ହାତୀ ଘଉଡ଼ାଇବା ବେଳେ ବାଣ ନିଆଁ କାଳ ହେଲା: ଜଳିଗଲା ଘର, ୪ ଗାଈ ଜୀବନ୍ତ ଦଗ୍ଧ

ଜଳେଶ୍ୱର, ୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବାଣରେ ନିଆଁ ଲଗାଇ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ନିଆଁ ଏକ ଘର ଉପରେ ପଡିଯାଇଥିଲା। ଘରଟି ସମ୍ପୂର୍ଣ୍ଣ ଜଳିଯିବାରୁ ତା’ ଭିତରେ ବନ୍ଧା ହୋଇଥିବା ୪ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ଶୁକ୍ରବାର ରାତିରେ ଶିମିଳିପାଳର ୧୩ଟି ହାତୀ ରଙ୍ଗାମାଟିଆ ଜଙ୍ଗଲରୁ ଯାଇ କୁମୁଚିଆ ଗାଁରେ ବ୍ୟାପକ କ୍ଷତି ଘଟାଇଛନ୍ତି। କୁମୁଚିଆ ଜଙ୍ଗଲ ନିକଟରେ କେତେକ ଆଦିବାସୀ ଲୋକ ଗୃହ ନିର୍ମାଣ କରି ରହିଥିଲେ। ରାତିରେ ହାତୀଗୁଡ଼ିକ ଏହି ଘର ନିକଟକୁ ଯାଇ କିଛି ସମୟ ରହିଥିଲେ। ତେଣୁ ଗ୍ରାମବାସୀ ଓ ବନକର୍ମଚାରୀ ହାତୀ ଘଉଡ଼ାଇବା ପାଇଁ କିଛି ବାଣ ବ୍ୟବହାର କରିଥିଲେ। ଏହି ବାଣ ନିଆଁ ଜଗ ସିଂଙ୍କ ଘର ଉପରେ ପଡିଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘରେ କେହି ରହୁ ନ ଥିବାବେଳେ ୪ଟି ଗାଈ ବନ୍ଧା ହୋଇଥିବାରୁ ସେଗୁଡ଼ିକ ପୋଡି ପାଉଁଶ ହୋଇଯାଇଛନ୍ତି ବୋଲି ଜଗା ସିଂ ପ୍ରକାଶ କରିଛି।
ଏ ସମ୍ପର୍କରେ ରେଞ୍ଜର ସରୋଜ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ହାତୀ ଘଉଡ଼ାଇବା ବେଳେ କେତେକ ଗ୍ରାମବାସୀ ଓ ବନକର୍ମଚାରୀ ଘଟଣାସ୍ଥଳର ଅଳ୍ପ ଦୂରରେ ଥଣ୍ଡା ଯୋଗୁ ନିଆଁ ପୋଉଥିଲେ। ମଧ୍ୟରାତ୍ରିରେ ବନକର୍ମଚାରୀମାନେ ଫେରି ଆସିଥିବା ବେଳେ ଭୋର ସମୟରେ ଜଗା ସିଂଙ୍କ ଘରେ ନିଆଁ ଲାଗିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri