍ଦେଶକୁ ଫେରାଇ ନେଇ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର କାରଣ ହେଉଛି ଏବେ ବୋଟସଓ୍ବାନାରେ ହାତୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ଘଟିଛି। ସେଠାରେ ୧୯୯୦ରେ ହାତୀଙ୍କ ସଂଖ୍ୟା ପ୍ରାୟ ୮୦ ହଜାର ଥିବା ବେଳେ ଏବେ ଏହା ୧.୩୦ ଲକ୍ଷରେ ପହଞ୍ଚିଲାଣି। ତେଣୁ ଏମାନେ ଜନବସତି ଭିତରକୁ ଚାଲି ଆସି ଧନଜୀବନ ନଷ୍ଟ କରୁଥିବାରୁ ସରକାର ଏମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହାତୀ ମାରୁଥିବା ଏଜେନ୍ସି ପରେ ହାତୀର ବିଭିନ୍ନ ଅଙ୍ଗ ବିକ୍ରିକରି ସେଥିରୁ ଆୟ କରିବ। ସେଥିପାଇଁ ହାତୀ ମାରିବାକୁ ହେଲେ ସରକାରଙ୍କ ନିକଟରେ ଟଙ୍କା ଜମା କରିବାକୁ କୁହାଯାଉଇଛି। ଏହାଦ୍ୱାରା ହାତୀ ବଂଶ ବୃଦ୍ଧିକୁ ଅଟକାଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri